ETV Bharat / entertainment

Tarla Dalal Biopic: ତରଲା ଦଲାଲଙ୍କ ଭୂମିକାରେ ହୁମା କୁରେଶିଙ୍କ ଫାଷ୍ଟ ଲୁକ୍‌ ଆଉଟ୍‌

author img

By

Published : Apr 19, 2022, 8:14 PM IST

ହୁମା କୁରେଶି ଭାରତର ପ୍ରଥମ ହୋମ୍‌ ସେଫ ତରଲା ଦଲାଲଙ୍କ ଭୂମିକାରେ ଅଭିନୟ କରିବେ । ରୋନି ସ୍କ୍ରୁଭାଲା, ଅଶ୍ୱିନୀ ଆଇୟର ତିୱାରୀ ଏବଂ ନୀତେଶ ତିୱାରୀଙ୍କ ଦ୍ୱାରା ନିର୍ମିତ ଏପିକ୍ ଫୁଡ୍ ଫିଲର୍ ପୀୟୁଷ ଗୁପ୍ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ହେବ । ଅଧିକ ପଢନ୍ତୁ

ହୁମା କୁରେଶିଙ୍କ ଫାଷ୍ଟ ଲୁକ୍‌ ଆଉଟ୍‌
ହୁମା କୁରେଶିଙ୍କ ଫାଷ୍ଟ ଲୁକ୍‌ ଆଉଟ୍‌

ହାଇଦ୍ରାବାଦ: ହୁମା କୁରେଶି ଭାରତର ପ୍ରଥମ ହୋମ୍‌ ସେଫ ତରଲା ଦଲାଲଙ୍କ (Home chef Tarla Dalal) ଭୂମିକାରେ ଅଭିନୟ କରିବେ। ରୋନି ସ୍କ୍ରୁବାଲା, ଅଶ୍ୱିନୀ ଆୟର ତିୱାରୀ ଏବଂ ନୀତେଶ ତିୱାରୀଙ୍କ ଦ୍ୱାରା ନିର୍ମିତ ଏପିକ୍ ଫୁଡ୍ ଫିଲର୍ ପୀୟୁଷ ଗୁପ୍ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ହେବ। ଦିବଂଗତ ସେଫ ତରଲା ଏବଂ ତାଙ୍କ ଜୀବନୀ ଉପରେ ବାୟୋପିକ୍ ନିଷ୍ପତ୍ତି ବିଷୟରେ ନିର୍ମାତା ଅଶ୍ୱିନୀ ଆୟର୍ ତିୱାରୀ କହିଛନ୍ତି, “ତରଲାଙ୍କ କାହାଣୀ ଜଣେ ପ୍ରତିଷ୍ଠିତ ସେଫ ହେବା ତୁଳନାରେ ବହୁତ ଅଧିକ ଅଟେ । ଏହା ହେଉଛି ଜଣେ କାର୍ଯ୍ୟରତ ମାଆର କାହାଣୀ, ଯିଏ ଭାରତରେ ଶାକାହାରୀ ରୋଷେଇର ଚେହେରାକୁ ଏକାକୀ ବଦଳାଇ ଦେଇଥିଲେ ଏବଂ ଏହିପରି ଅନେକ ଘରୋଇ ରୋଷେୟା ଏବଂ ଷ୍ଟାର୍ଟଅପ୍ସଙ୍କ ପାଇଁ ତାଙ୍କ ସ୍ୱପ୍ନକୁ ସାକାର କରିବାର ବାଟ ଖୋଲିଥିଲେ ।

ହୁମା ହୁମା କହିଛନ୍ତି, ତରଲା ଦଲାଲ ମୋତେ ମୋର ପିଲାଦିନର ସ୍ମୃତିକୁ ମନେ ପକାଇ ଦିଅନ୍ତି । ରୋଷେଇ ଘରେ ମୋ ମା’ଙ୍କ ପାଖରେ ଏକ ବହିର କପି ଥିଲା ଏବଂ ସେ ପ୍ରାୟତଃ ମୋ ସ୍କୁଲ ଟିଫିନ୍ ପାଇଁ ତାଙ୍କ ରେସିପିକୁ କରିବାକୁ ଚେଷ୍ଟା କରୁଥିଲେ । ମୋର ସେହି ସମୟ ମନେ ଅଛି ଯେତେବେଳେ ମୁଁ ମୋ ମା'ଙ୍କୁ ତରଲାଙ୍କ ଘରେ ତିଆରି ଆମ୍ବ ଆଇସ୍କ୍ରିମ୍ ତିଆରି କରିବାରେ ସାହାଯ୍ୟ କରିଥିଲି । ଏହି ଭୂମିକା ମୋତେ ମୋର ପିଲାଦିନର ମନଲୋଭା ସ୍ମୃତିକୁ ଫେରାଇ ଆଣିଛି ଏବଂ ଏହି ପ୍ରେରଣାଦାୟକ ଚରିତ୍ରରେ ଅଭିନୟ କରିବାକୁ ମୋ ଉପରେ ବିଶ୍ୱାସ କରିଥିବାରୁ ମୁଁ ରୋନି, ଅଶ୍ୱିନୀ ଏବଂ ନିତେଶଙ୍କ ପାଇଁ ଚିର କୃତଜ୍ଞ । ରୋନି ସ୍କ୍ରୁବାଲା କହିଛନ୍ତି, 'ତରଲା ଦଲାଲ ଭାରତରେ ହୋମ କୁକିଂକୁ ବଦଳାଇ ଦେଇଛନ୍ତି। ମୁଁ ପୁଣି ଅଶ୍ୱିନୀ ଏବଂ ନୀତେଶଙ୍କ ସହ ସହଯୋଗ କରିବାକୁ ବହୁତ ଉତ୍ସାହିତ ଅଛି ।

ଉଲ୍ଲେଖନୀୟ ଯେ, ତରଲା ଦଲାଲ ଜଣେ ଭାରତୀୟ ଖାଦ୍ୟ ଲେଖକ, ରୋଷେୟା, କୁକବୁକ ପୁସ୍ତକ ଲେଖକ ହେବା ସହିତ କୁକିଂ ଶୋ’ର ହୋଷ୍ଟ ମଧ୍ୟ ଅଟନ୍ତି । ସେ ପ୍ରଥମ ଭାରତୀୟ ଯିଏକି 2007 ରେ ରୋଷେଇ କୌଶଳ ବର୍ଗରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ । ଏଭଳି ପରିସ୍ଥିତିରେ ବଲିଉଡ ପ୍ରଥମ ଥର ପାଇଁ ଜଣେ ରୋଷେୟାଙ୍କ ଜୀବନ କାହାଣୀକୁ ପରଦାରେ ଆଣିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.