ETV Bharat / entertainment

ନୱାଜୁଦ୍ଦିନ ଓ ଆଲିଆଙ୍କୁ ହାଇକୋର୍ଟଙ୍କ ପରାମର୍ଶ: ପିଲାଙ୍କ ପ୍ରସଙ୍ଗରେ ଆପୋଷ ବୁଝାମଣା କର - ବମ୍ବେ ହାଇକୋର୍ଟ

ବଲିଉଡ ଷ୍ଟାର ଦମ୍ପତି ନୱାଜୁଦ୍ଦିନ ସିଦ୍ଦିକି ଓ ପତ୍ନୀ ଆଲିଆଙ୍କ ପାରିବାରିକ ବିବାଦ ମାମଲା । ପିଲାଙ୍କ ପ୍ରସଙ୍ଗରେ ଆପୋଷ ବୁଝାମଣା କରିବାକୁ ପରାମର୍ଶ ଦେଲେ ବମ୍ବେ ହାଇକୋର୍ଟ । ଅଧିକ ପଢନ୍ତୁ

ନୱାଜୁଦ୍ଦିନ ଓ ଆଲିଆଙ୍କୁ ହାଇକୋର୍ଟଙ୍କ ପରାମର୍ଶ

author img

By

Published : Feb 25, 2023, 11:43 AM IST

ମୁମ୍ବାଇ: ବଲିଉଡ ଷ୍ଟାର ଦମ୍ପତି ନୱାଜୁଦ୍ଦିନ ସିଦ୍ଦିକି ଓ ପତ୍ନୀ ଆଲିଆଙ୍କ ପାରିବାରିକ ବିବାଦ ମାମଲା କାଠଗଡାରେ ପହଞ୍ଚିଛି । ଦୁଇ ପିଲାଙ୍କ ସୁରକ୍ଷାକୁ ନେଇ ନୱାଜୁଦ୍ଦିନ ବମ୍ବେ ହାଇକୋର୍ଟରେ ପିଟିସନ ଦାଖଲ କରିଛନ୍ତି । ଏହି ମାମଲାକୁ ବିଚାରକୁ ନେଇ ଶୁକ୍ରବାର ହାଇକୋର୍ଟ ବଲିଉଡ ଦମ୍ପତିଙ୍କୁ ପରାମର୍ଶ ଦେଇଛନ୍ତି । ପିଲାଙ୍କୁ ନେଇ ଦୁହିଁଙ୍କ ମଧ୍ୟରେ ଯାହା ବି ବିବାଦ ଅବା ମତାନ୍ତର ରହିଛି, ଆପୋଷ ବୁଝାମଣାରେ ସେସବୁର ସମାଧାନ ପାଇଁ ଚେଷ୍ଟା କରିବାକୁ କୋର୍ଟ ଉପଦେଶ ଦେଇଛନ୍ତି ।

ସୂଚନାଥାଉ କି, ବଲିଉଡ ଅଭିନେତା ନୱାଜୁଦ୍ଦିନ ଓ ଆଲିଆଙ୍କ ଦୁଇଟି ସନ୍ତାନ ଅଛନ୍ତି । ଜଣେ ୧୨ ବର୍ଷୀୟ ଝିଅ ଓ ଆଉ ଜଣେ ୭ ବର୍ଷୀୟ ପୁଅ । ତେବେ ଦୁଇଟି ଯାକ ପିଲା ଏବେ ନିଜ ମାଆ ପାଖରେ ଅଲଗା ରହୁଥିବା ବେଳେ ଅଭିନେତା ସେମାନଙ୍କ ବିଷୟରେ କିଛି ଜାଣିନଥିବା ଅଭିଯୋଗ କରିଛନ୍ତି । ତେଣୁ ବର୍ତ୍ତମାନ ଦୁଇ ପିଲା କେଉଁଠି ଅଛନ୍ତି ତାହା ଜଣାଇବାକୁ ଆଲିଆଙ୍କୁ ନିର୍ଦ୍ଦେଶ ଦେବା ପାଇଁ ନୱାଜ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି ।

ଜଷ୍ଟିସ ଏଏସ ଗଡକରୀ ଏବଂ ପିଡି ନାଇକଙ୍କ ଖଣ୍ଡପୀଠ ଏହି ମାମଲାକୁ ବିଚାରକୁ ନେଇ ଉଭୟ ପତିପତ୍ନୀଙ୍କୁ ପରାମର୍ଶ ଦେଇଛନ୍ତି । ବିଚାରପତି କହିଛନ୍ତି, ସନ୍ତାନ ପ୍ରସଙ୍ଗରେ ନୱାଜୁଦ୍ଦିନ ଓ ପତ୍ନୀଙ୍କ ମଧ୍ୟରେ ଯାହା ବି ମତଭେଦ ରହିଛି ଦୁହେଁ ଆପୋଷ ବୁଝାମଣାରେ ସମାଧାନ ପାଇଁ ଚେଷ୍ଟା କରିବା ଉଚିତ୍ । ନୱାଜ ସିଦ୍ଦିକି ନିଜ ପିଲାଙ୍କ ସୁରକ୍ଷା ଓ ଶିକ୍ଷାକୁ ନେଇ ଚିନ୍ତିତ ଅଛନ୍ତି । ଏହି ବିଷୟରେ ପତିପତ୍ନୀ ନିଜ ଭିତରେ ଆଲୋଚନା କରିପାରିଲେ ଏହି ମାମଲାର ଭଲ ସାମାଧନ ହୋଇପାରିବ ।

ନୱାଜୁଦ୍ଦିନ ସିଦ୍ଦିକିଙ୍କ ଆଇନଜୀବୀ ପ୍ରଦୀପ ଥୋରାଟ କୋର୍ଟଙ୍କୁ କହିଥିଲେ ଯେ, ଅଭିନେତା ଜାଣିନାହାନ୍ତି କି ବର୍ତ୍ତମାନ ତାଙ୍କର ପୁଅ ଝିଅ କେଉଁଠି ଅଛନ୍ତି । ପିଲାମାନେ ଦୁବାଇରେ ଥିଲେ ବୋଲି ସେ ଭାବୁଥିଲେ । ହେଲେ ଦୁହେଁ ସ୍କୁଲ ଯାଉନଥିବା ନେଇ ସେମାନଙ୍କ ସ୍କୁଲରୁ ଏକ ମେଲ୍ ମିଳିଥିଲା । ଗତବର୍ଷ ନଭେମ୍ବରରେ ପତ୍ନୀ ଆଲିଆ ପିଲାଙ୍କ ନନେଇ ଦୁବାଇରୁ ଏକୁଟିଆ ଭାରତ ଆସିଥିଲେ ।

ଏହାପରେ କୋର୍ଟ ଆଲିଆଙ୍କ ଆଇନଜୀବୀ ରିଜୱାନ ସିଦ୍ଦିକିଙ୍କୁ ପିଲାମାନେ କେଉଁଠି ବୋଲି ପ୍ରଶ୍ନ କରିଥିଲେ । ଉତ୍ତରରେ ରିଜୱାନ କହିଥିଲେ ଯେ, ପିଲା ଏବେ ତାଙ୍କର ମାଆ ପାଖରେ ଅଛନ୍ତି । ସେମାନେ ଦୁବାଇ ଫେରିବାକୁ ଚାହୁଁନାହାନ୍ତି । ଦୁହେଁ ମାଆ ସହ ଭାରତରେ ରହିବାକୁ ଚାହୁଁଛନ୍ତି । ଏଠାରେ ସେ ନିଜର ଶିକ୍ଷା ଜାରି ରଖିବା ପାଇଁ ଚାହାଁନ୍ତି । ଏହା ଶୁଣିବା ପରେ ବିଚାରପତି ଅଭିନେତାଙ୍କ ପତ୍ନୀଙ୍କୁ ଆସନ୍ତା ସପ୍ତାହରେ କୋର୍ଟରେ ପିଲାଙ୍କ ଶିକ୍ଷା ସଂକ୍ରାନ୍ତରେ ସେ କ'ଣ ନିଷ୍ପତ୍ତି ନେଇଛନ୍ତି ତାହା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ମାର୍ଚ୍ଚ ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.