ETV Bharat / entertainment

ହୃଦ୍‌ଘାତରେ ଚାଲିଗଲେ ଗୋଲମାଲ୍‌ ଅଭିନେତ୍ରୀ ମଞ୍ଜୁ ସିଂହ - ଗୋଲମାଲ୍‌ ଅଭିନେତ୍ରୀ ମଞ୍ଜୁ ସିଂହ

ଅଭିନେତା ଅମୋଲ ପାଲକେରଙ୍କ ଫିଲ୍ମ ଗୋଲମାଲର ଭେଟେରାନ୍‌ ଅଭିନେତ୍ରୀ ମଞ୍ଜୁ ସିଂହଙ୍କ ଦେହାନ୍ତ ହୋଇଛି । ହୃଦ୍‌ଘାତ ଯୋଗୁଁ ଆଜି ସକାଳୁ ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଅଧିକ ପଢନ୍ତୁ

ଆରପାରିରେ ଗୋଲମାଲ୍‌ ଅଭିନେତ୍ରୀ ମଞ୍ଜୁ ସିଂହ
ଆରପାରିରେ ଗୋଲମାଲ୍‌ ଅଭିନେତ୍ରୀ ମଞ୍ଜୁ ସିଂହ
author img

By

Published : Apr 16, 2022, 3:57 PM IST

ହାଇଦ୍ରାବାଦ: ଆଖି ବୁଜିଲେ ଟେଲିଭିଜନ ଜଗତର ଭେଟେରାନ ଅଭିନେତ୍ରୀ ମଞ୍ଜୁ ସିଂହ । ହୃଦ୍‌ଘାତ ଯୋଗୁଁ ଆଜି ସକାଳେ ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 73 ବର୍ଷ ବୟସ ହୋଇଥିଲ । ତାଙ୍କ ପରିବାର ପକ୍ଷରୁ ଏହି ସୂଚନା ଦିଆଯାଇଛି । ପରିବାର ପକ୍ଷରୁ କୁହାଯାଇଛି ଯେ, ମୁମ୍ବାଇରେ ତାଙ୍କର ମୃତ୍ୟୁ ହୋଇଛି। ମଞ୍ଜୁ ସିଂହଙ୍କ ଦେହାନ୍ତରେ ଗୀତିକାର, ଅଭିନେତା ତଥା ନିର୍ଦ୍ଦେଶକ ସ୍ୱାନନ୍ଦ କିର୍‌କିରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

  • मंजू सिंह जी नहीं रही ! मंजू जी मुझे दिल्ली से मुंबई लायी थी दूरदर्शन के लिए उनका शो स्वराज लिखने ! उन्होंने DD के लिए कई नायब शोज़ एक कहानी, शो टाइम आदि बनाए थे . हृषिकेश मुखर्जी की फ़िल्म गोलमाल की रत्ना हमारी प्यारी मंजू जी आपका प्यार कैसे भूल सकता है .. अलविदा ! pic.twitter.com/aKFvMJeFYF

    — Swanand Kirkire (@swanandkirkire) April 15, 2022 " class="align-text-top noRightClick twitterSection" data=" ">

ସ୍ୱାନନ୍ଦ କିର୍‌କିରେ ଟ୍ୱିଟରରେ ମଞ୍ଜୁ ସିଂହଙ୍କ ଏକ ଫଟୋ ସେୟାର କରି ଲେଖିଛନ୍ତି, "ମଞ୍ଜୁ ସିଂହ ଜୀ ଆଉ ନାହାଁନ୍ତି । ମଞ୍ଜୁ ଜୀ ମୋତେ ଦିଲ୍ଲୀରୁ ମୁମ୍ବାଇ ଆଣିଥିଲେ । ଦୂରଦର୍ଶନରେ ଆସୁଥିବା ତାଙ୍କ ଶୋ’ ‘ସ୍ୱରାଜ’ରେ ଲେଖିବା ପାଇଁ ସେ ମୋତେ ଆଣିଥିଲେ । ସେ ଦୂରଦର୍ଶନ ପାଇଁ କାହାଣୀ, ଶୋ ଟାଇମ ଇତ୍ୟାଦି ତିଆରି କରିଥିଲେ ।"

ମଞ୍ଜୁ ବଲିଉଡ ଇଣ୍ଡଷ୍ଟ୍ରୀର ଜଣେ ଜଣାଶୁଣା ଭେଟେରାନ୍‌ ଅଭିନେତ୍ରୀ ସହ ଫିଲ୍ମ ପ୍ରଡ୍ୟୁସର ମଧ୍ୟ ଥିଲେ। ସେ ଅନେକ ଫିଲ୍ମ ଏବଂ ଟେଲିଭିଜନରେ କାମ କରିଛନ୍ତି । ଋଷିକେଶ ମୁଖାର୍ଜୀଙ୍କ ୧୯୮୦ରେ ପରଦାକୁ ଆସିଥିବା ଫିଲ୍ମ ‘ଗୋଲମାଲ’ ସୁପର ହିଟ୍‌ ହୋଇଥିଲା । ଏଥିରେ ଅଭିନେତା ଅମୋଲ ପାଲକର ଓ ଉତ୍ପଲ ଦତ୍ତଙ୍କ କମେଡି ସମସ୍ତଙ୍କ ହୃଦୟ ଜିତି ନେଇଥିଲା । ତାଙ୍କ ଭୂମିକାକୁ ସେତେବେଳେ ଲୋକେ ଖୁବ୍‌ ପସନ୍ଦ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.