ETV Bharat / entertainment

ରେକର୍ଡ ଭାଙ୍ଗିଲା ସନ୍ନି ଦେଓଲଙ୍କ Gadar 2, ଗୋଟିଏ ଦିନରେ 76 ହଜାର ଟିକେଟ୍ ବିକ୍ରି

author img

By

Published : Aug 8, 2023, 2:01 PM IST

ସନ୍ନି ଦେଓଲଙ୍କ ଆଗାମୀ ଚଳଚ୍ଚିତ୍ର ଗଦର ୨ ର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି । ଚଳଚ୍ଚିତ୍ର ରିଲିଜ୍ ପାଇଁ 3 ଦିନ ବାକି ଅଛି ଏବଂ ଗଦର ଗୋଟିଏ ଦିନରେ 76,000ରୁ ଅଧିକ ଆଡଭାନ୍ସ ଟିକେଟ୍ ବିକ୍ରି କରିଛି । ଅଧିକ ପଢନ୍ତୁ

ଗଦର ୨
ଗଦର ୨

ମୁମ୍ବାଇ: ସନ୍ନି ଦେଓଲ ଏବଂ ଅମୀଷା ପଟେଲଙ୍କ ଅଭିନୀତ ଗଦର-୨ ରିଲିଜ ପୂର୍ବରୁ ହଇଚଇ ସୃଷ୍ଟି କରୁଛି । ଏହି ଫିଲ୍ମ ଆଗାମୀ ଅଗଷ୍ଟ ୧୧ ତାରିଖରେ ରିଲିଜ ହେବାକୁ ଯାଉଛି । ଏହାକୁ ନେଇ ଦର୍ଶକମାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳୁଛି । ଏହା ଜଣା ପଡିଛି ୧ ଅଗଷ୍ଟରୁ ଆରମ୍ଭ ହେଇଥିବା ଏହାର ଆଡଭାନ୍ସ ବୁକିଂରୁ । ବୁକିଂର ପ୍ରଥମ ଦିନରେ ହିଁ ରେକର୍ଡ ସଂଖ୍ୟକ ଟିକେଟ ବିକ୍ରି ହୋଇ ଯାଇଥିଲା । ବର୍ତ୍ତମାନ ଗୋଟିଏ ଦିନରେ 70 ହଜାରରୁ ଅଧିକ ଆଡଭାନ୍ସ ବୁକିଂ କରିଛି ।

ଫିଲ୍ମ ବାଣିଜ୍ୟ ବିଶ୍ଳେଷକ ତରଣ ଆଦର୍ଶ କହିଛନ୍ତି ଯେ, ଫିଲ୍ମ ଗଦର-2ର ଆଡଭାନ୍ସ ବୁକିଂ ହଇଚଇ ସୃଷ୍ଟି କରିଛି। ଫିଲ୍ମ ଗଦର -2 ସୋମବାର ରାତି 9 ଟା ପର୍ଯ୍ୟନ୍ତ ନ୍ୟାସନାଲ ଚେନରେ 76600 ଆଡଭାନ୍ସ ଟିକେଟ ବୁକ୍ କରିଛି, ଯେଉଁଥିରେ PVRରେ 33 ହଜାର ଟିକେଟ୍, ଆଇନକ୍ସରେ 25500 ହଜାର ଏବଂ ସିନେପୋଲିସରେ 18100 ହଜାର ବୁକ୍ ହୋଇଛି।

ଏହା ମଧ୍ୟ ପଢନ୍ତୁ: RARKPK: ସାରା ବିଶ୍ୱରେ ପାର୍‌ କଲା 200 କୋଟି, ଭାବପ୍ରବଣ ନୋଟ୍ ଲେଖି ଧନ୍ୟବାଦ ଜଣାଇଲେ କରଣ

ଏବେ ବି ବଢୁଛି ସଂଖ୍ୟା

ଏଥି ସହିତ, ବର୍ତ୍ତମାନ ମଙ୍ଗଳବାର (ଅଗଷ୍ଟ 8) ପର୍ଯ୍ୟନ୍ତ ଆଡଭାନ୍ସ ଟିକେଟ୍ ବୁକିଂର ସଂଖ୍ୟା 83 ହଜାରକୁ ବୃଦ୍ଧି ପାଇଛି, ଯେଉଁଥିରେ ଏହି ସଂଖ୍ୟା PVRରେ 33ରୁ 36 ହଜାର, INOXରେ 25ରୁ 28 ହଜାର ଏବଂ ସିନେପୋଲିସ୍‌ରେ 18ରୁ 19,300 ହୋଇସାରିଛି ।

କିଏ ରହିବ ଆଗରେ, ଗଦର 2 ନା ଅକ୍ଷୟଙ୍କ OMG 2

ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ‘ଗଦର-୨’ ହେଉଛି ଏକ ଆକ୍ସନ୍ ଭିତ୍ତିକ ଚଳଚ୍ଚିତ୍ର । ଏହି ଫିଲ୍ମ ଅଗଷ୍ଟ 11ରେ ଦେଶ ତଥା ବିଶ୍ବର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏଥି ସହିତ ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର OMG 2 ମଧ୍ୟ ଏହି ଦିନ ମୁକ୍ତିଲାଭ କରୁଛି, କିନ୍ତୁ ଗଦର-2ର ଆଡଭାନ୍ସ ବୁକିଂରୁ ଜଣାପଡିଛି ଯେ ଅକ୍ଷୟଙ୍କ ଫିଲ୍ମ ବକ୍ସ ଅଫିସରେ ସେତେଟା ଭଲ କରିବ ନାହିଁ । ଉଲ୍ଲେଖନୀୟ କଥା ହେଉଛି, ଗଦର-2 ଚଳଚ୍ଚିତ୍ର ବକ୍ସ ଅଫିସରେ ଉଦଘାଟନୀ ଦିନରେ 30ରୁ 35 କୋଟିରୁ ଆକାଉଣ୍ଟ ଖୋଲିବାକୁ ଯାଉଛି ।

ସୂଚନାଯୋଗ୍ୟ ଯେ, ସନ୍ନି ଦେଓଲ ଏବଂ ଅମୀଷା ପଟେଲ ଆଜିକାଲି ଫିଲ୍ମ ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଗତ 6 ତାରିଖରେ ଏହି ଯୋଡ଼ି ଅମୃତସରର ଅଟାରୀ-ୱାଘା ସୀମାରେ ଯବାନଙ୍କ ସହ ଗଦର-2 ଚଳଚ୍ଚିତ୍ରର ପ୍ରମୋସନ କରିଛନ୍ତି । ଏକ କାର୍ଯ୍ୟକ୍ରମରେ ସେମାନେ 'ଉଡଜା କାଲେ କାୱା' ଗୀତରେ ଡ୍ୟାନ୍ସ କରିଛନ୍ତି । ଅମୀଷା ପଟେଲ ୱାଘା ସୀମାରେ ଯବାନମାନଙ୍କ ସହ ଫିଲ୍ମର ପ୍ରୋମୋସନ କରିଥିଲେ । ଯାହାର ଫଟୋ ଏବଂ ଭିଡିଓ ସେ ନିଜ ଇନଷ୍ଟାଗ୍ରାମରେ ସେୟାର କରିିଥିଲେ । ଅମୀଷା ଓରଫ ସକିନା ଏକ ନୀଳ ସୁଟରେ ସୁନ୍ଦର ଦେଖାଯାଉଥିବାବେଳେ ସନ୍ନି ଏକ ହଳଦିଆ କୁର୍ତ୍ତା ପାଇଜାମାରେ ନଜର ଆସିଥିଲେ । ତେବେ ଉଭୟ ଏହି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ: William Friedkin Dies: ଓସ୍କାର ବିଜେତା ନିର୍ଦ୍ଦେଶକଙ୍କ ପରଲୋକ, 87 ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ

ଗଦର-2 ହେଉଛି ଗଦର ଏକ ପ୍ରେମ କଥାର ସିକ୍ୱେଲ୍‌ ଯାହା 2001ରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ର ଭାରତ ଏବଂ ପାକିସ୍ତାନ ବିଭାଜନ ଉପରେ କାହାଣୀ ନିର୍ମିତ ହୋଇଥିଲା ଏବଂ ଏହି ଫିଲ୍ମ ଜରିଆରେ ସକିନା ନାମକ ଜଣେ ମୁସଲମାନ ଝିଅ ଏବଂ ଜଣେ ଭାରତୀୟ ଶିଖ୍‌ ଯୁବକ ତାରା ସିଂଙ୍କ ପ୍ରେମ କାହାଣୀକୁ ଦର୍ଶାଯାଇଥିଲା । ପ୍ରଥମ ଚଳଚ୍ଚିତ୍ରରେ ତାରା ସିଂ ନିଜ ପତ୍ନୀଙ୍କୁ ଫେରାଇ ଆଣିବା ପାଇଁ ସୀମା ପାର କରିଥିଲେ । କିନ୍ତୁ 2ୟ ଭାଗରେ ନିଜ ପତ୍ନୀଙ୍କୁ ନୁହ ବରଂ ନିଜ ପୁଅକୁ ଫେରାଇ ଆଣିବାକୁ ଆଣିବାକୁ ସୀମା ପାର କରିବେ ତାରା ସିଂ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.