ETV Bharat / entertainment

Amitabh Wishes Abhishek: ତସଲିମା ନସରିନ୍‌ଙ୍କୁ ଜବାବ ଦେଇ ଫ୍ୟାନ୍ସ ହୃଦୟ ଜିତିଲେ ଅଭିଷେକ

ନିକଟରେ ଅମିତାଭ ବଚ୍ଚନ ତାଙ୍କ ପୁଅ ଅଭିଷେକଙ୍କ ପାଇଁ ପୁରସ୍କାର ପାଇବା ପାଇଁ ଏକ ପୋଷ୍ଟ ଲେଖିଥିଲେ । ଏହି ପୋଷ୍ଟ ପରେ ଲେଖିକା ତସଲିମା ନସରିନ୍ କହିଛନ୍ତି ଯେ ଅଭିଷେକଙ୍କ ପାଖରେ ସେତିକି ଟ୍ୟାଲେଣ୍ଟ ନାହିଁ ଯେତିକି ଅମିତାଭଙ୍କ ପାଖରେ ଅଛି । ଅଭିଷେକ ବର୍ତ୍ତମାନ ତାଙ୍କ ଟ୍ୱିଟର ଏକ ସୁନ୍ଦର ଉତ୍ତର ଦେଇଛନ୍ତି । ଅଧିକ ପଢନ୍ତୁ

author img

By

Published : Dec 23, 2022, 7:51 PM IST

ଫ୍ୟାନ୍ସ ହୃଦୟ ଜିତିଲେ ଅଭିଷେକ
ଫ୍ୟାନ୍ସ ହୃଦୟ ଜିତିଲେ ଅଭିଷେକ

ମୁମ୍ବାଇ: ଅଭିଷେକ ବଚ୍ଚନଙ୍କ ପ୍ରତିଭା ଉପରେ ସବୁବେଳେ ଅନେକ ପ୍ରଶ୍ନ ଉଠିଥାଏ । ଏହିପରି ଏକ ପ୍ରଶ୍ନ ଗୁରୁବାର ବାଂଲାଦେଶୀ ଲେଖିକା ତସଲିମା ନସରିନ୍ ମଧ୍ୟ ଉଠାଇଥିଲେ। ଅଭିଷେକ ତାଙ୍କ ଚଳଚ୍ଚିତ୍ର 'ଦସବୀ' (dasvi) ପାଇଁ ଫିଲ୍ମଫେୟାର OTT ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ଗ୍ରହଣ କରିଥିଲେ । ଏହି ଚଳଚ୍ଚିତ୍ରଟି 'ଶ୍ରେଷ୍ଠ ଚଳଚ୍ଚିତ୍ର' ପାଇଁ ପୁରସ୍କାର ମଧ୍ୟ ପାଇଥିଲା ।

  • Absolutely correct, Ma’am. Nobody comes close to him in talent or anything else for that matter. He will always remain “ the best”! I am an extremely proud son. 🙏🏽

    — Abhishek 𝐁𝐚𝐜𝐡𝐜𝐡𝐚𝐧 (@juniorbachchan) December 22, 2022 " class="align-text-top noRightClick twitterSection" data=" ">

ପୁଅ ପୁରସ୍କାର ପାଇବା ପରେ ଅମିତାଭ ବଚ୍ଚନ ଟ୍ୱିଟରରେ ଏକ ପୋଷ୍ଟ ସେୟାର କରିିଛନ୍ତି । ଏଥିରେ ଅମିତାଭ ବଚ୍ଚନ ଲେଖିଛନ୍ତି, ‘ମୋର ଗର୍ବ, ମୋର ଖୁସି, ଆଜି ଆପଣ ନିଜକୁ ପ୍ରମାଣ କରିଛନ୍ତି। ତୁମକୁ ଏତେ ପରିହାସ କରାଯାଇଥିଲା, ଲୋକମାନେ ତୁମ ଉପରେ ମଧ୍ୟ ହସିଥିଲେ, ସେମାନଙ୍କ ପାଇଁ ଆଜି ବୋଧେ ହୁଏ ଏହା ଉପଯୁକ୍ତ ଉତ୍ତର । କିନ୍ତୁ ତୁମେ ତୁମର ପ୍ରତିଭା ଆଧାରରେ ଆଜି ଏହାକୁ ପ୍ରମାଣିତ କଲ । ତୁମେ ବେଷ୍ଟ ଅଟ ଏବଂ ସବୁବେଳେ ବେଷ୍ଟ ରହିବ ।’

  • T 4503 - My pride .. my joy .. you have proved your point .. you were derided , ridiculed mocked .. but you silently without any tom tomming , showed your mettle .. you are and shall ever be the BEST .. ❤️ pic.twitter.com/SaJFGrtABp

    — Amitabh Bachchan (@SrBachchan) December 22, 2022 " class="align-text-top noRightClick twitterSection" data=" ">

ଅମିତାଭ ବଚ୍ଚନ ଅଭିଷେକଙ୍କୁ ତାଙ୍କ ଟ୍ୱିଟରେ ପ୍ରଶଂସା କରିଥିବାବେଳେ ତସଲିମା ନସରିନ୍ ଜୁନିଅର ବଚ୍ଚନଙ୍କ ପ୍ରତିଭାକୁ ନେଇ ଏକ ଟ୍ୱିଟରେ ପ୍ରଶ୍ନ କରିଛନ୍ତି। ସେ ଲେଖିଛନ୍ତି, 'ଅମିତାଭ ବଚ୍ଚନ ଜୀ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କୁ ଏତେ ଭଲ ପାଆନ୍ତି ଯେ ତାଙ୍କୁ ଲାଗୁଛି ଯେ ତାଙ୍କ ଭିତରର ସମସ୍ତ ପ୍ରତିଭା ପୁଅଙ୍କ ଭିତରକୁ ଆସିଯାଇଛି ଏବଂ ତାଙ୍କ ପୁଅ ବେଷ୍ଟ। ଅଭିଷେକ ଭଲ, କିନ୍ତୁ ମୁଁ ଭାବୁ ନାହିଁ ଅଭିଷେକ ଅମିତଜୀଙ୍କ ପରି ସେତିକି ଦକ୍ଷ।

ଗୋଟିଏ ପଟେ ପୁରସ୍କାର ପାଇବାର ଆନନ୍ଦ, ଅନ୍ୟ ପଟେ ନିଜ ମହାନାୟକ ପିତାଙ୍କ ସହ ତୁଳନା କରି, ଟ୍ୟାଲେଣ୍ଟକୁ ଫିକା କରିଦେବା ଟ୍ବିଟ୍‌... ନିଶ୍ଚିନ୍ତ ରୂପରେ ଯଦି ଅଭିଷେକଙ୍କୁ ରାଗ ଆସି ବି ଯାଏ, ତାହାଲେ କୌଣସି ବଡ କଥା ନାହିଁ । ମାତ୍ର ଅଭିଷେକ ପୂରା ଶାଳୀନତା ଏବଂ ନମ୍ରତାର ସହିତ ତସଲିମା ନସରିନଙ୍କୁ ଉତ୍ତର ଦେଇଛନ୍ତି। ଯାହାକୁ ଦେଖିବା ପରେ ଅଭିଷେକଙ୍କ ପ୍ରତି ଜନସାଧାରଣଙ୍କ ଭଲ ପାଇବା ଆହୁରି ବଢିଯାଇଛି ।

ଅଭିଷେକଙ୍କ ସୁନ୍ଦର ଉତ୍ତର

ନିଜେ ଟ୍ୱିଟରରେ ତସଲିମା ନସରିନଙ୍କ ଟ୍ୱିଟକୁ ଜବାବ ଦେଇ ଅଭିଷେକ ଲେଖିଛନ୍ତି, 'ସଂପୂର୍ଣ୍ଣ ଠିକ କଥା ମାଡାମ୍‌। ଟ୍ୟାଲେଣ୍ଟ ମାମଲା ହେଉ କି ଅନ୍ୟ କୌଣସି ମାମଲା କେହି ବି ତାଙ୍କ ନିକଟକୁ ଆସିପାରିବେ ନାହିଁ । ସେ ସର୍ବଦା ‘ଦ ବେଷ୍ଟ’ ରହିବେ ! ମୁଁ ତାଙ୍କ ପୁଅ ଭାବେ । ଅଭିଷେକ ତାଙ୍କ ଟୁଇଟ୍ ସହିତ ଅଭିବାଦନ ଜଣାଇବା ପାଇଁ ଦୁଇ ହାତ ଯୋଡିବାର ଏକ ଇମୋଜି ମଧ୍ୟ ସେୟାର କରିଥିଲେ। ତାଙ୍କ ଉତ୍ତର ଦେଖି ଜନସାଧାରଣ ମଧ୍ୟ ଖୁସି ହୋଇଯାଇଛନ୍ତି । ଅଭିନେତା ସୁନୀଲ ଶେଟ୍ଟୀ ଅଭିଷେକଙ୍କ ଟ୍ୱିଟରେ ହାର୍ଟ ଇମୋଜି ସେୟାର କରିଛନ୍ତି ।

ଚଳଚ୍ଚିତ୍ର ନିର୍ମାତା ତୁଷାର ଜାଲୋଟାଙ୍କ ଦ୍ବାରା ନିର୍ଦ୍ଦେଶିତ ଦସବୀ ହେଉଛି ଏକ ରାଜନୌତିକ କମେଡି-ଡ୍ରାମା ଫିଲ୍ମ । ଯାହା ଆଜିର ସମାଜରେ ଶିକ୍ଷାର ମହତ୍ତ୍ବ ବିଷୟରେ ବାର୍ତ୍ତା ଦିଆଯାଇଛି । ଫିଲ୍ମରେ ଅଭିଷେକଙ୍କୁ ଦଶମ ଫେଲ ମୁଖ୍ୟମନ୍ତ୍ରୀଙ୍କ ଚରିତ୍ରରେ ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.