ETV Bharat / entertainment

ରାଷ୍ଟ୍ରଭାଷା ବିବାଦ: ମୋର କୌଣସି ଏଜେଣ୍ଡା ନଥିଲା ବୋଲି କହିଲେ ଅଭିନେତା କିଚ୍ଚା

author img

By

Published : May 21, 2022, 10:47 PM IST

ରାଷ୍ଟ୍ର ଭାଷା ବିବାଦ ଉପରେ କନ୍ନଡ ଅଭିନେତା କିଚ୍ଚା ସୁଦୀପଙ୍କ ପ୍ରତିକ୍ରିୟା । ହିନ୍ଦୀ ଆଉ ଆମର ଜାତୀୟ ଭାଷା ନୁହେଁ ବୋଲି କହି କୌଣସି ପ୍ରକାରର ବିତର୍କ ଆରମ୍ଭ କରିବା ତାଙ୍କ ଉଦ୍ଦେଶ୍ୟ ନୁହେଁ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

ରାଷ୍ଟ୍ରଭାଷା ବିବାଦ: ମୋର କୌଣସି ଏଜେଣ୍ଡା ନଥିଲା ବୋଲି କହିଲେ ଅଭିନେତା କିଚ୍ଚା
ରାଷ୍ଟ୍ରଭାଷା ବିବାଦ: ମୋର କୌଣସି ଏଜେଣ୍ଡା ନଥିଲା ବୋଲି କହିଲେ ଅଭିନେତା କିଚ୍ଚା

ବେଙ୍ଗାଲୁରୁ: ହିନ୍ଦୀ ଭାଷାକୁ ନେଇ ବିବାଦ ଉପରେ କନ୍ନଡ ଅଭିନେତା କିଚ୍ଚା ସୁଦୀପ ନିଜର ପ୍ରତିକ୍ରିୟା ରଖିଛନ୍ତି। ହିନ୍ଦୀ ଆଉ ଆମର ଜାତୀୟ ଭାଷା ନୁହେଁ ବୋଲି କହି କୌଣସି ପ୍ରକାରର ବିତର୍କ ଆରମ୍ଭ କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ। ଏକ ସାକ୍ଷାତକାର ସମୟରେ ସେ ଏହା କହିଛନ୍ତି । ଏହା ସହିତ ଏହି ବିବାଦ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ।

କନ୍ନଡ ଅଭିନେତା କିଚ୍ଚା ସୁଦୀପ
କନ୍ନଡ ଅଭିନେତା କିଚ୍ଚା ସୁଦୀପ

ଏନେଇ ସୁଦୀପ କହିଛନ୍ତି ଯେ,"ମୁଁ କୌଣସି ଏଜେଣ୍ଡା ବିନା ଏହା କହିଛି ଏବଂ ଏହା କେବଳ ମୋର ମତ । ଏହା ମୋ ପାଇଁ ଗୌରବର ବିଷୟ ଯେ ପିଏମ ମୋଦି ଏହା ଉପରେ ମନ୍ତବ୍ୟ ଦେଇଛନ୍ତି । ସମସ୍ତେ ତାଙ୍କ ଭାଷାକୁ ସମ୍ମାନ କରନ୍ତି ଏବଂ ଭାଷାକୁ ସମ୍ମାନର ସହିତ ଦେଖନ୍ତି, କିନ୍ତୁ ସମସ୍ତ ଭାଷା ସ୍ବାଗତଯୋଗ୍ୟ । ମୁଁ କେବଳ କନ୍ନଡ ଭାଷାକୁ ସମ୍ମାନ କରେ ନାହିଁ । ମୁଁ ପ୍ରଧାନମନ୍ତ୍ରୀଙ୍କ ସେହି ବିବୃତ୍ତି ବିଷୟରେ କହିବାକୁ ଚାହେଁ, ଯାହା ସମସ୍ତଙ୍କ ମାତୃଭାଷାକୁ ସମ୍ମାନ ଦେଇଛି । ଆମେ ତାଙ୍କୁ କେବଳ ଜଣେ ରାଜନେତା ଭାବରେ ନୁହେଁ ବରଂ ଜଣେ ନେତା ଭାବରେ ମଧ୍ୟ ଦେଖୁ ।"

ସୂଚନା ଥାଉ କି ଗତ ମାସରେ ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ କିଚ୍ଚା ସୁଦୀପ ଟ୍ବିଟର ୱାର ଦେଖିବାକୁ ମିଳିଥିଲା । ଏଥିରେ କିଚ୍ଚା ଉତ୍ତର ଦେବାବେଳେ ଅଜୟ ଦେବଗନ କହିଥିଲେ ଯେ ହିନ୍ଦୀ ହେଉଛି ଆମର ମାତୃଭାଷା, ଜାତୀୟ ଭାଷା ଏବଂ ସର୍ବଦା ରହିବ। ଏହି ବିବାଦ ଦେଶରେ ଭାଷାର ପ୍ରାଥମିକତା ଉପରେ ଏକ ନୂତନ ରାଉଣ୍ଡ ବିତର୍କ ଆରମ୍ଭ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.