ETV Bharat / entertainment

ହ୍ରିତିକ@୫୦: ପୁଅକୁ ଖାସ୍ ଅନ୍ଦାଜରେ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ରାକେଶ-ପିଙ୍କି ରୋଶନ

author img

By ETV Bharat Odisha Team

Published : Jan 10, 2024, 2:02 PM IST

Updated : Jan 10, 2024, 3:01 PM IST

Hrithik Roshan Birthday Wishes: ଆଜି ନିଜ ୫୦ତମ ଜନ୍ମଦିନ ପାଳନ କରୁଛନ୍ତି ବଲିଉଡ ଅଭିନେତା ହ୍ରିତିକ ରୋଶନ । ଏହି ପରିପ୍ରେକ୍ଷୀରେ ଅଭିନେତାଙ୍କ ବାପା ରାକେଶ ରୋଶନ ଏବଂ ମା' ପିଙ୍କି ରୋଶନ ପୁଅକୁ ଖାସ୍ ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ହ୍ରିତିକ@୫୦: ପୁଅକୁ ଖାସ୍ ଅନ୍ଦାଜରେ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ରାକେଶ-ପିଙ୍କି ରୋଶନ
ହ୍ରିତିକ@୫୦: ପୁଅକୁ ଖାସ୍ ଅନ୍ଦାଜରେ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ରାକେଶ-ପିଙ୍କି ରୋଶନ

ହାଇଦ୍ରାବାଦ: ହ୍ରିତିକ ରୋଶନ ଆଜି ୫୦ ବର୍ଷରେ ପାଦ ଥାପିଛନ୍ତି । ଏହି ଖାସ୍ ଅବସର ପାଇଁ ଅଭିନେତାଙ୍କୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ଅଭିନେତାଙ୍କ ବାପା ତଥା ବଲିଉଡ ଲୋକପ୍ରିୟ ନିର୍ମାତା ରାକେଶ ରୋଶନ ଏବଂ ମା' ପିଙ୍କି ରୋଶନ ପୁଅକୁ ଖାସ୍ ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ସେ ଅଭିନେତାଙ୍କ ପାଇଁ ଲମ୍ବା ନୋଟ୍ ମଧ୍ୟ ଲେଖିଛନ୍ତି । ସେପଟେ ହ୍ରିତିକଙ୍କ ଜନ୍ମଦିନରେ ତାଙ୍କ ଆଗାମୀ ଫିଲ୍ମ 'ଫାଇଟର' ନିର୍ଦ୍ଦେଶକ ମଧ୍ୟ ସେଟରୁ ତାଙ୍କ ସହ କିଛି ଅନସିନ ଫଟୋ ସେୟାର କରି ଅଭିନେତାଙ୍କୁ ଜନ୍ମଦିନ ଶୁଭକାମନା ଜଣାଇଛନ୍ତି ।

ହ୍ରିତିକଙ୍କ ମା' ପିଙ୍କି ରୋଶନ ନିଜ ଇନଷ୍ଟାଗ୍ରାମରେ ୨ଟି ଫଟୋ ସେୟାର କରିଛନ୍ତି । ଗୋଟିଏ ଫଟୋ ଅଭିନେତାଙ୍କ ୫ବର୍ଷର ପିଲାଦିନର ଫଟୋ । ଅନ୍ୟଟି ତାଙ୍କ ଫାଇଟର ଫିଲ୍ମର । ୩ଟି ଫଟୋକୁ ମିଶାଇ ଗୋଟିଏ ଫଟୋ ସେୟାର କରି ଅଭିନେତାଙ୍କ ୫ ବର୍ଷରୁ ୫୦ତମ ବର୍ଷର ପୁରା ଯାତ୍ରା ବିଷୟରେ ଏକ ନୋଟ୍ ଲେଖିଛନ୍ତି । ସେ ଲେଖିଛନ୍ତି, 'ଏହି ଫଟୋ ସେହି ବ୍ୟକ୍ତିର ଯାହାଙ୍କ ହୃଦୟ ବହୁତ ବଡ଼ । ୫ ବର୍ଷରୁ ୫୦ ବର୍ଷ ତୁ ଜୀବନରେ ଯାହା କରିଛୁ ତାହା ମୁଁ ଅନୁଭବ କରିଛି । ତୁ ସର୍ବଦା ପରୋପକାରୀ, ଅନ୍ୟକୁ ସହଯୋଗ ଏବଂ ସହାୟତା କରିଆସିଛୁ । କାରଣ ତୁ ଚାହୁଁଛୁ ଯେ ସମସ୍ତେ ଖୁସିରେ ରୁହନ୍ତୁ ଏବଂ ଜୀବନକୁ ଉତ୍ସାହର ପାଳନ କରନ୍ତୁ । ତୁ ସମସ୍ତଙ୍କ ପାଇଁ ଏକ ଉଦାହରଣ ।'

ସେ ଆହୁରି କହିଛନ୍ତି, '୫ ମାସ ହେଉ କି ୫୦ ବର୍ଷ, ତୁ ସର୍ବଦା ମୋ ପୁଅ ହୋଇ ରହିବୁ, ଯାହାକୁ ମୁଁ ବିନା ସର୍ତ୍ତରେ ସବୁବେଳେ ଭଲ ପାଏ । ତୁ ମୋତ ସବୁବେଳେ ଗର୍ବିତ କରିଆସିଛୁ । ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ମୋ ଲଭ୍ ।' ସେହିପରି ବାପା ତଥା ନିର୍ମାତା ରାକେଶ ରୋଶନ ମଧ୍ୟ ହ୍ରିତିକ ଏବଂ ନିଜର ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ସେ ଲେଖିଛନ୍ତି, 'ଡୁଗୁ ଜୀବନର ଅର୍ଦ୍ଦେକ ପାଇଁ ଶୁଭକାମନା । ୫୦ ବର୍ଷର ଭଲପାଇବା, ଅବିସ୍ମରଣୀୟ ସ୍ମୃତି ଏବଂ ଆଗାମୀ ଉପଲବ୍ଧି ପାଇଁ ଶୁଭକାମନା । ବହୁତ ଭଲପାଇବା ଏବଂ ଆଶୀର୍ବାଦ ।'

ଏହା ମଧ୍ୟ ପଢନ୍ତୁ: ୫୦ ବର୍ଷରେ ହ୍ରିତିକ ରୋଶନ; ଡ୍ୟାନ୍ସିଂ ଅନ୍ଦାଜ ଓ ଦମଦାର ଅଭିନୟରେ ଏବେ ବି ଫ୍ୟାନ୍ସକୁ କରନ୍ତି ଦିୱାନା

ସେପଟେ 'ଫାଇଟର' ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଫିଲ୍ମ ସେଟରୁ ହ୍ରିତିକଙ୍କ ସହ କିଛି ଅନସିନ ଫଟୋ ସେୟାର କରି ଅଭିନେତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ସେ ୨ଟି ଫଟୋ ସେୟାର କରିଛନ୍ତି ଏବଂ ଲେଖିଛନ୍ତି, '୧୦ ବର୍ଷ ପୂର୍ବେ ଆମେ ଏକାଠି ଯାତ୍ରା ଆରମ୍ଭ କରିଥିଲେ । ଯେତେବେଳେ ମୋତେ କେହି ବିଶ୍ବାସ କରୁନଥିଲେ ସେତେବେଳେ ତୁମେ ମୋ ଉପରେ ବିଶ୍ବାସ କରିଥିଲ । ମୁଁ ତୁମକୁ କେବେ ଧ୍ୟବାଦ ଦେଇଛି ମୁଁ ଭାବି ନାହିଁ । ତୁମର ହୃଦୟ ଅନ୍ୟମାନଙ୍କ ପାଇଁ ନୁହେଁ । ତୁମର ଜନ୍ମଦିନରେ ତୁମର ଉତ୍ତମ ସ୍ବାସ୍ଥ୍ୟ, ଖୁସି ଏବଂ ତୁମର ପ୍ରଚୁର ସଫଳତା କାମନା କରୁଛି । ମୋର ଏହା ଇଚ୍ଛା, ଆମେ ଏପରି ସବୁବେଳେ ମିଶି କାମ କରିବା ।'

Last Updated : Jan 10, 2024, 3:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.