ETV Bharat / entertainment

ତାରିଖ ଘୋଷଣା କଲେ ମେକର୍ସ, ଏହି ଦିନ ରିଲିଜ ହେବ ଆନିମଲ ଟ୍ରେଲର

author img

By ETV Bharat Odisha Team

Published : Nov 20, 2023, 3:57 PM IST

Animal Trailer Release: ପ୍ରଶଂସକମାନେ ରଣବୀର କପୁରଙ୍କ ଅଭିନୀତ ଚଳଚ୍ଚିତ୍ର 'ଆନିମଲ'ର ଟ୍ରେଲରକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଶେଷରେ ନିର୍ମାତାମାନେ ଆଜି 'ଆନିମଲ'ର ଟ୍ରେଲରର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ,

ଆନିମଲ ଟ୍ରେଲର: ଏହି ଦିନ ରିଲିଜ ହେବ ରଣଭୀର କପୁରଙ୍କ ଫିଲ୍ମର ଟ୍ରେଲର

ହାଇଦ୍ରାବାଦ: ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ରଣବୀର କପୁରଙ୍କ ଅଭିନୀତ ଚଳଚ୍ଚିତ୍ର 'ଆନିମଲ' ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ଫିଲ୍ମ ଡିସେମ୍ବର ୧ରେ ରିଲିଜ ହେବ । ଯାହାକୁ ନେଇ ଫ୍ୟାନ୍ସ ଉତ୍ସାହର ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଆନିମଲର ଟ୍ରେଲର ରିଲିଜ ନେଇ ନିର୍ମାତା ତାରିଖ ଘୋଷଣା କରିଛନ୍ତି । ୨୩ ନଭେମ୍ବରରେ ଟ୍ରେଲର ରିଲିଜ ହେବ ।

  • " class="align-text-top noRightClick twitterSection" data="">

ସନ୍ଦୀପ ରେଡ୍ଡୀ ଭଙ୍ଗା ସୋମବାର ଅର୍ଥାତ୍ ଆଜି ନିଜ ଇନଷ୍ଟାଗ୍ରାମରେ 'ଆନିମଲ'ର ଟ୍ରେଲରର ରିଲିଜ୍ ତାରିଖ ପ୍ରକାଶ କରିଛନ୍ତି । ସେ ରଣବୀର କପୁରଙ୍କ ସହ ଏକ ଫଟୋ ସେୟାର କରି 'ଆନିମଲ'ର ଟ୍ରେଲର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ସେ ଫଟୋ ସେୟାର କରି ଲେଖିଛନ୍ତି, ୨୩ ନଭେମ୍ବରରେ ଟ୍ରେଲର । 'ଆନିମଲ'ର ଟ୍ରେଲର ରିଲିଜ୍ ତାରିଖ ଘୋଷଣା ହେବା ମାତ୍ରେ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ବଢିଯାଇଛି । ସୂଚନା ଥାଉ କି, ନିକଟରେ ଦୁବାଇର ବୁର୍ଜ ଖଲିଫାରେ ଆନିମଲର ଟିଜର ମୁକ୍ତିଲାଭ କରିଥିଲା । ଏହି ବିଶେଷ ମୁହୂର୍ତ୍ତ ପାଇଁ ରଣବୀର କପୁର ଏବଂ ବବି ଦେଓଲ ଦୁବାଇରେ ପହଞ୍ଚିଥିଲେ । ତେବେ ବିଶ୍ୱର ସର୍ବବୃହତ ବିଲ୍ଡିଂରେ 'ଆନିମଲ'ର ଟିଜର ଦେଖି ଉତ୍ସାହିତ ହୋଇଥିଲେ ଫ୍ୟାନ୍ସ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରଣବୀର କପୁର ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଚଳଚ୍ଚିତ୍ର ଆନିମଲ ଆମେରିକାରେ ୮୮୮ ସ୍କ୍ରିନ ମିଳିଛି । ଯାହା ଶାହାରୁଖ ଖାନଙ୍କ ବ୍ଲକବଷ୍ଟର ଫିଲ୍ମ ଜବାନଠାରୁ ବି ଅଧିକ । ଆମେରିକାରେ ଜବାନ ୮୫୦ ପରଦାରେ ଏବଂ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ବ୍ରହ୍ମାସ୍ତ୍ର ୮୧୦ ପରଦାରେ ମୁକ୍ତିଲାଭ କରିଥିଲା । ତେବେ ଏହି କ୍ରମରେ ଫିଲ୍ମ ବିଦେଶରେ ଅଧିକ ପରଦାରେ ରିଲିଜ ହେବା ସହ ଧମାକା କରିବ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ଶାହାରୁଖଙ୍କ ପରେ ରଣବୀର କପୁରଙ୍କୁ ମିଳିଲା ସାଉଥ୍‌ର ସମର୍ଥନ, ବ୍ଲକ୍‌ ବ୍ଲଷ୍ଟର ଫିଲ୍ମ ହୋଇପାରେ ଆନିମଲ

ଆନିମଲ ଫିଲ୍ମ ବିଷୟରେ କହିବାକୁ ଗଲେ, ରଣବୀର କପୁରଙ୍କ 'ଆନିମଲ' ଡିସେମ୍ବର ୧ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଫିଲ୍ମରେ ରଣବୀରଙ୍କ ବିପକ୍ଷରେ ପ୍ରଥମ ଥର ପାଇଁ ସାଉଥ ସୁନ୍ଦରୀ ରଶ୍ମିକା ମନ୍ଦାନା ନଜର ଆସିବେ । ସନ୍ଦୀପ ରେଡ୍ଡୀ ଭଙ୍ଗା ରେଡ୍ଡୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର, ରଶ୍ମିକାଙ୍କ ବ୍ୟତୀତ ଅନୀଲ କପୁର ଏବଂ ବବି ଦେଓଲ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ର ୫ଟି ଭାଷାରେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ଼ ଏବଂ ମାଲାୟାଲମରେ ମୁକ୍ତିଲାଭ କରିବ । ସେପଟେ ଏହି ଦିନ ବିକି କୌଶଲଙ୍କ ସାମ ବାହାଦୂର ବି ରିଲିଜ ହେବ । ତେବେ ଉଭୟ ଫିଲ୍ମ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.