ହାଇଦ୍ରାବାଦ: ବଲିଉଡ ଅଭିନେତା ରଣଭୀର ସିଂ ତାଙ୍କର ନ୍ୟୁଡ ଫଟୋସୁଟକୁ ନେଇ ବିବାଦୀୟ ହୋଇପଡିଥିବାବେଳେ ବଲିଉଡରୁ କିନ୍ତୁ ମିଳିଛି ସମର୍ଥନ । ଅଭିନେତ୍ରୀ ବିଦ୍ୟା ବାଲାନ ରଣଭୀର ସିଂଙ୍କ ନ୍ୟୁଡ ଫଟୋସୁଟ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି(Vidya Balan on Ranveer Singh) । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବିଦ୍ୟା ବାଲାନ କହିଛନ୍ତି, ''ଯଦି ଏହି ଫଟୋସୁଟ କାହାକୁ ଭଲ ଲାଗୁନାହିଁ, ତେବେ ସେମାନେ ଦେଖନ୍ତୁ ନାହିଁ । ଏପରିକି ଏହା ବିଷୟରେ ପଢ଼ନ୍ତୁ ନାହିଁ କିନ୍ତୁ ଲୋକମାନଙ୍କୁ କ'ଣ କରିବା ଉଚିତ ଏବଂ କ'ଣ ନ କରିବା ଉଚିତ ତାହା କହିବାର କୌଣସି ଅର୍ଥ ନାହିଁ । ଫଟୋସୁଟକୁ ଯେତେ ସବୁ ଚର୍ଚ୍ଚା ହେଉଛି ତାହା ଅର୍ଥହୀନ। ଆପଣ ଅଭିବ୍ୟକ୍ତିର ସ୍ବାଧୀନତା ଉପରେ ପ୍ରଶ୍ନ କରିପାରିବେ ନାହିଁ ।"
- " class="align-text-top noRightClick twitterSection" data="
">
ଏହି ଫଟୋସବୁକୁ ନେଇ ରଣଭୀର ସମାଲୋଚନାର ଶିକାର ହୋଇଥିବାବେଳେ ସମର୍ଥନରେ ବାହାରିଛନ୍ତି ବିଦ୍ୟା ବାଲାନ । ଲୋକପ୍ରିୟ ଫେସନ୍ ପତ୍ରିକା ପେପର୍ ମାଗାଜିନ୍ ପାଇଁ ଅଭିନେତା ରଣଭୀର ସିଂହ କରିଥିବା ନଗ୍ନ ଫଟୋସୁଟ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମହିଳାଙ୍କ ଭାବନାକୁ ଆଘାତ ହେଇଥିବା ଅଭିଯୋଗରେ ମୁମ୍ବାଇ ପୁଲିସ୍ ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ କରିଛି ।
ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ବିଦ୍ୟା ବାଲାନ, ଅଭିନେତା ରଣଭୀର ସିଂଙ୍କ ବିବାଦୀୟ ନଗ୍ନ ଫଟୋସୁଟକୁ ଖୋଲାଖୋଲି ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ପାପାରାଜି ତାଙ୍କୁ ଏହି ଫଟୋସୁଟରେ ପ୍ରତିକ୍ରିୟା ଦେବାକୁ କହିବା ମାତ୍ରେ ଅଭିନେତ୍ରୀ କହିଥିଲେ, "ଅସୁବିଧା କଣ, ପ୍ରଥମ ଥର ପାଇଁ ଜଣେ ବ୍ୟକ୍ତି ଏହା କରୁଛନ୍ତି କି ? ଆମକୁ ମଧ୍ୟ ଆଖି ପକାଇବାକୁ ଦିଅ (Hume bhi aankhein sekhne dijiye) ।" ଏହା କହିବା ପରେ ବିଦ୍ୟା ଜୋର୍ରେ ହସିବାକୁ ଲାଗିଲେ । ତାଙ୍କ ଉତ୍ତର ଶୁଣି ସେଠାରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ହସିବାକୁ ଲାଗିଲେ । ଅଭିନେତ୍ରୀଙ୍କ ଏହି ଭିଡିଓ ଇଣ୍ଟରନେଟରେ ଅଧିକ ଭାଇରାଲ ହେବାରେ ଲାଗିଛି ।
ତେବେ ରଣଭୀର ସିଂହଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡ ଅଧୀନରେ ଧାରା ୫୦୯, ୨୯୨, ୨୯୪ ଲାଗିଥିବା ବେଳେ ଆଇଟି ଆକ୍ଟ ଅଧୀନରେ ସେକ୍ସନ ୬୭ଏ ଧାରା ଲାଗିଛି । ତାଙ୍କ ବିରୋଧରେ ମଙ୍ଗଳବାର ଚେମ୍ବୁର ପୁଲିସ୍ ଷ୍ଟେସନ୍ରେ ମାମଲା ରୁଜୁ ହୋଇଛି ।