ETV Bharat / entertainment

Gadar 2: 'ଗଦର-୨'ର ଟିଜର ଆଉଟ୍‌, ପୁଣି ସ୍କ୍ରିନ୍‌ରେ ଦେଖିବାକୁ ମିଳିବ ତାରା ସିଂଙ୍କ ଜଲୱା

author img

By

Published : Jun 12, 2023, 1:06 PM IST

ସନ୍ନି ଦେଓଲଙ୍କ ହିଟ୍ ଫିଲ୍ମ ଗଦର ଏକ ପ୍ରେମ କଥାର ସିକ୍ବେଲ ବଡ଼ ପରଦାରେ ପୁଣି ଧମାକା କରିବାକୁ ଯାଉଛି । ଆଜି ଫିଲ୍ମର ଟିଜର ରିଲିଜ ହୋଇଛି । ସନ୍ନି ଦେଓଲ 22 ବର୍ଷ ପରେ ପୁଣି ତାରା ସିଂ ରୂପରେ କମ୍‌ବ୍ୟାକ କରିବେ । ଅଧିକ ପଢନ୍ତୁ

ସନ୍ନି ଦେଓଲଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'ଗଦର-୨' ଟିଜର ରିଲିଜ

ମୁମ୍ବାଇ: ବଲିଉଡର 'ତାରା ସିଂ' ଓରଫ ସନି ଦେଓଲଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ସନ୍ନି ଦେଓଲ ତାଙ୍କର 22 ବର୍ଷ ପୁରୁଣା ମେଗା-ବ୍ଲକବଷ୍ଟର ଚଳଚ୍ଚିତ୍ର ଗଦର ଦ୍ୱିତୀୟ ଭାଗ ସହ ପୁଣି ବଡ଼୍ ପରଦାରେ କମବ୍ୟାକ କରିବାକୁ ଯାଉଛନ୍ତି । ଏହାପୂର୍ବରୁ ସନ୍ନି ଦେଓଲ ତାଙ୍କ ପ୍ରଶଂସକଙ୍କୁ ଗଦର-୨ର ଏକ ଛୋଟ ଝଲକ ଦେଖାଇଛନ୍ତି । ଆଜି ଫିଲ୍ମ ଗଦର-2ର ଦମଦାର ଟିଜର ରିଲିଜ ହୋଇଛି । ଏହାକୁ ଫ୍ୟାନ୍ସ ବେଶ ପସନ୍ଦ କରିଥିବା ଦେଖିବାକୁ ମିଳିଛି ।

  • " class="align-text-top noRightClick twitterSection" data="">

ସୋସିଆଲ ମିଡିଆରେ ଫିଲ୍ମ ନିର୍ମାତା ଗଦର ଟିଜର ସେୟାର କରିଛନ୍ତି । ଏହି ଫିଲ୍ମ ଅଗଷ୍ଟ 11ରେ ରିଲିଜ କରିବ । ଅନିଲ ଶର୍ମାଙ୍କ ଦ୍ବାରା ନିର୍ମିତ ଏହି ଫିଲ୍ମଟି ଗଦର-୧ର ସିକ୍ୱେଲ୍ ଅଟେ । ଯାହା 2001ରେ ବକ୍ସ ଅଫିସରେ ଲୋକପ୍ରିୟତା ହାସଲ କରିବା ସହ ସର୍ବାଧିକ ଆୟ କରି ରେକର୍ଡ ସୃଷ୍ଟି କରିଥିଲା । ଏହାକୁ ପୁନଃ 4K କ୍ୱାଲିଟିରେ ଗତ ଜୁନ୍‌ ୯ ତାରିଖରେ ରିଲିଜ୍‌ କରାଯାଇଥିଲା । ଏହି ଫିଲ୍ମ ଗଦର-2 ମଧ୍ୟ ସେହିପରି ଲୋକପ୍ରିୟତା ହାସଲ କରିବା ସହ ହିଟ ଫିଲ୍ମ ହେବ ବୋଲି ଆଶା କରିଛନ୍ତି ନିର୍ମାତା ।

ପ୍ରଥମ ଭାଗରେ ଟ୍ରକ୍ ଡ୍ରାଇଭର ତାରା ସିଂ ଭୁମିକାରେ ଅଭନୟ କରିଥିଲେ ସନ୍ନି ଦେଓଲ । ତାଙ୍କ ସାକିନା ଭୁମିକାରେ ଥିଲେ ଆମୀଷା ପଟେଲ । ଫିଲ୍ମରେ ତାରା ପାକିସ୍ତାନୀ ପତ୍ନୀ ସାକିନାଙ୍କୁ ଫେରାଇ ଆଣିବା ପାଇଁ ତାଙ୍କର ସଂଗ୍ରାମ କରିଥିଲେ । ସେହିପରି ଗଦର-2 ଟିଜରରେ 1971 ମସିହାରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ହୋଇଥିବା ଯୁଦ୍ଧକୁ ଦର୍ଶାଯାଇଛି । ହେଲେ ଦ୍ବିତୀୟ ଭାଗରେ ତାରା ସିଂ ତାଙ୍କ ପୁଅ ଚରଣଜିତଙ୍କୁ ଭାରତ ଫେରାଇ ଆଣିବାକୁ ପାକିସ୍ତାନ ଯିବେ । ଗଦର ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ ପୁଅ ଉତ୍କଳ ଶର୍ମା ଗଦରରେ ଚରଣଜିତ ଭୂମିକାରେ ନଜର ଆସିବେ । ଫିଲ୍ମରେ ସନ୍ନି ଦେଓଲ ଏବଂ ଅମିଷା ପଟେଲଙ୍କ ବ୍ୟତୀତ ଗୌରବ ଚୋପ୍ରା, ଉତ୍କର୍ଷ ଶର୍ମା ଏବଂ ଲଭ ସିହ୍ନା ନଜର ଆସିବେ ।

ସେପଟେ ଅନିଲ ଶର୍ମାଙ୍କ 2001 ବ୍ଲକବଷ୍ଟର ଚଳଚ୍ଚିତ୍ର 'ଗଦର: ଏକ ପ୍ରେମ କଥା' ଜୁନ୍ 9ରେ ପୁନଃ ରିଲିଜ କରିଥିଲା । 22 ବର୍ଷ ପୂର୍ବର ସେହି ପୁରୁଣା ତାରା ସିଂକୁ ଦେଖି ଦର୍ଶକ ବେଶ ଖୁସି ହେବା ସହ ଫିଲ୍ମର ଭରପୁର ମଜା ନେଇଥିଲେ । ଏହାର ଦ୍ବିତୀୟ ଭାଗ ଅଗଷ୍ଟ 11ରେ ରିଲିଜ ହେବ। ଯାହାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଫ୍ୟାନ୍ସ ।

ସୂଚନା ଥାଉ କି, ଅଗଷ୍ଟ 11ରେ ରିଲିଜ ହେବାକୁ ଥିବା ଏହି ଫିଲ୍ମ ସନ୍ଦୀପ ରେଡ୍ଡୀ ଭଙ୍ଗା ନିର୍ଦ୍ଦେଶିତ ଫିଲ୍ମ ଆନିମୋଲ ଏବଂ ଅକ୍ଷୟ କୁମାର ଅଭିନୀତ ଫିଲ୍ମ OMG-2 ସହ କଡା ଟକ୍କର ଦେବ । ସ୍ୱାଧୀନତା ଦିବସ ସପ୍ତାହରେ ଗଦର-୨ ଧମାକା କରିବ ବୋଲି ଆଶା କରିଛନ୍ତି ଫିଲ୍ମ ନିର୍ମାତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.