ETV Bharat / entertainment

Salman Khan: ପୁଣି ସଲମାନ ଖାନଙ୍କୁ ଗୋଲ୍ଡି ବ୍ରାରଙ୍କ ହତ୍ୟା ଧମକ, ବଢିଲା ଭାଇଜାନଙ୍କ ସୁରକ୍ଷା

ନିକଟରେ ଏକ ସାକ୍ଷାତକାରରେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା କରିବାକୁ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ଖୋଲାଖୋଲି ଧମକ ଦେଇଛନ୍ତି। ଏହା ସହିତ ସେ ପଂଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିବା ସହ ବର୍ତ୍ତମାନ ସଲମାନ ଖାନଙ୍କ ପାଳି ବୋଲି ସେ କହିଛନ୍ତି। ଅଧିକ ପଢନ୍ତୁ...

ପୁଣି ସଲମାନ ଖାନଙ୍କୁ ଗୋଲ୍ଡି ବ୍ରାରଙ୍କ ହତ୍ଯା ଧମକ, ବଢିଲା ଭାଇଜାନଙ୍କ ସୁରକ୍ଷା

author img

By

Published : Jun 27, 2023, 5:19 PM IST

ମୁମ୍ବାଇ: କାନାଡା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା କରିବାକୁ ପୁଣି ଧମକ ଦେଇଛନ୍ତି। ଏହା ସହିତ ସେ ପଂଜାବୀ ଗାୟକ ସିଦ୍ଧୁ ମସେୱାଲାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ ହିଁ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିଛନ୍ତି ଏବଂ ବର୍ତ୍ତମାନ ସଲମାନ ଖାନଙ୍କ ପାଳି। ଏହି ଖବର ସାମ୍ନାକୁ ଆସିବା ପରେ ଚର୍ଚ୍ଚାର ବିଷୟ ହୋଇଛି। ଯାହାକୁ ନେଇ ଏବେ ଭାଇଜାନଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ପୂର୍ବରୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୌଇଙ୍କ ନାମ ସିଙ୍ଗରଙ୍କ ମୃତ୍ୟୁ ସହ ଜଡିତ ଥିଲା। ବର୍ତ୍ତମାନ ଏକ ସାକ୍ଷାତକାରରେ ଗୋଲ୍ଡି ବ୍ରାର ସ୍ବୀକାର କରିଛନ୍ତି ଯେ, ସେ ହିଁ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ସିଦ୍ଧୁ ମୁସେୱାଲା ଜଣେ ଅହଂକାରୀ ବ୍ୟକ୍ତି ଥିଲେ । ତାଙ୍କୁ ଏକ ଶିକ୍ଷା ଦେବା ଆବଶ୍ୟକ ଥିଲା, ସେଥିପାଇଁ ତାଙ୍କୁ ଏକ ଶିକ୍ଷା ଦିଆଯାଇଥିଲା। ଏଥି ସହିତ ସେ ଆହୁରି କହିଛନ୍ତି ଯେ, ''ମୁସେୱାଲା ତାଙ୍କୁ ବ୍ୟକ୍ତିଗତ ଭାବରେ କ୍ଷତି ପହଞ୍ଚାଇଥିଲେ, ଯାହାକୁ ନେଇ ମୁଁ ତାଙ୍କୁ କେବେ କ୍ଷମା କରିପାରିବି ନାହିଁ।'' ଏହାପୂର୍ବରୁ ବ୍ରାର କହିଥିଲେ ଯେ ଯୁବ ଅକାଳୀ ଦଳର ନେତା ବିକି ମିଧୁଖେଡାଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ଗାୟକଙ୍କୁ ହତ୍ୟା କରାଯାଇଥିଲା।

ବର୍ତ୍ତମାନ ପୁଣି ଗୋଲ୍ଡି 'ଦବଙ୍ଗ' ତାରକାଙ୍କୁ ମଧ୍ୟ ହତ୍ୟା ଧମକ ଦେଇଛନ୍ତି। ସେ ଏହି ସାକ୍ଷାତକାରରେ ଖୋଲାଖୋଲି ଭାବେ କହିଛନ୍ତି ଯେ ''ଆମେ ତାଙ୍କୁ ହତ୍ୟା କରିବୁ, ନିଶ୍ଚିତ ଭାବେ ତାଙ୍କୁ ହତ୍ୟା କରିବୁ।'' ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ନିଜ ଶତ୍ରୁମାନଙ୍କୁ ହଟାଇବାକୁ ଚେଷ୍ଟା କରିବେ । ସଲମାନ ଖାନ ଆମର ଟାର୍ଗେଟ, ଏଥିରେ କୌଣସି ସନ୍ଦେହ ନାହିଁ।

ଗୋଲ୍ଡି ବ୍ରାର ଓରଫ ସତୀନ୍ଦରଜିତ ସିଂ ଜଣେ ଗ୍ୟାଙ୍ଗଷ୍ଟର । ସେହିପରି ଲରେନ୍ସ ବିଷ୍ନୌଇ ଗ୍ୟାଙ୍ଗର ଜଣେ ସଦସ୍ୟ। 2017 ରେ ସେ ଛାତ୍ର ଭିସା ନେଇ ଭାରତରୁ କାନାଡା ଯାଇଥିଲେ । ସେ 2022 ମସିହାରେ ବିଦେଶରୁ ମୁସୱାଲାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲେ । କୁହାଯାଏ ଯେ ବରାର ପଞ୍ଜାବର ମୁକ୍ତସର ଜିଲ୍ଲା ବାସିନ୍ଦା ଏବଂ ତାଙ୍କର ବୟସ ପ୍ରାୟ 20 ବର୍ଷ ।

ସୂଚନା ଥାଉ କି, ପୂର୍ବରୁ ଗୋଲ୍ଡି ବ୍ରାରଙ୍କ ନାମରେ ଏହି ଇମେଲ୍‌ ପଠାଯାଇଥିଲା ଏବଂ ଏଥିରେ ଅଭିନେତାଙ୍କ ବିରୋଧରେ ହତ୍ୟା ଧମକ ରହିଥିଲା । ଯାହା ପରେ ସଲମାନଙ୍କ ସୁରକ୍ଷା ପ୍ରଦାନ କରାଯାଇଥିଲା। ଏବେ ପୁଣି ଧମକ ନେଇ ପୋଲିସ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.