ETV Bharat / entertainment

BO Collection: କମିଲା ଗଦର 2 ଏବଂ ଓଏମଜି 2ର ଆୟ, 22ତମ ଦିନରେ ଏତିକି କଲେକ୍ସନ

author img

By ETV Bharat Odisha Team

Published : Sep 1, 2023, 4:16 PM IST

ଗଦର 2 ଏବଂ ଓଏମଜି 2 ଓପନିଂ ଦିନଠାରୁ ଭଲ ପ୍ରଦର୍ଶନ କରିଆସୁଛନ୍ତି । ଉଭୟ ଫିଲ୍ମ ରିଲିଜ୍‌ ହେବାର 4ର୍ଥ ସପ୍ତାହରେ ପହଞ୍ଚିଥିବା ବେଳେ ଧୀରେଧୀରେ ଫିଲ୍ମର ଆୟ କମିବାରେ ଲାଗିଛି । 22ତମ ଦିନରେ ଉଭୟ ଫିଲ୍ମ କେତେ ଆୟ କରିଛନ୍ତି ନଜର ପକାନ୍ତୁ

କମିଲା ଗଦର 2 ଏବଂ ଓଏମଜି 2ର ଆୟ, 22ତମ ଦିନରେ ଏତିକି ଆୟ କଲା ଉଭୟ ଫିଲ୍ମ

ହାଇଦ୍ରାବାଦ: ସନ୍ନି ଦେଓଲ ଏବଂ ଅନିଲ ଶର୍ମାଙ୍କ ଆକ୍ସନ୍ ଚଳଚ୍ଚିତ୍ର ଗଦର ୨ ରିଲିଜ ହେବା ପରଠାରୁ ବକ୍ସ ଅଫିସରେ ସଫଳତା ପାଇଛି। ଏହି କଲେକ୍ସନ ଭାରତର ବକ୍ସ ଅଫିସରେ ଦଙ୍ଗଲ, ବାହୁବଲୀର ହିନ୍ଦୀ ସଂସ୍କରଣ ଏବଂ ପଠାନ ସମେତ ଅନେକ ସୁପରହିଟ୍ ବଲିଉଡ ଚଳଚ୍ଚିତ୍ର ଦ୍ୱାରା ନିର୍ମିତ ମାଇଲଖୁଣ୍ଟକୁ ଭାଙ୍ଗି ରେକର୍ଡ ସୃଷ୍ଟି କରିଛି। ଖୁବଶୀଘ୍ର ଏହି ଫିଲ୍ମ ଭାରତୀୟ ବକ୍ସ ଅଫିସରେ 50କୋଟି କ୍ଲବରେ ସାମିଲ ହେବାକୁ ଯାଉଛି। ସେହିପରି ଅକ୍ଷୟ କୁମାରଙ୍କ ଫିଲ୍ମ ଓଏମଜି 2 ମଧ୍ୟ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଆସୁଛି । ତେବେ ଉଭୟ ଫିଲ୍ମ ବର୍ତ୍ତମାନ ଚତୁର୍ଥ ସପ୍ତାହ ଅର୍ଥାତ 22ତମ ଦିନରେ ପହଞ୍ଚିଥିବା ବେଳେ ଧୀରେ ଧୀରେ ଫିଲ୍ମର ଆୟ କମିବାରେ ଲାଗିଛି ।

ସାକନିକ୍‌ଙ୍କ ରିପୋର୍ଟ ଅନୁଯାୟୀ, ଏବଂ ଏହି ଫିଲ୍ମ ପ୍ରଥମ ସପ୍ତାହରେ ମୋଟ 284. 63କୋଟି ଆୟ କରିଥିବା ବେଳେ 2ୟ ସପ୍ତାହରେ 134.47କୋଟି ଆୟ କରିଥିଲା। 3ୟ ସପ୍ତାହରେ 63. 35 କୋଟି ମୋଟ ଆୟ କରିଥିଲା। 4ର୍ଥ ସପ୍ତାହ (22ତମ ଦିନ) ଅର୍ଥାତ ଆଜି ଗଦର 2 ମାତ୍ର 4କୋଟି ଆୟ କରିଛି। ଯାହା ଫିଲ୍ମର ଆଜି ପର୍ଯ୍ୟନ୍ତର ସବୁଠାରୁ କମ ଆୟ ବୋଲି ରେକର୍ଡ ହୋଇଛି। 20ତମ ଦିନରେ ଏହି ଫିଲ୍ମ 8.6 କୋଟି ଏବଂ 21ତମ ଦିନରେ ଏହି ଫିଲ୍ମ 8.10କୋଟି ଆୟ କରିଥିଲା। ତେବେ ବର୍ତ୍ତମାନ ଫିଲ୍ମର ମୋଟ ବକ୍ସ ଅଫିସ୍ ସଂଗ୍ରହ 486.45 କୋଟି ଟଙ୍କା ହୋଇଛି । ଖୁବଶୀଘ୍ର ଏହି ଫିଲ୍ମ 500କୋଟି ଆୟ କରି ଆଉ ଏକ ସଫଳତା ହାସଲ କରିବ । ସେପଟେ ଗଦର 2 ସାରା ବିଶ୍ୱରେ 631.80 କୋଟି ଟଙ୍କା ଆୟ କରିଛି।

ସେହିପରି ଗଦର 2 ସହଲ କଡା ଟକ୍କରରେ ଓଏମଜି 2 ବେଶ ପ୍ରଭାବିତ ହୋଇଛି । କିନ୍ତୁ ଯୌନ ଶିକ୍ଷା ଉପରେ ନିର୍ମିତ ଏହି ଫିଲ୍ମ ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ପାଇଛି । ଏହି ଫିଲ୍ମ ମଧ୍ୟ ପ୍ରଥମ ସପ୍ତାହରେ ମୋଟ 85.05 କୋଟି ଆୟ କରିଥିବା ବେଳେ 2ୟ ସପ୍ତାହରେ 41.37 କୋଟି ଆୟ କରିଥିଲା। 3ୟ ସପ୍ତାହରେ 15.44 କୋଟି ଆୟ କରିଥିବା ବେଳେ 4ର୍ଥ ସପ୍ତାହ (22ତମ ଦିନ) ଅର୍ଥାତ ଆଜି ଓଏମଜି-2 1.14କୋଟି ଆୟ କରିଛି । ତେବେ ଫିଲ୍ମର ମୋଟ ଆୟ 143କୋଟିକୁ ବୃଦ୍ଧି ପାଇଛି। ଫିଲ୍ମ ଆଉ 7 କୋଟି ଆୟ କଲେ 150କୋଟି ମାଇଲକୁଣ୍ଟ ଛୁଇଁପାରିବ । ତେବେ ପୂର୍ବରୁ ଅକ୍ଷୟଙ୍କ ଅନେକ ଫିଲ୍ମ ଫ୍ଲପ୍ ହୋଇଥିବା ବେଳେ ଓଏମଜି 2 କିନ୍ତୁ ଏକ ସଫଳ ଫିଲ୍ମ ହୋଇପାରିଛି । ଏହି ଫିଲ୍ମଟି ଅକ୍ଷୟଙ୍କ 2012 ବ୍ଲକବଷ୍ଟର ଫିଲ୍ମ ଓଏମଜିର ଏକ ସିକ୍ୱେଲ୍ ଅଟେ ।

ଏହା ମଧ୍ୟ ପଢନ୍ତୁ: ଦୁଇ ଦଶନ୍ଧୀରେ ବଲିଉଡ ଏହି 9 ଫିଲ୍ମ ପାର୍‌ କରିଛି 300 କୋଟି, ସବୁଠୁ ଆଗରେ କିଏ ଜାଣନ୍ତୁ

ପ୍ରକାଶ ଥାଉ କି, ବର୍ତ୍ତମାନ ଗଦର-2କୁ 500 କୋଟି ଏବଂ ଓଏମଜି-2କୁ 150 କୋଟି ଆୟ କରିବାକୁ ମାତ୍ର ଏକ ସପ୍ତାହ ବାକି ଅଛି । କାରଣ ଶାହାରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଜବାନ ଆସନ୍ତା ସପ୍ତାହରେ ମୁକ୍ତିଲାଭ କରିବାକୁ ଯାଉଛି । ବର୍ତ୍ତମାନ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି । ଫିଲ୍ମ ରିଲିଜ ନ ହେବା ପୂର୍ବରୁ ଲୋକଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳିଛି। ତେବେ ଏହି ଫିଲ୍ମ ରିଲିଜର ପ୍ରଭାବ ଗଦର 2 ଏବଂ ଓଏମଜି 2 ଉପରେ ପଡିପାରେ ବୋଲି କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.