ETV Bharat / entertainment

ଶାହାରୁଖ ସୁପରଷ୍ଟାର ହେବେ ବୋଲି ପୂର୍ବରୁ ହୋଇଥିଲା ଭବିଷ୍ୟବାଣୀ, ହେମା ମାଳିନୀ କଲେ ଖୁଲାସା

author img

By

Published : Jul 12, 2023, 1:14 PM IST

31 ବର୍ଷ ପୂର୍ବରୁ ଭବିଷ୍ୟବାଣୀ କରାଯାଇଥିଲା ଯେ ଶାହାରୁଖ ଖାନ ଭବିଷ୍ୟତରେ ବହୁତ ବଡ ଷ୍ଟାର ହେବେ । ଏକ ସାକ୍ଷାତକାରରେ ହେମା ମାଲିନୀ ଏହି କଥାର ଖଲୁସା କରିଛନ୍ତି । ଅଧିକ ପଢନ୍ତୁ

ଶାହାରୁଖ ସୁପରଷ୍ଟାର ହେବେ ବୋଲି ପୂର୍ବରୁ ହୋଇଥିଲା ଭବିଷ୍ୟବାଣୀ, ହେମା ମାଲିନୀ କଲେ ଖୁଲାସା

ହାଇଦ୍ରାବାଦ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପାଇଁ ଆଜି ବି ସମସ୍ତେ ଦିୱାନା । କେବଳ ଦେଶରେ ନୁହଁ ବରଂ ସାରା ବିଶ୍ବରେ ଶାହାରୁଖଙ୍କ ଫ୍ୟାନ୍ସ ରହିଛନ୍ତି । ତାଙ୍କ ଫିଲ୍ମ ପାଇଁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥାନ୍ତି । କିଙ୍ଗ୍‌ ଖାନ ପ୍ରାୟ ତିନି ଦଶନ୍ଧି ଧରି ବଲିଉଡରେ ନିଜ ଜଲୱା ଦେଖାଇ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି । ନିକଟରେ ରିଲିଜ ହୋଇଥିବା ଫିଲ୍ମ ପଠାନ ଏହା ପ୍ରମାଣିତ କରିଥିଲା ଯେ, ସେ ଆଜି ବି ବଲିଉଡର ବାଦଶାହା ଅଟନ୍ତି । ତେବେ ବର୍ତ୍ତମାନ ଶାହାରୁଖଙ୍କ ବିଷୟରେ ଏକ ଖବର ସାମ୍ନାକୁ ଆସିଛି । 31 ବର୍ଷ ପୂର୍ବରୁ ହିଁ ଶାହାରୁଖ ଭବିଷ୍ୟତରେ ଜଣେ ସୁପରଷ୍ଟାର ହେବେ ବୋଲି ଭବିଷ୍ୟବାଣୀ ହୋଇଯାଇଥିଲା । ଏକ ସାକ୍ଷାତକାରରେ ଶାହାରୁଖଙ୍କୁ ନେଇ ଏହି ଖୁଲାସା କରିଛନ୍ତି ଡ୍ରିମଗାର୍ଲ ହେମା ମାଳିନୀ ।

ନିକଟରେ ଏକ ସାକ୍ଷାତକାରରେ ହେମା ମାଳିନୀ ସେହି ସମୟକୁ ମନେ ପକାଇଥିଲେ ଯେତେବେଳେ ସେ ତାଙ୍କ ଚଳଚ୍ଚିତ୍ର 'ଦିଲ୍ ଆଶ୍‌ନା ହେ' ପାଇଁ ନବାଗତ ନାୟକ ଭାବରେ ଶାହାରୁଖ ଖାନ୍‌ଙ୍କୁ ସାଇନ କରିଥିଲେ । ହେମା ମାଳିନୀ କହିଛନ୍ତି ଯେ ତାଙ୍କ ଗୁରୁ ମା' ଏକ ସମୟରେ ଶାହାରୁଖ ଖାନଙ୍କ ବିଷୟରେ ଭବିଷ୍ୟବାଣୀ କରି କହିଥିଲେ ଯେ, ଦିନେ ଏହି ବାଳକ ଏକ ବଡ଼ ସୁପରଷ୍ଟାର ହେବ । ସୂଚନା ଥାଉ କି, 1992 ମସିହାରେ ଶାହାରୁଖଙ୍କ 4ଟି ଚଳଚ୍ଚିତ୍ର ରିଲିଜ କରିଥିଲା ​​। ଏଥିମଧ୍ୟରେ 'ଦିଲ ଆଶ୍‌ନା ହେ' ରହିଥିଲା । ଯାହାର ନିର୍ମାତା ତଥା ନିର୍ଦ୍ଦେଶକ ହେମା ମାଳିନୀ ଥିଲେ । ବଲିଉଡରେ ଶାହାରୁଖଙ୍କ ସେହି ବର୍ଷ ପ୍ରଥମ ବର୍ଷ ସହ 'ଦିଲ ଆଶ୍‌ନା ହେ' ପ୍ରଥମ ପ୍ରୋଜେକ୍ଟ ଥିଲା ।

ଶାହାରୁଖଙ୍କ ବିଷୟରେ କଥାବାର୍ତ୍ତା କରି ହେମା ମାଳିନୀ ଏହା ମଧ୍ୟ କହିଛନ୍ତି ଯେ, ଶାହାରୁଖଙ୍କ ଟିଭି ସିରିଏଲ ଫୌଜି ଆସିଥିଲା । ଏହି ସିରିଏଲରୁ ଶାହାରୁଖଙ୍କୁ ସେ ବେଶ ପସନ୍ଦ କରିଥିଲେ । ହେମା ମାଳୀନି ନିଜେ ଏହି ସିରିଏଲ ଦେଖୁଥିଲେ ଏବଂ ଏହି ସମୟ ମଧ୍ୟରେ ସେ ଅନୁଭବ କଲେ ଯେ ଫିଲ୍ମରେ ନୂଆ ଚେହେରା ଭାବରେ ଶାହାରୁଖଙ୍କ ଛଡ଼ା ଆଉ କେହି ହୋଇପାରିବ ନାହିଁ । ଏହିପରି ସେ ତାଙ୍କ ଚଳଚ୍ଚିତ୍ର ପାଇଁ ଶାହାରୁଖଙ୍କ ସହ ସାଇନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ମେଟ୍ରୋ ଏବଂ ଅଟୋ ଯାତ୍ରା କଲେ ଡ୍ରିମ୍‌ଗାର୍ଲ, ଭିଡିଓ ଭାଇରାଲ

ହେମା ମାଳିନୀଙ୍କ ଭଉଣୀ ଏବଂ ଧର୍ମେନ୍ଦ୍ରଙ୍କୁ ଶାହାରୁଖଙ୍କୁ ଭେଟିଥିଲେ । ସେହି ସମୟରେ ହେମାଙ୍କ ଗୁରୁ ମା' ତାଙ୍କୁ ଶାହାରୁଖଙ୍କୁ ନେଇ ସୁପରଷ୍ଟାର ହେବା କଥା କହିଥିଲେ । ହେମା ମାଳିନୀ ଏହା ମଧ୍ୟ କହିଛନ୍ତି ଯେ ଗୁରୁ ମା' ତାଙ୍କୁ ତାଙ୍କ କ୍ୟାରିଅରରେ ବହୁତ ସାହାଯ୍ୟ କରିଛନ୍ତି । ସେ ହିଁ ବାଗବାନକୁ ସାଇନ କରିବାକୁ କହିଥିଲେ ଏବଂ ସେ ହିଁ ଧର୍ମେନ୍ଦ୍ରଙ୍କୁ ବିବାହ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.