ETV Bharat / entertainment

Sunny Deol: ସନ୍ନିଙ୍କ ପାଇଁ ଲକି ଲେଟର 'G' ! ଘାୟଲରୁ ଗଦର-2 ବକ୍ସଅଫିସରେ ବ୍ଲକବ୍ଲାଷ୍ଟର

author img

By

Published : Aug 17, 2023, 9:04 AM IST

ପୂର୍ବରୁ ସନ୍ନି ଦେଓଲଙ୍କ ଜି ଅକ୍ଷରରୁ ଆରମ୍ଭ ହୋଇଥିବା ସମସ୍ତ ଚଳଚ୍ଚିତ୍ର ବକ୍ସ ଅଫିସରେ ଧମାକା କରିଛି । ଏବେ ବି ତାଙ୍କ ଫିଲ୍ମ 'ଗଦର ୨' ଦର୍ଶକଙ୍କ ପ୍ରଥମ ପସନ୍ଦ ହୋଇଛି । ତେବେ ନଜର ପକାନ୍ତୁ, ସନ୍ନିଙ୍କ ଜି ଅକ୍ଷରରେ ନିର୍ମିତ ଫିଲ୍ମ ଉପରେ ।

'ଘାୟଲ୍' ରୁ 'ଗଦର ୨' ଯାଏଁ ସନ୍ନି ଦେଓଲଙ୍କ ଜି ନାମିତ ଫିଲ୍ମ ହୋଇଛି ବ୍ଲକବ୍ଲାଷ୍ଟର, ଦେଖନ୍ତୁ ଲିଷ୍ଟ

ହାଇଦ୍ରାବାଦ: ସବୁବେଳେ ନିଜ ଦମଦାର ଡାଇଲଗ ଏବଂ ଆକ୍ସନ ପାଇଁ ଚର୍ଚ୍ଚାରେ ଥାନ୍ତି ବଲିଉଡ ଲୋକପ୍ରିୟ ଅଭିନେତା ସନ୍ନି ଦେଓଲ । ସନ୍ନିଙ୍କ 90 ଦଶକରୁ ଆରମ୍ଭ କରି ପ୍ରାୟ 100 ପାଖାପାଖି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି । ତାଙ୍କ ଅଭିନୀତ ଯେତିକି ଜି ଅକ୍ଷରରେ ନିର୍ମିତ ଫିଲ୍ମ ବ୍ଲକବ୍ଲଷ୍ଟର ପ୍ରମାଣିତ ହୋଇଛି । ସନ୍ନିଙ୍କ G ଅକ୍ଷରରୁ ନିର୍ମିତ ଚଳଚ୍ଚିତ୍ର ଯାହା ସୁପରହିଟ୍ ହୋଇଛି, ସେ ଉପରେ ନଜର ପକାନ୍ତୁ,

'ଢାଇ କିଲୋ କା ହାଥ' ଫେମ ଅଭିନେତା ସନ୍ନି ଦେଓଲ ଫିଲ୍ମ 'ଘାୟଲ୍' ରୁ 'ଗଦର ୨' ଯାଏଁ ଫିଲ୍ମ ବକ୍ସ ଅଫିସରେ ଧମାକା କରିଛି । ଦୀର୍ଘ ସମୟ ପରେ ବର୍ତ୍ତମାନ 'ଗଦର ୨' ସହ ବଲିଉଡରେ ଏକ ବଡ଼ କମବ୍ୟାକ କରିଛନ୍ତି ସନ୍ନି । ଅଗଷ୍ଟ 11ରେ ମୁକ୍ତିଲାଭ କରିଥିବା ​​ଫିଲ୍ମ 'ଗଦର ୨' ଦର୍ଶକଙ୍କ ମନ ଜିତୁଛି । ପାଞ୍ଚ ଦିନ ମଧ୍ୟରେ ଫିଲ୍ମ 200 କୋଟି ଟଙ୍କାର କ୍ଲବରେ ସାମିଲ ହୋଇଛି । ଏହା ବ୍ଲକବ୍ଲାଷ୍ଟର ପ୍ରମାଣିତ ହୋଇଛି । କହିବାକୁ ଗଲେ, ସନ୍ନିଙ୍କ କ୍ୟାରିଅରରେ, G ଅକ୍ଷର ଆରମ୍ଭରୁ ନିର୍ମିତ ଚଳଚ୍ଚିତ୍ର ସବୁବେଳେ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରି ସଫଳତା ହାସଲ କରିଥାଏ ।

ଘାୟଲ

1990 ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ଘାୟଲ' ସନ୍ନି ଦେଓଲଙ୍କୁ ରାତାରାତି ଷ୍ଟାର କରିଦେଇଥିଲା, ଯଦିଓ ପୂର୍ବରୁ ସେ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିଲେ । କିନ୍ତୁ ଏହି ଫିଲ୍ମ ତାଙ୍କୁ ସଫଳତାର ଆଉ ପାହାଚକୁ ନେଇଥିଲା । ଏଥିସହିତ ସନ୍ନିଙ୍କ ଅଭିନୟ ଏବଂ ଫିଲ୍ମ 'ଘାୟଲ'ରେ ତାଙ୍କର ଦମଦାର ସଂଳାପ ଆଜି ମଧ୍ୟ ଲୋକପ୍ରିୟ ଅଟେ । ରାଜକୁମାର ସନ୍ତୋଷୀ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ଏହି ଚଳଚ୍ଚିତ୍ରରେ ସନ୍ନିଙ୍କ ସହ ଅମ୍ରିଶ ପୁରୀ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ । 2.5 କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ମୋଟ 88 କୋଟି ଆୟ କରିଥିଲା ।

ଘାତକ

ଘାୟଲ ପରେ ସନ୍ନି ଦେଓଲ ମଧ୍ୟ ନରସିଂହ୍ମା, ଦାମିନୀ, ଡର ଏବଂ ଜିତ ପରି ହିଟ୍ ଫିଲ୍ମରେ ଅଭିନୟ କରିଥିଲେ । ଏଥି ସହିତ, 1996 ମସିହାରେ ଆସିଥିବା ଫିଲ୍ମ 'ଘାତକ' ବକ୍ସ ଅଫିସରେ ହିଟ୍ ହୋଇଥିଲା । ଏହି ଚଳଚ୍ଚିତ୍ରର ସଂଳାପ ଗୁଡିକ ପ୍ରତ୍ୟେକ ପିଲାଙ୍କ ଦ୍ୱାରା ସ୍ମରଣ ହୋଇଥାଏ । ଏହି ଚଳଚ୍ଚିତ୍ରକୁ ରାଜକୁମାର ସନ୍ତୋଷୀ ହିଁ ନିର୍ଦ୍ଦେଶନା ଦେଇଥିଲେ । ଏହି ଚଳଚ୍ଚିତ୍ରରେ ସନ୍ନି କାଶୀ ନାଥ ନାମକ ଜଣେ ବ୍ୟକ୍ତିଙ୍କ ଚରିତ୍ରରେ ଅଭିନୟ କରିଥିଲେ । 6.25 କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ମୋଟ 84 କୋଟି ରୋଜଗାର କରିଥିଲା ।

ଗଦର- ଏକ ପ୍ରେମ କଥା

2001 ମସିହାରେ, ସନ୍ନି ଦେଓଲ୍ 'ଗଦର-ଏକ ପ୍ରେମ କଥାରେ' ଚଳଚ୍ଚିତ୍ରରେ ସିଂହ ଭଳି ଗର୍ଜନ କରୁଥିବା ସ୍ୱର ସହ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା । ଫିଲ୍ମ 'ଗଦର-ଏକ ପ୍ରେମ କଥା' 2001 ମସିହାରେ ମୁକ୍ତିଲାଭ କରିଥିଲା, ଯାହାର ନିର୍ଦ୍ଦେଶନା ଦେଇଥିଲେ ଅନିଲ ଶର୍ମା । ଏହି ଚଳଚ୍ଚିତ୍ରଟି ସନ୍ନି ଦେଓଲଙ୍କ କ୍ୟାରିୟରର ସବୁଠାରୁ ବଡ ହିଟ୍ ଫିଲ୍ମ । ଏହି ଚଳଚ୍ଚିତ୍ର ହିନ୍ଦୀ ସିନେମା ଇତିହାସରେ ଅମର ହୋଇପାରିଛି । 18.5 କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ବିଶ୍ବ ବକ୍ସ ଅଫିସରେ 111.73 କୋଟି କଲେକ୍ସନ କରିଥିବା ବେଳେ ଘରୋଇ ସଂଗ୍ରହ 106.78 କୋଟି କରିଛି ।

ଏହା ମଧ୍ୟ ପଢନ୍ତୁ: ସିନେମା ଇତିହାସରେ କଲା ନୂଆ ରେକର୍ଡ, 200 କୋଟି କ୍ଲବରେ ସାମିଲ

ସେହିପରି 22 ବର୍ଷ ପରେ ରିଲିଜ କରିଥିବା ଫିଲ୍ମ ଗଦର 2 ମଧ୍ୟ ଭାରତ ତଥା ବିଦେଶରେ ଭଲ ପ୍ରଦର୍ଶନ କରୁଛି । ଲୋକଙ୍କ ମନରେ ଆଜି ବି ଗଦର ପାଇଁ ସେହି କ୍ରେଜ ଦେଖିବାକୁ ମିଳିଛି । ଏହି ଫିଲ୍ମ ମାତ୍ର ପାଞ୍ଚ ଦିନ ମଧ୍ୟରେ 228 କୋଟି ବ୍ୟବସାୟ କରିଛି । ଉଲ୍ଲେଖନୀୟ କଥା ହେଉଛି, ଫିଲ୍ମର ବଜେଟ୍ 100 କୋଟି ବି ନୁହଁ ବିଦେଶୀ ଏବଂ ଘରୋଇ ବଜାରରେ ଫିଲ୍ମ ଅଧିକ ଆୟ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.