ETV Bharat / entertainment

ଅଲଗା ହେଲେ ପ୍ରେମ ପକ୍ଷୀ, ତାରା ସୁତାରିଆ କହିଲେ ମୁଁ କାହା ସହ ସମ୍ପର୍କରେ ନାହିଁ

author img

By ETV Bharat Odisha Team

Published : Nov 6, 2023, 4:36 PM IST

ତାରା ସୁତାରିଆ ଏବଂ ଆଦର ଜୈନଙ୍କ ସମ୍ପର୍କରେ ପଡିଲା ପୂର୍ଣ୍ଣଚ୍ଛେଦ । ଉଭୟଙ୍କ ବ୍ରେକଅପ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ହେଉଥିଲା । ବର୍ତ୍ତମାନ ତାରାଙ୍କ ପ୍ରତିକ୍ରିୟା ଏହି ଖବରକୁ ନିଶ୍ଚିତ କରିଛି । ଅଧିକ ପଢନ୍ତୁ

ଆଦର ଜୈନ-ତାରା ସୁତାରିଆଙ୍କ ବ୍ରେକଅପ୍, ଅଭିନେତ୍ରୀ କହିଲେ 'ମୁଁ କାହା ସହ ସମ୍ପର୍କରେ ନାହିଁ'

ହାଇଦ୍ରାବାଦ: ହିରୋପନ୍ତି ୨ରେ ନିଜ ଭୂମିକା ପାଇଁ ଜଣାଶୁଣା ବଲିଉଡ ଅଭିନେତ୍ରୀ ତାରା ସୁତାରିଆ ଅଭିନେତା ଆଧାର ଜୈନଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଏପରିକି ଉଭୟ ଡେଟିଂ କରୁଥିବା ଏବେ ପରେ ବ୍ରେକଅପ ହେବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । ବର୍ତ୍ତମାନ ଏକ ସାକ୍ଷାତକାରରେ ଅଭିନେତ୍ରୀ କାହା ସହ ଜଡିତ ନୁହଁନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ଯାହାର ପରେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ହୋଇଛି ।

ଏକ ସାକ୍ଷାତକାରରେ ବାର୍ତ୍ତାଳାପ ସମୟରେ ତାରା କହିଛନ୍ତି କି, ଆଦରଙ୍କ ସହ ତାଙ୍କର ସୁଖଦ ସମ୍ପର୍କ ଶେଷ ହୋଇଛି । ଏହି ସମୟରେ ସେ ନିଜ ଜୀବନର ବର୍ତ୍ତମାନର ଅପଡେଟ ସେୟାର କରି ସେ କହିଛନ୍ତି ଯେ, "ମୁଁ କାହା ସଂପର୍କରେ ନାହିଁ ।'' ରିପୋର୍ଟ ଅନୁସାରେ, ତାରା ଏବଂ ଆଦର ବର୍ତ୍ତମାନ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଉଭୟ ପରସ୍ପରକୁ ଆଉ ଡେଟିଂ କରୁନଥିବା ବେଳେ କିନ୍ତୁ ଦୁହେଁ ପରସ୍ପର ଭଲ ବନ୍ଧୁ ହୋଇ ସର୍ବଦା ରହିବେ ।

ସୂଚନା ଥାଉ କି, ଆଦର ଜୈନ ହେଉଛନ୍ତି ସ୍ୱର୍ଗତ ରାଜ କପୁରଙ୍କ ଝିଅ ରୀମା ଜୈନ ଏବଂ ମନୋଜ ଜୈନଙ୍କ ପୁଅ । ଆଦର 2017ରେ ତାଙ୍କର ଡେବ୍ୟୁ ଚଳଚ୍ଚିତ୍ର କଏଦି ବ୍ୟାଣ୍ଡ ସହ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିଲେ । ସେପଟେ ତାରା କରଣ ଜୋହରଙ୍କ ଷ୍ଟୁଡେଣ୍ଟ ଅଫ୍ ଦି ଇୟର 2 ଫିଲ୍ମ ସହ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ତାରା ଏବଂ ଆଦର ବାରମ୍ବାର କପୁର ଫ୍ୟାମିଲିଙ୍କ ଜନ୍ମଦିନ ପାର୍ଟି ତଥା ଉତ୍ସବ ଗୁଡିକରେ ଏକାଠି ନଜର ଆସିଥିଲେ । ପରେ ଅଗଷ୍ଟ ୨୦୨୦ରେ ତାରା ଆଦରଙ୍କ ଜନ୍ମଦିନରେ ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ତାରା ଏବଂ ଆଦରଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଏହି ପୋଷ୍ଟ ଉଭୟଙ୍କ ଡେଟିଂ ଖବର ଉପରେ ମୋହର ଲଗାଇଥିଲା ।

ଏହା ମଧ୍ୟ ପଢନ୍ତୁ: ତାରା ସୁତାରିଆଙ୍କୁ ଡେଟ୍ କରୁଛନ୍ତି କାର୍ତ୍ତିକ ଆର୍ଯ୍ୟନ ! ଡିନର ଡେଟରେ ଆସିଲେ ନଜର

ତେବେ ବର୍ତ୍ତମାନ ତାରା ଏବଂ ଆଦର ଅଲଗା ହୋଇଥିବା ଖବର ନିଶ୍ଚିତ ହୋଇଥିବା ଜଣାପଡିଛି । ସେପଟେ ନିକଟରେ ମୁମ୍ବାଇରେ ଡିନର ନାଇଟରେ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ତାରାଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହା ଫଳରେ ବର୍ତ୍ତମାନ ତାରା କାର୍ତ୍ତିକ ଆର୍ଯ୍ୟନଙ୍କୁ ଡେଟ କରୁଥିବା ଚର୍ଚ୍ଚା ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.