ETV Bharat / entertainment

ନିକିତାଙ୍କ କନସର୍ଟରେ ହୋଇଥିଲା ଦଳାଚକଟା, ଦୁଃଖପ୍ରକାଶ କଲେ ଗାୟିକା

author img

By ETV Bharat Odisha Team

Published : Nov 26, 2023, 8:57 PM IST

ଶନିବାର ରାତିରେ କେରଳର କୋଚିରେ ଥିବା ଏକ ବିଶ୍ୱବିଦ୍ୟାଳୟର ବାର୍ଷିକ କାର୍ଯ୍ୟକ୍ରମରେ ୪ ଜଣ ଛାତ୍ରଙ୍କ ମୃତ୍ୟୁ ଘଟଣା । କଣ୍ଠଶିଳ୍ପୀ ନିକିତା ଗାନ୍ଧୀଙ୍କ କନସର୍ଟ ପୂର୍ବରୁ ଏହି ଘଟଣା ଘଟିଥିବା ଜଣାପଡିଛି । ଏହାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ନିକିତା । ଅଧିକ ପଢନ୍ତୁ

ଗାୟିକା ନିକିତା ଗାନ୍ଧୀଙ୍କ କନସର୍ଟରେ ୪ଜଣଙ୍କ ମୃତ୍ୟୁ

ହାଇଦ୍ରାବାଦ: ୨୫ ନଭେମ୍ବର ୨୦୨୩ରେ କେରଳର କୋଚି ବିଶ୍ୱବିଦ୍ୟାଳୟର ବାର୍ଷିକ କାର୍ଯ୍ୟକ୍ରମ ସମୟରେ ୪ ଛାତ୍ରଙ୍କର ମୃତ୍ୟୁ ଏବଂ ୬୦ ରୁ ଅଧିକ ଆହତ ଘଟଣା । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜଙ୍କ କହିବାନୁସାରେ, ଦୁଇ ପୁରୁଷ ଓ ଦୁଇ ମହିଳା ଛାତ୍ର ମୃତ୍ୟୁବରଣ କରିଥିବାବେଳେ କଲାମାସେରି ମେଡିକାଲ କଲେଜ ଏବଂ ହସ୍ପିଟାଲ ଏବଂ ଅନ୍ୟ କେତେକ ଡାକ୍ତରଖାନାରେ ୬୦ରୁ ଅଧିକ ଲୋକ ଚିକିତ୍ସିତ ହେଉଛନ୍ତି । ଜର୍ଜ କହିଛନ୍ତି ଯେ ଆଉ ଚାରି ଜଣ ଛାତ୍ରଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ଏହି ଘଟଣା ବଲିଉଡ ଗାୟିକା ନିକିତା ଗାନ୍ଧୀଙ୍କ କନସର୍ଟ ପୂର୍ବରୁ ଘଟିଥିଲା । ଏହି ଘଟଣା ନେଇ କଣ୍ଠଶିଳ୍ପୀ ନିକିତା ଦୁଃଖପ୍ରକାଶ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଶୋକ ପ୍ରକାଶ କରିଛନ୍ତି ।

ନିକିତା ଗାନ୍ଧୀ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି ଯେ 'କୋଚିରେ ଯାହା ଘଟିଲା ତାହା ମୋତେ ହୃଦୟ ଭାଙ୍ଗି ଦେଇଛି ଏବଂ ମୁଁ ମଧ୍ୟ ହୃଦୟ ଭାଙ୍ଗିଛି । ମୁଁ ପହଞ୍ଚିବା ପୂର୍ବରୁ ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା। ଏହି ଦୁଃଖଦ ଘଟଣା ପ୍ରକାଶ କରିବାକୁ କୌଣସି ଶବ୍ଦ ଯଥେଷ୍ଟ ନାହିଁ । ମୋର ପ୍ରାର୍ଥନା ଛାତ୍ରମାନଙ୍କ ପରିବାର ସହ ଅଛି।"

ସୂଚନା ଅନୁସାରେ, ଘଟଣା ନେଇ ଅତିରିକ୍ତ ମହାନିର୍ଦ୍ଦେଶକ ପୋଲିସ (ଏଡିଜିପି) ଏମଆର ଅଜିତ କୁମାର କହିଛନ୍ତି ଯେ ଯେତେବେଳେ ହଠାତ୍ ପ୍ରବଳ ବର୍ଷା ହୋଇଥିଲା, ସେତେବେଳେ ଦର୍ଶକମାନେ ପାହାଚ ବ୍ୟବହାର କରି ଅଡିଟୋରିୟମରେ ପହଞ୍ଚି ଦୌଡାଡୌଡି କରିଥିଲେ । ସେ କହିଛନ୍ତି, 'ଅଡିଟୋରିୟମ୍ ଆଂଶିକ ପୂର୍ଣ୍ଣ ଥିଲା କିନ୍ତୁ ଯେତେବେଳେ ହଠାତ୍ ବର୍ଷା ହେଲା, ଛାତ୍ରମାନେ ପାହାଚ ଦେଇ ଦୌଡ଼ିବାକୁ ଲାଗିଲେ, ଯେଉଁଥିପାଇଁ ଲୋକେ ଦଳଚକାଟା ହୋଇଥିଲେ ଏବଂ ଏପରି ଦୁର୍ଘଟଣା ଘଟିଥିଲା ।

ପୋଲିସ ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ ନିକିତା ଗାନ୍ଧୀଙ୍କ କନସର୍ଟ ସମୟରେ ଏହି ଘଟଣା ଘଟିଛି । ଏହି ଘଟଣା ଘଟିବା ପରେ ସଙ୍ଗୀତ ପରିବେଷଣ କରିନାହାନ୍ତି । ଅଧିକାରୀଙ୍କ ଅନୁଯାୟୀ, କୋଚିନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (CUSAT) ର ଖୋଲା ଅଡିଟୋରିୟମରେ ଆୟୋଜିତ ଏକ ସଂଗୀତ ମହୋତ୍ସବରେ ନିକିତା ଗାନ୍ଧୀ ଗୀତ ଗାଇଥାନ୍ତେ ।

ନିକିତା ଗାନ୍ଧୀ କିଏ?

ନିକିତା ଅଧା ବଙ୍ଗାଳୀ ଏବଂ ଅଧା ପଞ୍ଜାବୀ । ସେ ସ୍ନାତକୋତ୍ତର ଅଧ୍ୟୟନ ସମୟରେ ଚେନ୍ନାଇରେ ରହୁଥିଲେ। ସେ ପ୍ରାୟ ୧୨ ବର୍ଷ ଧରି ଓଡ଼ିଶୀ ନୃତ୍ୟ ଏବଂ ହିନ୍ଦୁସ୍ତାନୀ ସଙ୍ଗୀତ ଶିଖିଲେ । ନିକିତା ଗାନ୍ଧୀ 2 ଅକ୍ଟୋବର 1991ରେ ପଶ୍ଚିମବଙ୍ଗର କୋଲକାତାରେ ମିଶ୍ରିତ ବଙ୍ଗାଳୀ ଏବଂ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ୩୨ ବର୍ଷୀୟ ନିକିତା ଗାନ୍ଧୀ ଜଣେ ଭାରତୀୟ ପ୍ଲେ ବେକ୍ ଗାୟକ । ସେ ହିନ୍ଦୀ, ତାମିଲ, ତେଲୁଗୁ, ବଙ୍ଗାଳୀ ଏବଂ କନ୍ନଡରେ ପାଞ୍ଚଟି ଭିନ୍ନ ଭାଷାରେ ଭାରତୀୟ ଚଳଚ୍ଚିତ୍ରରେ କାମ କରିଛନ୍ତି । ନିକିତା ଫିଲ୍ମ 'ରାବତା'ରେ ଟାଇଟଲ୍ ଟ୍ରାକ୍ 'ରାବତା' ଗାଇଛନ୍ତି । ଫିଲ୍ମ 'ଜଗା ଜାସୁସ୍'ରେ ସେ ଅରିଜିତ ସିଂଙ୍କ ସହ 'ଉଲୁ କା ପଠା' ଗୀତ ଗାଇଛନ୍ତି । ଯାହା ହିଟ୍ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ପଞ୍ଜାବୀ ଗାୟକ ଗିପି ଗ୍ରେୱାଲଙ୍କ ଘରେ ଫାୟାରିଂ, ଭାଇଜାନଙ୍କୁ ବି ଲରେନ୍ସ ବିଷ୍ଣୋଇର ଧମକ !

ସେହିପରି ନିକିତା ଗାନ୍ଧୀ 'ସଚିନ୍: ଏକ ବିଲିୟନ ଡ୍ରିମ୍ସ', 'ଜବ୍ ହ୍ୟାରି ମେଟ୍ ସେଜାଲ୍', 'କେଦାରନାଥ', 'ଲୁକ୍କା ଛୁପି', 'ସୂର୍ଯ୍ୟବଂଶୀ' ଏବଂ 'ଟାଇଗର ୩' ଭଳି ଅନେକ ହିନ୍ଦୀ ଚଳଚ୍ଚିତ୍ର ପାଇଁ ଗୀତ ଗାଇଛନ୍ତି । ସେ 'ଲିଓ', 'ଭାରିସୁ', 'କକ୍ପିତ' ଏବଂ 'କିଶ୍ମିଶ୍' ଭଳି ଚଳଚ୍ଚିତ୍ର ପାଇଁ ବଙ୍ଗାଳୀ ଏବଂ ତାମିଲ୍ ଗୀତ ଗାଇଛନ୍ତି । ତାଙ୍କର ଗୀତ 'ଆଓ କଭି ହାଭେଲି ପେ' ଏବଂ 'ପୋଷ୍ଟର ଲାଗୱା ଦୋ' ବହୁତ ପସନ୍ଦ କରାଯାଇଥିଲା । ବାଦଶାହାଙ୍କ ସହ ତାଙ୍କ ଗୀତ 'ଜୁଗ୍ନୁ' ହିଟ୍ ବୋଲି ପ୍ରମାଣିତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.