ETV Bharat / entertainment

Tobacco Controversy: ପାଲଟା ଜବାବ ଦେଲେ ଅଜୟ ଦେବଗନ - ajay devgna on promoting tobacco brand

ବଲିଉଡରେ ଏବେ ପାନ ମସଲାକୁ ନେଇ ଜୋର ଧରିଛି ଚର୍ଚ୍ଚା । ଅକ୍ଷୟ କୁମାର ଭୁଲ ମାଗିବା ପରେ ବର୍ତ୍ତମାନ ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ଅଜୟ ଦେବଗନ୍‌ । ଅଧିକ ପଢନ୍ତୁ

ପାନ ମସଲା ବିବାଦକୁ ନେଇ ଅଜୟ ଦେବଗନଙ୍କ ପାଲଟା ଜବାବ୍‌

author img

By

Published : Apr 22, 2022, 11:28 AM IST

ହାଇଦ୍ରାବାଦ: ହିନ୍ଦୀ ସିନେମାର 3 ବଡ ସୁପରଷ୍ଟାରଙ୍କ ବିଜ୍ଞାପନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ବିଜ୍ଞାପନରେ ଶାହାରୁଖ ଖାନ, ଅଜୟ ଦେବଗନ ଏବଂ ଅକ୍ଷୟ କୁମାର ଏକାଠି ଆସିଥିବାରୁ ସେମାନଙ୍କର ଯେତିକି ପ୍ରଶଂସା ହେଉନି ତା'ଠୁ ଅଧିକା ତିନି ଜଣଙ୍କର ସମାଲୋଚନା କରାଯାଉଛି । ଏଥିରେ ସବୁଠାରୁ ଅଧିକା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅକ୍ଷୟ କୁମାର ।

ଏହି ମାମଲାରେ ଟ୍ରୋଲର୍ସ ବି କମ୍‌ ନୁହଁନ୍ତି । ବର୍ତ୍ତମାନ ଟ୍ରୋଲର୍ସ ସେମାନଙ୍କର ପୁରୁଣା ଭିଡିଓଗୁଡିକୁ ସେୟାର କରୁଛନ୍ତି ଏବଂ ସେମାନଙ୍କୁ ପୁଣି ମନେ ପକାଇ ଦେଇଛନ୍ତି ଯେ, ପାନ୍ ମସାଲା କମ୍ପାନୀ ପାଇଁ ସେମାନେ ବିଜ୍ଞାପନ କେବେ ନକରିବା କଥା କହିଥିଲେ । ଉଲ୍ଲେଖନୀୟ ଯେ, କିଛି ବର୍ଷ ପୂର୍ବରୁ ଅକ୍ଷୟ କୁମାର ନିଜେ, ସ୍ବାସ୍ଥ୍ୟ ପ୍ରତି ହାନିକାରକ କୌଣସି ଜିନିଷକୁ ନେଇ ବିଜ୍ଞାପନ କରିବେ ନାହିଁ ବୋଲି କହିଥିଲେ । ଯେତେ ଟଙ୍କା ମିଳିଲେ ବି ଜନତାଙ୍କ ସ୍ବାସ୍ଥ୍ୟ ହିଁ ସର୍ବୋପରି ବୋଲି କହିଥିଲେ । ତେବେ ଯଦିଓ ଅକ୍ଷୟ କୁମାର ଏଥିପାଇଁ କ୍ଷମା ମାଗି ସାରିଛନ୍ତି ଏବଂ ଭବିଷ୍ୟତରେ ଏପରି ବିଜ୍ଞାପନ ନକରିବା ବିଷୟରେ ମଧ୍ୟ କହିଛନ୍ତି, କିନ୍ତୁ ଏହା ସତ୍ତ୍ବେ ବି ଟ୍ରୋଲର୍ସ ତାଙ୍କୁ ଛାଡିବା ମୁଡରେ ନାହାନ୍ତି । ଏହି ସମୟରେ ଅଜୟ ଦେବଗନ ଏହି ସମଗ୍ର ବିବାଦ ଉପରେ ନିଜର ମତ ରଖିଛନ୍ତି ।

ଅଜୟ ଏକ ପୋର୍ଟାଲକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, କୌଣସି ଜିନିଷର ବିଜ୍ଞାପନ କରିବା କାହାର ବ୍ୟକ୍ତିଗତ ବିଷୟ ଅଟେ । ତେଣୁ ସମସ୍ତେ ମାନସିକ ଭାବେ ଏତେ ପରିପକ୍ବ ଯେ ନିଜ ନିଜର ନିଷ୍ପତ୍ତି ନେଇପାରିବେ । କିଛି ଦ୍ରବ୍ୟ ରହିଛି ଯାହାକି ଶରୀର ପାଇଁ କ୍ଷତିକାରକ ଏବଂ କିଛି ଶରୀର ପାଇଁ ଲାଭଦାୟକ ହୋଇଥାଏ । ମୁଁ ଇଲାଇଚିର ବିଜ୍ଞାପନ କରୁଛି । ଅଜୟଙ୍କ କହିବା ଅନୁଯାୟୀ, ଯେଉଁ ଜିନିଷଗୁଡ଼ିକ କ୍ଷତି ପହଞ୍ଚାଉଛି ତାହାକୁ ବିକ୍ରି କରାଯିବା ଉଚିତ ନୁହେଁ ।

ଏହା ବି ପଢନ୍ତୁ: ବିବାଦ ପରେ କ୍ଷମା ମାଗିଲେ ଖିଲାଡି କୁମାର, ଛାଡିଲେ ଗୁଟଖା କମ୍ପାନୀର ବିଜ୍ଞାପନ

ସୂଚନାଯୋଗ୍ୟ ଯେ, ନିକଟରେ ଅକ୍ଷୟ କୁମାରଙ୍କୁ ଏକ ପାନ୍ ମସାଲା କମ୍ପାନୀର ବିଜ୍ଞାପନ ପାଇଁ ବହୁତ ଟ୍ରୋଲ କରାଯାଉଥିଲା । ଏହା ପରେ ଅକ୍ଷୟ କୁମାର ସୋସିଆଲ ମିଡିଆରେ ଏକ ନୋଟ୍ ସେୟାର କରି ବିଜ୍ଞାପନ ପାଇଁ କ୍ଷମା ମାଗିଛନ୍ତି । ଏହା ସହିତ ଏହି ବିଜ୍ଞାପନ ଛାଡିବାକୁ ଅଭିନେତା ନିଷ୍ପତ୍ତି ନେଇଛନ୍ତି । ସେ ଘୋଷଣା କରିଛନ୍ତି ଯେ ସେ ଆଉ ଏହି ପାନ ମସାଲା ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସାଡର ରହିବେ ନାହିଁ । ଅଭିନେତା ଆହୁରି ଲେଖିଥିଲେ, ମୁଁ ନିଷ୍ପତ୍ତି ନେଇଛି ଯେ ବିଜ୍ଞାପନ ପାଇଁ ମୋତେ ମିଳିଥିବା ସମସ୍ତ ଅର୍ଥ ଭଲ କାର୍ଯ୍ୟ ପାଇଁ ଖର୍ଚ୍ଚ କରିବି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.