ETV Bharat / entertainment

ଡ୍ରିମ୍ ଗାର୍ଲ 2 ଲୁକ୍ ସହ ହୋଲି ଶୁଭେଚ୍ଛା ଜଣାଇଲେ ଅନନ୍ୟା ପାଣ୍ଡେ

author img

By

Published : Mar 7, 2023, 11:38 AM IST

ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କୁ ହୋଲି ଶୁଭେଚ୍ଛା ଜଣାଇଛନ୍ତି ଅନନ୍ୟା ପାଣ୍ଡେ । ଡ୍ରିମ୍ ଗାର୍ଲ 2ର ରଙ୍ଗୀନ ଫଟୋ ସେୟାର କରି ଜଣାଇଛନ୍ତି ଶୁଭେଚ୍ଛା । ଅଧିକ ପଢନ୍ତୁ

ଫ୍ୟାନ୍ସକୁ ହୋଲି ଶୁଭେଚ୍ଛା ଜଣାଇଲେ ଅନନ୍ୟା ପାଣ୍ଡେ

ହାଇଦ୍ରାବାଦ: ହୋଲି ଉତ୍ସବରେ ସେଲିବ୍ରିଟିମାନେ ଧୁମଧାମରେ ପାଳନ କରିଥିବାର ଦେଖିବାକୁ ମିଳିଛି । କିଛି ବଲିଉଡ୍‌ ଷ୍ଟାର ସୋସିଆଲ ମିଡ଼ିଆରେ ନିଜ ଫ୍ୟାନ୍ସକୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଚୁଲବୁଲି ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଆଗାମୀ ଚଳଚ୍ଚିତ୍ର ଡ୍ରିମ୍ ଗାର୍ଲ ୨ରେ ତାଙ୍କ ଲୁକ୍ ସହିତ ନିଜ ପ୍ରଶଂସକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଯାହାକୁ ଫ୍ୟାନ୍ସମାନେ ଲାଇକ ସହ କମେଣ୍ଟ୍‌ ଦେଇଛନ୍ତି ।

ମଙ୍ଗଳବାର ଦିନ ଅନନ୍ୟା ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ତାଙ୍କ ଚେହେରାରେ ହୋଲି ରଙ୍ଗ ଲାଗିଥିବା ଦେଖିବାକୁ ମିଳିଛି । ହୋଲି ନେଇ ସେ ତାଙ୍କ ପ୍ରଶଂସକଙ୍କୁ ଆଗାମୀ ଚଳଚ୍ଚିତ୍ର ଡ୍ରିମ୍ ଗାର୍ଲ ୨ରେ ତାଙ୍କ ଲୁକ୍ ସହିତ ଶୁଭେଚ୍ଛା ଜଣାଇଥିବା ନଜର ଆସିଛନ୍ତି । ଗୋଲ୍ଡ ଏମ୍ବ୍ରୋଡୋରୀ ସହିତ ହଳଦିଆ ସାଲୱାର୍ ସୁଟ୍‌ରେ ଅଭିନେତ୍ରୀ ଖୁବ ସୁନ୍ଦର ଦେଖାଯାଉଛନ୍ତି । ସେ ଏକ ନାକ ପିନ୍ ଏବଂ ଏକ ଚାନ୍ଦବାଲି କାନଫୁଲ ମଧ୍ୟ ପିନ୍ଧିଥିବା ଦେଖିବାକୁ ମିଳିଛି ।

ଫଟୋ ସେୟାର କରି ସେ ହିନ୍ଦୀରେ ଏକ କ୍ୟାପସନ୍ ଲେଖିଛନ୍ତି, 'ବୁରା ନା ମାନୋ ହୋଲି ହେ' ଏହାସହ ହାର୍ଟ ଇମୋଜି ଦେଇଛନ୍ତି । ସେ ଏହି ପୋଷ୍ଟକୁ ସେୟାର କରିବାର କିଛି ସମୟ ପରେ ପ୍ରଶଂସକମାନେ ଲାଇକ କରିବା ସହ ହୋଲି ଶୁଭେଚ୍ଛା ଜଣାଇଥିଲେ । ସୋସିଆଲ ମିଡିଆରେ ନିଜ ପାରମ୍ପରିକ ଲୁକ୍ ପାଇଁ ଅଭିନେତ୍ରୀ ପ୍ରଶଂସା ମଧ୍ୟ ପାଇଛନ୍ତି । ଡ୍ରିମ୍ ଗାର୍ଲ 2ରେ ଅନନ୍ୟାଙ୍କ ଦେଶୀ ଲୁକ୍‌କୁ ଫ୍ୟାନ୍ସମାନେ ଖୁବ୍‌ ପସନ୍ଦ କରିଛନ୍ତି ।

ଆୟୁଷ୍ମାନ ଖୁରାନା ଅଭିନୀତ ଡ୍ରିମ୍ ଗାର୍ଲ ୨ରେ ଅନନ୍ୟା ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମଟି ରାଜ ଶାନ୍ଦିଲିଆ ଦ୍ବାରା ନିର୍ମିତ ଏବଂ ଏକତା କପୁରଙ୍କ ବ୍ୟାନର, ବାଲାଜୀ ମୋସନ ପିକ୍ଚର୍ସ ଦ୍ବାରା ନିର୍ମିତ ହୋଇଛି । ନିକଟରେ ଅନନ୍ୟା ଜୋୟା ଅଖତର୍‌ଙ୍କ ନିର୍ଦ୍ଦେଶିତ ଖୋ ଗଏ ହମ୍ କାହାଁ ଫିଲ୍ମର ସୁଟିଂ ଶେଷ କରିଛନ୍ତି । ଆଗାମୀ ଚଳଚ୍ଚିତ୍ରରେ ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଆଦର୍ଶ ଗୌରବଙ୍କ ସହ ସେ ଅଭିନୟ କରିବେ । ବିକ୍ରମାଦିତ୍ୟ ମୋଟୱାନିଙ୍କ ନିର୍ଦ୍ଦେଶିତ ଏହି ସାଇବର କ୍ରାଇମ-ଥ୍ରୀଲର ପରବର୍ତ୍ତୀ ଫିଲ୍ମ ଚଳିତ ବର୍ଷ ଶେଷରେ ରିଲିଜ ହେବ ।

ସୂଚନା ଥାଉ କି, ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଅବିନେତା ଚଙ୍କି ପାଣ୍ଡେଙ୍କ ଝିଅ ଅଟନ୍ତି । ସେ 2019ରେ student of the year 2ରୁ ଫିଲ୍ମି କ୍ୟାରିଅର ଆରମ୍ଭ କରିଥିଲେ। ଯେଉଁଥିରେ ଅଭିନେତା ଟାଇଗର ସର୍ଫ ଏବଂ ତାରା ସୁତାରିଆଙ୍କ ସହ ସେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ପରେ 2019ରେ ପତି ପତ୍ନୀ ଅର୍‌ ୱୋ, 2020ରେ ଖାଲିପିଲି, ଗେହେରାୟିଆଁ, ଲାଇଜର ଭଳି ଫିଲ୍ମରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.