ETV Bharat / entertainment

Allu Arjun Birthday: କୌଣସି ଫିଲ୍ମ କାହାଣୀଠୁ କମ୍ ନୁହେଁ ଅଲୁଙ୍କ ଲଭ ଷ୍ଟୋରି

author img

By

Published : Apr 8, 2022, 12:42 PM IST

ଆଜି ଅଭିନେତା ଅଲୁ ଅର୍ଜୁନଙ୍କର ଜନ୍ମଦିନ । ଏହି ବିଶେଷ ଦିନରେ, ଆଜି ଆମେ ଆପଣଙ୍କୁ ସ୍ନେହା ରେଡ୍ଡୀଙ୍କ ସହ ଅଲୁଙ୍କ ପ୍ରେମ କାହାଣୀ କିପରି ଆରମ୍ଭ ହୋଇଥିଲା କହିବୁ । ଏଥିପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

କୌଣସି ଫିଲ୍ମର କାହାଣୀଠୁ କମ୍ ନୁହେଁ ଅଲୁ ଅର୍ଜୁନଙ୍କ ଲଭ ଷ୍ଟୋରି

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କୁ କିଏ ବା ନଜାଣେ । ଫିଲ୍ମ ପୁଷ୍ପା ପରେ ତାଙ୍କର ଲୋକପ୍ରିୟତା ସାରା ବିଶ୍ୱରେ ଆହୁରି ଅଧିକା ବଢି ଯାଇଛି । ଏହି ଚଳଚ୍ଚିତ୍ର ତାଙ୍କୁ ଓ୍ବାର୍ଲ୍ଡ ଷ୍ଟାର ବନାଇଦେଇଛି । ଅଭିନେତା କେବଳ ତାଙ୍କର ଅଭିନୟ ସହିତ ନୁହେଁ ବରଂ ଡ୍ୟାନ୍ସ ଏବଂ ଡ୍ୟାସିଂ ଷ୍ଟାଇଲରେ ମଧ୍ୟ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ କରନ୍ତି । ଆଜି ଅଭିନେତା ଅଲୁ ଅର୍ଜୁନଙ୍କର ଜନ୍ମଦିନ। ଏହି ବିଶେଷ ଦିନରେ, ଆଜି ଆମେ ଆପଣଙ୍କୁ ସ୍ନେହା ରେଡ୍ଡୀଙ୍କ ସହ ଅଲୁଙ୍କ ପ୍ରେମ କାହାଣୀ କିପରି ଆରମ୍ଭ ହୋଇଥିଲା କହିବୁ...

ଅଲୁ ଏବଂ ସ୍ନେହାଙ୍କ ପ୍ରଥମ ସାକ୍ଷାତ:

ଅଲୁ ଅର୍ଜୁନ ତାଙ୍କ ବନ୍ଧୁଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ଆମେରିକା ଯାଇଥିଲେ, ଯେଉଁଠାରେ ସ୍ନେହା ମଧ୍ୟ ଉପସ୍ଥିତ ଥିଲେ । ଏଠାରେ ଦୁହିଁଙ୍କର ସାକ୍ଷାତ ହୋଇଥିଲା। ଅଭିନେତାଙ୍କ ବନ୍ଧୁ ତାଙ୍କୁ ସ୍ନେହା ସହିତ ପରିଚିତ କରାଇଥିଲେ ଏବଂ ପ୍ରଥମ ଦେଖାରେ ହିଁ ଅଲୁଙ୍କୁ ପ୍ରେମ ହୋଇଯାଇଥିଲା ।ପରେ ପରେ ଅର୍ଜୁନ ସ୍ନେହାଙ୍କ ପିଛା କରିଥିଲେ, କାହିଁକି ନା ଅଲୁ ଅର୍ଜୁନ ପ୍ରଥମେ ସ୍ନେହାଙ୍କୁ ଭଲ ପାଇବସିଥିଲେ । ତା’ପରେ ଅଭିନେତାଙ୍କ ବନ୍ଧୁ ତାଙ୍କୁ ସ୍ନେହାଙ୍କୁ ମେସେଜ ପଠାଇବାକୁ ଚାପ ପକାଇଲେ ଏବଂ ସେ ମଧ୍ୟ ତାହା କରିଥିଲେ । ମେସେଜ ପଢିବା ପରେ ସ୍ନେହା ମଧ୍ୟ ତୁରନ୍ତ ଏହାର ଉତ୍ତର ଦେଇଥିଲେ ଏବଂ ପରେ ଦୁହେଁ ଫୋନରେ କଥା ହେବା ଆରମ୍ଭ କରିଥିଲେ । ପରେ ଦୁହେଁ ସାକ୍ଷାତ କରିବାକୁ ସ୍ଥିର କରିଥିଲେ ।

ମଜାଦାର ଥିଲା ପ୍ରଥମ ସାକ୍ଷାତ:

ବିବାହ ଉତ୍ସବ ପରେ ସେମାନଙ୍କର ପ୍ରଥମ ସାକ୍ଷାତ ଅତ୍ୟନ୍ତ ସୁନ୍ଦର ଥିଲା ଏବଂ ପରେ ଉଭୟ ଡେଟରେ ଯାଇଥିଲେ । ଏହି ଉପାୟରେ ଦୁହେଁ ପରସ୍ପରକୁ ବୁଝିବାକୁ ଲାଗିଥିଲେ । ଧୀରେ ଧୀରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଲା ପରେ ଏହି ଲଭବାର୍ଡ ବିବାହ କରିବାକୁ ମନେ ମନେ ସ୍ଥିର କରିଥିଲେ । ହେଲେ ଦୀର୍ଘ ସମୟ ଧରି ନିଜ ସମ୍ପର୍କକୁ ଗୁପ୍ତ ରଖିଥିଲେ ।

ଅଲୁ ଅର୍ଜୁନ ଏବଂ ସ୍ନେହାଙ୍କ ପ୍ରେମ ଜୀବନ:

କିଛି ବର୍ଷ ଡେଟିଂ କରିବା ପରେ ଅଲୁ ଅର୍ଜୁନଙ୍କ ପିତା ଅଲୁ ଅରବିନ୍ଦ ସେମାନଙ୍କ ସମ୍ପର୍କ ବିଷୟରେ ଜାଣିବାକୁ ପାଇଲେ । ତା’ପରେ ପୁଷ୍ପା ଷ୍ଟାର କହିଥିଲେ ଯେ ସେ ସ୍ନେହାଙ୍କୁ ପସନ୍ଦ କରନ୍ତି ଏବଂ ତାଙ୍କୁ ବିବାହ କରିବାକୁ ଚାହାଁନ୍ତି । ତେବେ, ପ୍ରାରମ୍ଭରେ ଉଭୟଙ୍କ ପିତାମାତା ଏହି ସମ୍ପର୍କରେ ରାଜି ନଥିଲେ । ଏହା ସତ୍ତ୍ବେ ଅଲୁ ଏବଂ ସ୍ନେହା ପରସ୍ପରର ସାଥ୍‌ ଛାଡିନଥିଲେ । ପରେ, ଉଭୟଙ୍କ ପିତାମାତା ମଧ୍ୟ ଶେଷରେ ସେମାନଙ୍କ ଇଚ୍ଛା ପୂରଣ କରିବାକୁ ରାଜି ହୋଇଯାଇଥିଲେ ।

ଅଲୁ ଅର୍ଜୁନ ଏବଂ ସ୍ନେହାଙ୍କ ବିବାହ:

ଅଲୁ ଅର୍ଜୁନ ଏବଂ ସ୍ନେହା 2010 ନଭେମ୍ବର 26ରେ ହାଇଦ୍ରାବାଦରେ ନିର୍ବନ୍ଧ କରିଥିଲେ । ନିର୍ବନ୍ଧର ତିନିମାସ ପରେ ଅର୍ଥାତ 2011 ମାର୍ଚ୍ଚ 6ରେ ଉଭୟଙ୍କ ହାତଗଣ୍ଠି ପଡିଥିଲା । 2014ରେ ପ୍ରଥମ ଥର ପାଇଁ ଅଲୁ ଅର୍ଜୁନ ଏବଂ ସ୍ନେହା ପିତାମାତା ହୋଇଥିଲେ । ଏହି ଦମ୍ପତି ସେମାନଙ୍କ ପୁଅର ନାମ ଅଲୁ ଆୟାନ୍ ରଖିଲେ । ଦୁଇ ବର୍ଷ ପରେ ଏହି ଦମ୍ପତି ଏକ କନ୍ୟା ସନ୍ତାନକୁ ସ୍ୱାଗତ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.