ETV Bharat / entertainment

ବିଶ୍ବ କପ୍ 2023: ଫାଇନାଲ ମ୍ୟାଚକୁ ନେଇ ରଜନୀକାନ୍ତଙ୍କ ଭବିଷ୍ୟବାଣୀ, କହିଲେ 100% କପ୍‌ ଆମର

ICC World Cup 2023: ଆଇସିସି କ୍ରିକେଟ୍ ବିଶ୍ୱକପ୍ 2023 ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି । ଯାହା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ସମସ୍ତେ ଏହି ଦିନକୁ ଅପେକ୍ଷା କରିଛନ୍ତି । ସେମିଫାଇନାଲ ମ୍ୟାଚ୍ ଦେଖିବା ପରେ ବର୍ତ୍ତମାନ ଥଲାଇଭା କହିଛନ୍ତି ଯେ ଏଥର ବିଶ୍ୱକପ୍ ଭାରତର ହେବାକୁ ଯାଉଛି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Nov 17, 2023, 12:24 PM IST

ବିଶ୍ବ କପ୍ 2023: ଫାଇନାଲ ମ୍ୟାଚକୁ ନେଇ ରଜନୀକାନ୍ତଙ୍କ ଭବିଷ୍ୟବାଣୀ, କହିଲେ- 'ଏହା ଆମର ହିଁ ହେବ'

ହାଇଦ୍ରାବାଦ: ନଭେମ୍ବର ୧୯ରେ ଆଇସିସି କ୍ରିକେଟ୍ ବିଶ୍ୱକପ୍ 2023 ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି । ଯାହା ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍‌ ଉପରେ ସାରା ବିଶ୍ବର ନଜର ରହିଛି । ଏହାରି ମଧ୍ୟରେ ବର୍ତ୍ତମାନ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ଫାଇନାଲ୍‌ ମ୍ୟାଚକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, 'ଏଥର ବିଶ୍ବକପ୍ ଭାରତ ହିଁ ହାସଲ କରିବ ।'

ନଭେମ୍ବର ୧୫ରେ ଭାରତ ଏବଂ ନ୍ୟଜିଲ୍ୟାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହୋଇଥିବା ବେଳେ ମ୍ୟାଚ୍‌ରେ ଭାରତ ବାଜି ମାରି ଫାଇନାଲରେ ପହଞ୍ଚିଥିଲା । ତେବେ ଏହି ସମୟରେ ମ୍ୟାଚ୍‌ ଦେଖିବା ପାଇଁ ଷ୍ଟାଡିୟମରେ ରଜନୀକାନ୍ତ ମଧ୍ୟ ସାମିଲ ହୋଇଥିଲେ । ବର୍ତ୍ତମାନ ରଜନୀକାନ୍ତ ଫାଇନାଲ ମ୍ୟାଚକୁ ନେଇ ଭବିଷ୍ୟବାଣୀ କରିଛନ୍ତି । ପିଟିଆଇ ରିପୋର୍ଟ ଅନୁଯାୟୀ, ରଜନୀକାନ୍ତ କହିଛନ୍ତି, 'ସେମିଫାଇନାଲରେ ପ୍ରଥମେ ମୁଁ ବିବ୍ରତ ଅନୁଭବ କଲି, କିନ୍ତୁ ପରେ ଯେତେବେଳେ ୱିକେଟ୍ ହ୍ରାସ ପାଇଥିଲା, ସବୁକିଛି ଠିକ ହୋଇଗଲା । ମୁଁ ଦେଢ ଘଣ୍ଟା ଯାଏଁ ବହୁତ ନର୍ଭସ ଥିଲି, କିନ୍ତୁ ମୁଁ ୧୦୦% ନିଶ୍ଚିତ ଯେ ବିଶ୍ୱକପ୍ ଆମର ହେବ । ସେ କହିଛନ୍ତି, ଏବେ ମାତ୍ର ୧୯ ନଭେମ୍ବର ରବିବାରକୁ ଅପେକ୍ଷା ।

ସୂଚନା ଅନୁସାରେ, ବିଶ୍ୱକପ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି । ବିଶ୍ୱକପ 2023ର ଅନ୍ତିମ ମ୍ୟାଚ୍ ରବିବାର ଅପରାହ୍ନ ୨ଟାରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଅନୁମାନ କରାଯାଉଛି ଯେ ଏହି ଅଭିନେତା ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ଯାଇ ଏହି ମ୍ୟାଚ୍ ଦେଖିବା ପାଇଁ ଯାଇପାରନ୍ତି । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ପକ୍ଷରୁ ଏଭଳି ବିବୃତ୍ତି ଆସିନାହିଁ । ତେବେ ଫାଇନାଲ୍‌ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି । ଦୀର୍ଘ ୨୦ ବର୍ଷ ପରେ ବିଶ୍ୱକପ୍‌ ଫାଇନାଲ ମୁହାଁମୁହିଁ ହେବେ ଏହି ୨ ଦଳ । କିଏ ମାରିବ ବାଜି ତାହା ଉପରେ ଏବେ ସମସ୍ତଙ୍କ ନଜର ।

ଏହା ମଧ୍ୟ ପଢନ୍ତୁ: ଟିମ୍ ଇଣ୍ଡିଆର ବିଜୟକୁ ନେଇ ବିଗ ବି କରିଥିଲେ ଏହି ପୋଷ୍ଟ, ଏବେ ମିଳୁଛି ଧମକ

ରଜନୀକାନ୍ତଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ୨ ବର୍ଷ ପରେ ରଜନୀକାନ୍ତକୁ ଫିଲ୍ମ ଜେଲରରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ବେଶ ଲୋକପ୍ରିୟତା ହାସଲ କରିବା ସହ ହିଟ୍‌ ହୋଇଥିଲା । ବର୍ତ୍ତମାନ ଥଲାଇଭାଙ୍କୁ ଟିଜେ ଜ୍ଞାନବେଲଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ ଥଲାଇୱାର ୧୭୦ରେ ନଜର ଆସିବେ । ଏଥିରେ ତାଙ୍କ ସହ ବିଗ ବି' ମଧ୍ୟ ନଜର ଆସିବେ । ଏଥିସହ ରଜନୀକାନ୍ତ ତାଙ୍କ ଝିଅ ଐଶ୍ବର୍ଯ୍ୟାଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଲାଲ ସଲାମ'ରେ କ୍ୟାମିଓ ରୋଲରେ ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.