ETV Bharat / entertainment

ଜେଲର, ଗଦର 2 ଏବଂ ଓଏମଜି-2ର ଧମାକା, ପ୍ରଥମ ୱିକେଣ୍ଡରେ ମିଳିତ କଲେକ୍ସନ ୫୦୦ କୋଟିରୁ ଅଧିକ - ଗଦର 2 ବିଶ୍ବ ବକ୍ସ ଅଫିସ କଲେକ୍ସନ

ରଜନୀକାନ୍ତଙ୍କ ଫିଲ୍ମ ଜେଲର, ସନ୍ନି ଦେଓଲଙ୍କ ଫିଲ୍ମ ଗଦର ୨ ଏବଂ ଅକ୍ଷୟ କୁମାରଙ୍କ ଅଭିନୀତ ଓଏମଜି 2 ମିଳିତ ଭାବେ ସପ୍ତାହ ଶେଷରେ ବିଶ୍ବର ବକ୍ସ ଅଫିସରେ 500 କୋଟିରୁ ଅଧିକ ଟଙ୍କା ଆୟ କରିସାରିଲେଣି । ତେବେ କେଉଁ ଚଳଚ୍ଚିତ୍ର ସର୍ବାଧିକ ରୋଜଗାର କରିଛି ? ଜାଣନ୍ତୁ

ଜେଲର, ଗଦର 2 ଏବଂ ଓଏମଜି 2 ର ଧମାକା, ପ୍ରଥମ ୱିକେଣ୍ଡରେ ମିଳିତ ଭାବେ କମାଇଲେଣି 500କୋଟିରୁ ଅଧିକ ଟଙ୍କା

author img

By

Published : Aug 14, 2023, 12:36 PM IST

ହାଇଦ୍ରାବାଦ: ସ୍ବାଧୀନତା ଦିବସ ଅବସରରେ ସିନେପ୍ରେମୀଙ୍କ ଭରପୁର ମନୋରଞ୍ଜନ ହେଉଛି । ଅଗଷ୍ଟ 10ରେ ରଜନୀକାନ୍ତଙ୍କ ଫିଲ୍ମ ଜେଲର ରିଲିଜ ହୋଇଥିବା ବେଳେ 11ରେ ସନ୍ନି ଦେଓଲଙ୍କ ଫିଲ୍ମ ଗଦର ୨ ଏବଂ ଅକ୍ଷୟ କୁମାରଙ୍କ ଅଭିନୀତ ଓଏମଜି 2 ରିଲିଜ ହୋଇଛି । ବର୍ତ୍ତମାନ ଜେଲର, ଗଦର ୨ ଏବଂ ଓଏମଜି 2 ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ଏହି 3ଟି ଫିଲ୍ମ ଦର୍ଶକଙ୍କ ମନ ଜିତିବାରେ ସଫଳ ହେଉଛି । ଓପନିଂ ଦିନଠାରୁ ଆରମ୍ଭ କରି ପ୍ରଥମ ସପ୍ତାହ ଶେଷ ଯାଏଁ ଫିଲ୍ମ ଭଲ ପ୍ରଦର୍ଶନ କରିଆସୁଛନ୍ତି । ଏଥିସହ ଏହି ତିନୋଟି ଚଳଚ୍ଚିତ୍ର ସପ୍ତାହ ଶେଷରେ ବିଶ୍ବର ବକ୍ସ ଅଫିସରେ ମଧ୍ୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଅଧିକ ସଂଗ୍ରହ କରିଛନ୍ତି । ଏହି ତିନୋଟି ଚଳଚ୍ଚିତ୍ର ବିଶ୍ବର ବକ୍ସ ଅଫିସରେ 4ଦିନ ମଧ୍ୟରେ 500 କୋଟିରୁ ଅଧିକ ବ୍ୟବସାୟ କରି ସଫଳତା ହାସଲ କରିଛନ୍ତି ।

ଜେଲର୍ ବିଶ୍ୱବ୍ୟାପୀ ସଂଗ୍ରହ

ରଜନୀକାନ୍ତଙ୍କ ଅଭିନୀତ ଚଳଚ୍ଚିତ୍ର ଜେଲର ଅଗଷ୍ଟ 10ରେ ସାରା ବିଶ୍ୱରେ ମୁକ୍ତିଲାଭ କରିଥିଲା ​​ଏବଂ ଚଳଚ୍ଚିତ୍ରଟି ପ୍ରଥମ ଦିନ ଅର୍ଥାତ୍ ଗୁରୁବାରରେ 48.35 କୋଟି ଟଙ୍କା ଆୟ କରିଥିଲା । ଦ୍ୱିତୀୟ ଦିନ ଅର୍ଥାତ୍ ଶୁକ୍ରବାରରେ 25.75 କୋଟି, ତୃତୀୟ ଦିନ ଅର୍ଥାତ୍ ଶନିବାରରେ 35 କୋଟି, ଚତୁର୍ଥ ଦିନ ଅର୍ଥାତ୍ ରବିବାର ଦିନ 38 କୋଟି ଆୟ କରିଛି । ତେବେ ଭାରତୀୟ ବକ୍ସ ଅଫିସରେ ଫିଲ୍ମ ମୋଟ 127 କୋଟି ଟଙ୍କା ଆୟ କରିଛି । 4 ଦିନ ମଧ୍ୟରେ ଜେଲର ବିଶ୍ୱ ବକ୍ସ ଅଫିସରେ 222 କୋଟିରୁ ଅଧିକ ଆୟ କରିଥିବା ଆକଳନ କରାଯାଇଛି ।

ଗଦର 2 ବିଶ୍ୱବ୍ୟାପୀ ସଂଗ୍ରହ

ଅଗଷ୍ଟ 11 ରେ ମୁକ୍ତିଲାଭ କରିଥିବା ସନ୍ନି ଦେଓଲ ଏବଂ ଅମୀଷା ପଟେଲଙ୍କ ଅଭିନୀତ ଚଳଚ୍ଚିତ୍ର ଗଦର 2 ଭାରତୀୟ ଏବଂ ବିଶ୍ୱବ୍ୟାପୀ ବକ୍ସ ଅଫିସରେ ଧମାକା କରିଛି । 22ବର୍ଷ ପରେ ଏହି ଚଳଚ୍ଚିତ୍ର ସହ ସନ୍ନି ଦେଓଲଙ୍କ ପୁଣି ପରଦାକୁ ଫେରିଛନ୍ତି । ତେବେ 3ଦିନ ମଧ୍ୟରେ ଏହି ଫିଲ୍ମ ସଫଳତାର ସହ 100କୋଟି କ୍ଲବରେ ସାମିଲ ହୋଇ ଏବେ ରେକର୍ଡ ସୃଷ୍ଟି କରିଛି । ପ୍ରଥମ ଦିନ ଅର୍ଥାତ୍ ଶୁକ୍ରବାର 40.10 କୋଟି, ଦ୍ୱିତୀୟ ଦିନ ଅର୍ଥାତ୍ ଶନିବାରରେ 45 କୋଟି, ତୃତୀୟ ଦିନ ଅର୍ଥାତ୍ ରବିବାରରେ 52 କୋଟି ଆୟ କରିଛି। ତେବେ ଭାରତୀୟ ବକ୍ସ ଅଫିସ୍‌ରେ ଫିଲ୍ମ ମୋଟ 137 କୋଟି ଆୟ କରିଛି । ସେହିପରି ବିଶ୍ବବ୍ୟାପୀ ସଂଗ୍ରହ ଏହି ଫିଲ୍ମ 200 କୋଟିରୁ ଅଧିକ ଆୟ କରିଥିବା ଜଣାପଡିଛି ।

OMG 2 ବିଶ୍ବବ୍ୟାପୀ ସଂଗ୍ରହ

ଓଏମ୍‌ଜିର ସଫଳତା ପରେ ଗଦର ୨ ସହ ଅକ୍ଷୟ କୁମାର OMG 2 ସହ ବକ୍ସ ଅଫିସରେ ଧମାକା କରିଛନ୍ତି । ଯଦିଓ ଫିଲ୍ମ OMG-2 ବକ୍ସ ଅଫିସରେ ଗଦର 2 ଏବଂ ଜେଲର ତୁଳନାରେ ପଛରେ ଅଛି, କିନ୍ତୁ ଲୋକମାନେ ଲିଙ୍ଗଗତ ଶିକ୍ଷା ଉପରେ ଆଧାରିତ ଏହି ଫିଲ୍ମକୁ ବେଶ ପସନ୍ଦ କରୁଛନ୍ତି ଫ୍ୟାନ୍ସ । ପ୍ରଥମ ଦିନ ଅର୍ଥାତ୍ ଶୁକ୍ରବାରରେ 10.26 କୋଟି, ଦ୍ୱିତୀୟ ଦିନ ଅର୍ଥାତ୍ ଶନିବାରରେ 15.3 କୋଟି ଏବଂ ତୃତୀୟ ଦିନ ଅର୍ଥାତ୍ ରବିବାରରେ 17.50 କୋଟି ଆୟ କରିଛି । ତେବେ ଏହି ଫିଲ୍ମ ଭାରତୀୟ ବକ୍ସ ଅଫିସରେ ମୋଟ ସଂଗ୍ରହ 43.56 କୋଟି କରିଛି । ବିଶ୍ବବ୍ୟାପୀ ସଂଗ୍ରହ 50 କୋଟିରୁ ଅଧିକ କରିଛି ।

ଏହା ମଧ୍ୟ ପଢନ୍ତୁ: Gadar 2 ସୁପର ସନ୍‌ଡେ’: 100 କୋଟି ପାର୍‌ କଲା ସନ୍ନି ଦେଓଲଙ୍କ ଫିଲ୍ମ

ସୂଚନା ଥାଉ କି, ଗଦର 2, OMG 2 ଏବଂ ଜେଲର ପ୍ରଥମ ସପ୍ତାହ ଶେଷ (ଅଗଷ୍ଟ 10 ରୁ 13) ପାଇଁ ବିଶ୍ବର ଆନୁମାନିକ ଆୟ 500 କୋଟି କରିସାରିଛନ୍ତି । ବର୍ତ୍ତମାନ ଅଗଷ୍ଟ 14 ଅର୍ଥାତ୍ 2ୟ ସପ୍ତାହର ପ୍ରଥମ ସୋମବାରରେ ଏହି ତିନୋଟି ଚଳଚ୍ଚିତ୍ର କେତେ ଆୟ କରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.