ହାଇଦ୍ରାବାଦ: ଦୀର୍ଘ ଦିନର ଅପେକ୍ଷା ପରେ ଶେଷରେ ଅଯୋଧ୍ୟାରେ ଶ୍ରୀରାମଙ୍କ ମନ୍ଦିର ଉଦଘାଟନ ହେବ । ଏଥିପାଇଁ ଜାନୁଆରୀ ୧୬ରୁ ଏହାର ରୀତିନୀତି ଆରମ୍ଭ ହୋଇଛି । ଏହି ଐତିହାସିକ ସମାରୋହ ପାଇଁ ଦେଶବାସୀ ଚାହିଁ ରହିଥିବା ବେଳେ ଏଥିରେ ରାଜନେତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହେବେ । ଏହାରି ମଧ୍ୟରେ ବର୍ତ୍ତମାନ ଅନୁପମ ଖେର ଏହି ସମାରୋହରେ ସାମିଲ ହେବା ନେଇ ଏକ ଭିଡିଓ ସେୟାର କରି ଖୁସିବ୍ୟକ୍ତ କରିଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ରାମଲାଲାଙ୍କ ଏହି ବିଶେଷ ଉତ୍ସବରେ ସାମିଲ ହେବା ନେଇ ନିଜକୁ ଭାଗ୍ୟବାନ ବୋଲି କହିଛନ୍ତି ।
-
जय श्री राम!
— Anupam Kher (@AnupamPKher) January 18, 2024 " class="align-text-top noRightClick twitterSection" data="
मैं 22 जनवरी को अयोध्या अपने पूर्वजों और ख़ासकर अपने दादा जी पंडित अमरनाथ जी का प्रतिनिधित्व करूँगा! ये सब राम मंदिर की स्थापना का सपना देखते थे! मेरे सभी कश्मीरी हिंदू भाई बहन आत्मिक रूप से मेरे साथ होंगे! 🙏
श्री राम लल्ला का अयोध्या लौटना यह विश्वास जगाता है कि,… pic.twitter.com/If8BVdmjvD
">जय श्री राम!
— Anupam Kher (@AnupamPKher) January 18, 2024

श्री राम लल्ला का अयोध्या लौटना यह विश्वास जगाता है कि,… pic.twitter.com/If8BVdmjvDजय श्री राम!
— Anupam Kher (@AnupamPKher) January 18, 2024
मैं 22 जनवरी को अयोध्या अपने पूर्वजों और ख़ासकर अपने दादा जी पंडित अमरनाथ जी का प्रतिनिधित्व करूँगा! ये सब राम मंदिर की स्थापना का सपना देखते थे! मेरे सभी कश्मीरी हिंदू भाई बहन आत्मिक रूप से मेरे साथ होंगे! 🙏
श्री राम लल्ला का अयोध्या लौटना यह विश्वास जगाता है कि,… pic.twitter.com/If8BVdmjvD
ଅନୁପମ ଖେର ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ସେ କହିଛନ୍ତି, 'ମୁଁ ଜାନୁଆରୀ ୨୨ରେ ଅଯୋଧ୍ୟାରେ ସାମିଲ ହୋଇ ମୋର ପୂର୍ବଜ ଏବଂ ବିଶେଷକରି ନିଜ ଜେଜେବାପା ପଣ୍ଡିତ ଅମରନାଥଙ୍କୁ ପ୍ରତିନିଧିତ୍ବ କରିବି । ଯେଉଁମାନେ ରାମ ମନ୍ଦିର ସ୍ଥାପନର ସ୍ବପ୍ନ ଦେଖୁଥିଲେ । ଏଥିସହ ଏହି ସମୟରେ ସମସ୍ତ କାଶ୍ମିରୀ ହିନ୍ଦୁ ଭାଇ ଭଉଣୀ ଆତ୍ମୀୟ ରୂପରେ ମୋ ସହ ସାମିଲ ହେବେ । ମୁଁ ଆପଣ ସମସ୍ତଙ୍କ ପାଇଁ ପ୍ରାର୍ଥନା କରିବି । ମୁଁ ପ୍ରଭୁ ଶ୍ରୀ ରାମଙ୍କ ଆଶୀର୍ବାଦରେ ଏହି ଐତିହାସିକ ସମାରୋହରେ ସାମିଲ ହେଉଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି । ଜୟ ଶ୍ରୀ ରାମ ।'
ସୂଚନା ଥାଉ କି, ପୂର୍ବରୁ ଏହି ଭବ୍ୟ ସମାରୋହରେ ସାମିଲ ହେବା ପାଇଁ ଅଯୋଧ୍ୟାରେ ପହଞ୍ଚିଛନ୍ତି ବଲିଉଡ ଅଭିନେତ୍ରୀ ହେମା ମାଲିନୀ ଏବଂ ରାମାୟଣ ଫେମ ତାରକା ଅରୁଣ ଗୋଭିଲ, ଦୀପିକା ଚଖଲିଆ ଏବଂ ସୁନୀଲ ଲହରୀ । ଏହି ସମସ୍ତ ତାରକା ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେ । ଏହି ସମାରୋହରେ ସାମିଲ ହେବାର ସୁଯୋଗ ପାଇଥିବାରୁ ସମସ୍ତେ ବେଶ ଖୁସି ବ୍ୟକ୍ତ ମଧ୍ୟ କରିଥିଲେ । ତେବେ ହେମା ମାଲିନୀ ଏହି ଅବସରରେ ରାମାୟଣ ଉପରେ ଆଧାରିତ ଏକ ନୃତ୍ୟନାଟକ ପରିବେଷଣ କରିବାକୁ ଯାଉଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଅଯୋଧ୍ୟାରେ ରାମାୟଣ ଫେମ ତାରକା, ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ହେବେ ସାମିଲ
କହିରଖୁଛୁ କି, ବଲିଉଡରୁ ସାଉଥ ସେଲିବ୍ରିଟିଙ୍କୁ ରାମ ମନ୍ଦିରର ପ୍ରତିଷ୍ଠାରେ ସାମିଲ ହୋଇପାରନ୍ତି । ଅମିତାଭ ବଚ୍ଚନ, ରଜନୀକାନ୍ତ, ଚିରଞ୍ଜୀବୀ, ରାମଚରଣ, ଅକ୍ଷୟ କୁମାର, କେଜିଏଫ ତାରକା ୟଶ, ଧନୁଷ, ପ୍ରଭାସ, ମାଧୁରୀ ଦୀକ୍ଷିତ, କଙ୍ଗନା ରାଣାୱତ, ଅଜୟ ଦେବଗନ, ସନ୍ନି ଦେଓଲ, ଅନୁପମ ଖେର, ରଣବୀର କପୁର, ଆଲିଆ ଭଟ୍ଟ, ରଣଦୀପ ହୁଡା, ଟାଇଗର ଶ୍ରଫ, ଆୟୁଷ୍ମାନ ଖୁରାନା ସମେତ ସଂଜୟ ଲୀଲା ଭଂଶାଲୀଙ୍କୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି ।