ETV Bharat / entertainment

King: ଶାହାରୁଖଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବେ ସୁହାନା, ଜାନୁଆରୀରେ ଆରମ୍ଭ ହେବ ସୁଟିଂ

author img

By ETV Bharat Odisha Team

Published : Nov 21, 2023, 4:44 PM IST

Updated : Nov 21, 2023, 5:33 PM IST

ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଶାହାରୁଖ ଖାନ ଏବଂ ସୁହାନା ଖାନ ଏକାଠି ପରଦାରେ ନଜର ଆସିବାକୁ ଯାଉଛନ୍ତି । ଜାନୁଆରୀରେ ଫିଲ୍ମର ସୁଟିଂ ଆରମ୍ଭ ହେବ । ଅଧିକ ପଢ଼ନ୍ତୁ

King: ଶାହାରୁଖଙ୍କ ପ୍ରଥମ ଥର ପାଇଁ ସହ ସ୍କ୍ରିନ ସେୟାର କରିବେ ସୁହାନା, ଜାନୁଆରୀରେ ଆରମ୍ଭ ହେବ ସୁଟିଂ

ହାଇଦ୍ରାବାଦ: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଡିଙ୍କି' ପାଇଁ ବଲିଉଡ କିଙ୍ଗଖାନ ଶାହାରୁଖ ଖାନ ଆଜିକାଲି ଶିରୋନାମାରେ ରହିଛନ୍ତି । ଏଥି ସହିତ ତାଙ୍କର ପ୍ରିୟ ସୁହାନା ଖାନ ମଧ୍ୟ ତାଙ୍କର ଡେବ୍ୟୁ ଫିଲ୍ମ 'ଦ ଆର୍ଚିସ'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ, ବର୍ତ୍ତମାନ ଉଭୟଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ଆସିଛି । ସୁହାନା ଖାନ ପ୍ରଥମ ଥର ପାଇଁ ବାପା ଶାହାରୁଖ ଖାନଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ଦେଖିବାକୁ ମିଳିବ । ରିପୋର୍ଟ ଅନୁଯାୟୀ, ଖୁବ ଶୀଘ୍ର ଶାହାରୁଖ ଏବଂ ସୁହାନାଙ୍କୁ ବଡ଼ ପରଦାରେ ଏକାଠି ଦେଖିବାକୁ ମିଳିବ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପରଦାରେ ବାପା ଶାହାରୁଖ ଖାନ ଏବଂ ଝିଅ ସୁହାନା ଖାନଙ୍କ ଯୋଡିଙ୍କୁ ଏକାଠି ଦେଖିବାକୁ ମିଳିବ । ଫିଲ୍ମର ନାଁ ହେଉଛି 'କିଙ୍ଗ' । ସୁଜୟ ଘୋଷ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବାକୁ ଯାଉଥିବା ବେଳେ ରେଡ୍‌ ଚିଲିସ ଏଣ୍ଟରଟେନମେଣ୍ଟ ଏହାକୁ ପ୍ରସ୍ତୁତ କରିବ । ଏହା ଏକ ଆକ୍ସନ୍-ପ୍ୟାକ୍ ଫିଲ୍ମ ହେବାକୁ ଯାଉଛି । ତେବେ ପ୍ରଥମ ଥର ପାଇଁ ଶାହାରୁଖ ସୁହାନା ସ୍କ୍ରିନ୍‌ ସେୟାର କରିବାକୁ ଥିବା ବେଳେ ଜାନୁଆରୀରେ ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

ଡଙ୍କି ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ୨୨ଡିସେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ଏହା ଚାରିଜଣ ସାଙ୍ଗଙ୍କ କାହାଣୀକୁ ନେଇ ନିର୍ମିତ, ଯେଉଁମାନେ ଇଂଲଣ୍ଡ ଯିବାର ସ୍ୱପ୍ନ ଦେଖନ୍ତି । ସମସ୍ତ ସାଙ୍ଗମାନଙ୍କର ଦାୟିତ୍ୱ ଶାହାରୁଖ ଖାନଙ୍କ କାନ୍ଧରେ ରହିଛି । ଶାହାରୁଖଙ୍କ ବ୍ୟତୀତ ତାପସୀ ପନ୍ନୁ ଏବଂ ବିକି କୌଶଲ ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି । ଚଳିତ ବର୍ଷ କିଙ୍ଗ୍‌ ଖାନ୍‌ଙ୍କ ଚଳଚ୍ଚିତ୍ର ପଠାନ ଏବଂ ଜବାନ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିବା ସହ ବ୍ଲକ୍‌ବ୍ଲଷ୍ଟର୍‌ ହୋଇଥିଲା । ତେବେ ଶାହାରୁଖଙ୍କ ଏହି ଫିଲ୍ମ ମଧ୍ୟ ହିଟ୍‌ ହେବ ବୋଲି ଆଶା କରାଯାଉଛି । ସେପଟେ ଡଙ୍କି ରିଲିଜ୍‌ ଦିନ ସାଉଥ ଷ୍ଟାର ପ୍ରଭାସଙ୍କ ଫିଲ୍ମ ସାଲାର ମଧ୍ୟ ରିଲିଜ ହେବ । ତେବେ ଉଭୟ ଫିଲ୍ମ ମଧ୍ୟରେ କଡ଼ା ଟକ୍କର ମଧ୍ୟ ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ: ଧନୀ ତାଲିକାରେ ଟମ୍ କ୍ରୁଜଙ୍କୁ ପଛରେ ପକାଇଲେ କିଙ୍ଗ ଖାନ

ଏହି ଦିନ 'ଦ ଆର୍ଚିସ୍' ରିଲିଜ୍ ହେବ

ଜୋୟା ଅଖତରଙ୍କ ନିର୍ଦ୍ଦେଶିତ 'ଦ ଆର୍ଚିସ୍' ଡିସେମ୍ବର ୭ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ । ଏହି ଫିଲ୍ମ ଜରିଆରେ ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ, ବୋନି କପୁରଙ୍କ ଝିଅ ଖୁସି କପୁର ଏବଂ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟା ନନ୍ଦା ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏଥିରେ ଅନ୍ୟ ତାରକାମାନଙ୍କ ମଧ୍ୟରେ ମିହିର ଆହୁଜା, ଅଦିତି ଶେହଗିଲ୍, ଯୁବରାଜ ମୈଦା ଏବଂ ବେଦାଙ୍ଗ ରୈନାଲ ମଧ୍ୟ ନଜର ଆସିବେ ।

Last Updated : Nov 21, 2023, 5:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.