ETV Bharat / entertainment

Gadar 2 vs OMG 2: 13 ଦିନରେ ଏତିକି କଲେକ୍ସନ କଲା ଗଦର 2 ଏବଂ ଓଏମଜି 2

author img

By ETV Bharat Odisha Team

Published : Aug 23, 2023, 8:30 PM IST

13ଦିନରେ ବି ସନ୍ନିଦେଓଲଙ୍କ ଫିଲ୍ମ ଗଦର 2ର ଜଲୱା ଜାରି ରଖିଛି। ଏହି ପିଲ୍ମ 410 କୋଟି ଅଧିକ ଆୟ କରିଥିବା ବେଳେ ଅକ୍ଷୟ କୁମାରଙ୍କ ଫିଲ୍ମ 13ଦିନ ମଧ୍ୟରେ 120କୋଟିରୁ ଅଧିକ ସଂଗ୍ରହ କରିବାରେ ସପଳ ହୋଇଛି। ଅଧିକ ପଢନ୍ତୁ,

13 ଦିନରେ ଏତିକି କଲେକ୍ସନ କଲା ଗଦର 2 ଏବଂ ଓଏମଜି 2

ହାଇଦ୍ରାବାଦ: ବଲିଉଡ ଷ୍ଟାର ସନ୍ନି ଦେଓଲ ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ଗଦର ୨ ଏବଂ ଓଏମଜି ୨ ବକ୍ସ ଅଫିସରେ ଭଲ ପ୍ରଦର୍ଶନ ଜାରି ରଖିଛି । ଏହି ଦୁଇଟି ଚଳଚ୍ଚିତ୍ର ଥିଏଟରକୁ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି । ଗଦର-2 12 ଦିନରେ ବକ୍ସ ଅଫିସରେ ଭଲ ସ୍କୋର କରି 400 କୋଟି କ୍ଲବ୍‌ରେ ସାମିଲ ହୋଇ ରେକର୍ଡ ସୃଷ୍ଟି କରିଛି । ସେପଟେ 11 ଦିନରେ 100 କୋଟି କ୍ଲବ୍‌ରେ ସାମିଲ ହୋଇଥିଲା । ତେବେ ଉଭୟ ଫିଲ୍ମ 13ତମ ଦିନରେ ବି କମାଲ ଜାରି ରଖିଛନ୍ତି ।

ଇଣ୍ଡଷ୍ଟ୍ରି ଟ୍ରାକର୍ ସାକ୍‌ନିକ୍‌ଙ୍କ ଅନୁଯାୟୀ, ଗଦର-2 13ତମ ଦିନରେ ଭାରତରେ 10 କୋଟି ଟଙ୍କା ରୋଜଗାର କରିପାରିବ । ତେବେ ଫିଲ୍ମର ମୋଟ ସଂଗ୍ରହକୁ 410.18 କୋଟିକୁ ବୃଦ୍ଧି ପାଇଛି । ଅଗଷ୍ଟ 23 ବୁଧବାର ଦିନ, ଗଦର-2 ର ସମୁଦାୟ ଆକଳନ ଅନୁଯାୟୀ 11.13 ପ୍ରତିଶତ ହିନ୍ଦୀ ସ୍କ୍ରିନ୍‌ରେ ଚାଲିଥିଲା । ଅନ୍ୟପଟେ ଓଏମ୍‌ଜି-2 ବକ୍ସ୍‌ ଅଫିସରେ ପ୍ରଥମ 12 ଦିନରେ ପ୍ରାୟ 120.62 କୋଟି ଆୟ କରିଥିଲା । ବର୍ତ୍ତମାନ ଏହାର 13ତମ ଦିନରେ, ଓଏମ୍‌ଜି-2 ଡୋମେଷ୍ଟିକ୍‌ ସ୍କ୍ରିନ୍‌ରେ 3 କୋଟି ଟଙ୍କା ରୋଜଗାର କରିଛି । ଗତ ବୁଧବାର ଓଏମ୍‌ଜି-2 11.28 ପ୍ରତିଶତ ହିନ୍ଦୀ ସ୍କ୍ରିନ୍‌ରେ ଚାଲିଥିଲା । ଏହାକୁ ମିଶାଇ ଓଏମ୍‌ଜି-2ର ମୋଟ କଲେକ୍ସନ 123.62 କୋଟିରେ ପହଞ୍ଚିଛି ।

ସନ୍ନି ଦେଓଲଙ୍କ ଗଦର-2 ହିନ୍ଦୀ ଚଳଚ୍ଚିତ୍ର ପାଇଁ ସର୍ବାଧିକ ଆୟ କରିଥିବା ଫିଲ୍ମ ଭାବେ ବକ୍ସ ଅଫିସ୍ ଇତିହାସ ସୃଷ୍ଟି କରିଛି । ଏଥିସହ କଲେକ୍ସନ କ୍ଷେତ୍ରରେ ଏହି ଫିଲ୍ମ ଶାହାରୁଖ ଖାନଙ୍କ ପଠାନକୁ ମଧ୍ୟ ଅତିକ୍ରମ କରିଛି । ସେପଟେ ଚଳିତ ବର୍ଷ ବକ୍ସ ଅଫିସରେ ଓଏମଜି 2 ମଧ୍ୟ ଅକ୍ଷୟ କୁମାରଙ୍କ ଶ୍ରେଷ୍ଠ ଚଳଚ୍ଚିତ୍ର ହୋଇ ପାରିଛି । ଉଭୟ ଫିଲ୍ମର ପ୍ରତିଦ୍ବନ୍ଦିତା ସତ୍ତ୍ବେ ଉଭୟ ଫିଲ୍ମ ଦର୍ଶକଙ୍କ ମନ ଜିତୁଛନ୍ତି । ତେବେ ଉଭୟ ଫିଲ୍ମ ଆଗାମୀ ଦିନରେ କେତେ ସଫଳତା ହାସଲ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା ।

ଏହା ମଧ୍ୟ ପଢନ୍ତୁ: ହଲ୍‌ ବାହାରେ ଡିମ୍ପଲ୍ କପାଡିଆ, ଫ୍ୟାନ୍ସ ପଚାରିଲେ କାହା ଫିଲ୍ମ ଦେଖିଲ ପ୍ରେମିକ ନା ଜ୍ବାଇଁ ?

ଗଦର ଏକ ପ୍ରେମ କଥା ର ସ୍ବିକେଲ୍‌ ଗଦର-2 । ତେବେ ପ୍ରଥମ ଭାଗରେ ଟ୍ରକ୍ ଡ୍ରାଇଭର ତାରା ସିଂ ଭୂମିକାରେ ଅଭିନୟ କରିଥିଲେ ସନ୍ନି ଦେଓଲ । ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ ଅମୀଷା ପଟେଲ । ଫିଲ୍ମରେ ତାରା ପାକିସ୍ତାନୀ ପତ୍ନୀ ସାକିନାଙ୍କୁ ଫେରାଇ ଆଣିବା ପାଇଁ ସଂଗ୍ରାମ କରିଥିଲେ । ସେହିପରି ଗଦର-2 ଅର୍ଥାତ ଦ୍ବିତୀୟ ଭାଗରେ ତାରା ସିଂ ତାଙ୍କ ପୁଅ ଚରଣଜିତଙ୍କୁ ଭାରତ ଫେରାଇ ଆଣିବାକୁ ସଂଗ୍ରାମ କରିଥିବା ଦେଖିବାକୁ ମିଳିଛି । ଗଦର ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ ପୁଅ ଉତ୍କଳ ଶର୍ମା ଗଦରରେ ଚରଣଜିତ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମରେ ସନ୍ନି ଦେଓଲ ଏବଂ ଅମୀଷା ପଟେଲଙ୍କ ବ୍ୟତୀତ ଗୌରବ ଚୋପ୍ରା, ଉତ୍କର୍ଷ ଶର୍ମା ଏବଂ ଲଭ୍‌ ସିହ୍ନା ନଜର ଆସିଛନ୍ତି । ସେହିପରି ଅମିତ ରୟଙ୍କ ନିର୍ଦ୍ଦେଶିତ ଓଏମଜି 2 ରେ ଅକ୍ଷୟ କୁମାର ଭଗବାନ ଶିବଙ୍କ ଦୂତ ଭାବେ ନଜର ଆସିଛନ୍ତି । ଏଥିରେ ୟାମି ଗୌତମ, ପଙ୍କଜ ତ୍ରିପାଠୀ ଏବଂ ରାମାୟଣ ଫେମ ଅଭିନେତା ଅରୁଣ ଗୋବିଲ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏହି କମେଡି-ଡ୍ରାମା ଫିଲ୍ମ 2012ର ଓଏମଜିର ସିକ୍ବେଲ ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.