ମୁମ୍ବାଇ: ସିନେ ପ୍ରେମୀଙ୍କ ପାଇଁ ଖୁସିଖବର, କାରଣ ସେମାନେ ଖୁବ ଶୀଘ୍ର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ଏକ ନୂଆ ରୂପରେ ଦେଖିବାକୁ ଯାଉଛନ୍ତି । ଗୁଜୁରାଟୀ ଚରିତ୍ରରେ ଆଗାମୀ ପରିବାର-କେନ୍ଦ୍ରିକ କମେଡି 'ଫଖ୍ତ ମହିଲାଓ ମେଟ' (Fakt Mahilao Mate) ରେ ନଜର ଆସିବେ ଅମିତାଭ ବଚ୍ଚନ। ବିଗ୍ ବିଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ଗୁଜୁରାଟୀ ସୁପରଷ୍ଟାର୍ ୟଶ ସୋନି ଏବଂ ଦିକ୍ଷା ଯୋଶୀ ମଧ୍ୟ ଅଭିନୟ କରିବେ। ଏହି ଚଳଚ୍ଚିତ୍ରଟି ଜୟ ବୋଦାସଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଏହାର ମୁଖ୍ୟ ଆକର୍ଷଣ ଆଉ କେହି ନୁହେଁ ବରଂ ସୁପରଷ୍ଟାର ଅମିତାଭ ବଚ୍ଚନ ହେବେ ।
- " class="align-text-top noRightClick twitterSection" data="
">
ଗୁଜୁରାଟୀ ଚରିତ୍ରରେ ଅଭିନୟ କରିବେ ଅମିତାଭ ବଚ୍ଚନ
ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ପ୍ରାୟ 175ଟି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିବା ପରେ ଗୁଜରାଟୀ ସିନେମାରେ ଡେବ୍ୟୁ କରିବାକୁ ଯାଉଛନ୍ତି । ANIର ରିପୋର୍ଟ ଅନୁଯାୟୀ, ସେ Fakt Mahilao Mate ଚଳଚ୍ଚିତ୍ରରେ ଗୁଜରାଟର ଜଣେ ବ୍ୟକ୍ତିଙ୍କ କ୍ୟାମୋ ଭୂମିକାରେ ନଜର ଆସିବେ । ତାଙ୍କର ଶେଷ ବାର୍ତ୍ତାଳାପ ସମୟରେ ଆନନ୍ଦ ପଣ୍ଡିତ ସେହି ସମୟକୁ ମନେ ପକାଇଥିଲେ, ଯେବେ ସେ ତାଙ୍କ ସ୍କ୍ରିପ୍ଟ ସହିତ ସୁପରଷ୍ଟାରଙ୍କ ନିକଟକୁ ଯାଇଥିଲେ । ଚଳଚ୍ଚିତ୍ର ପାଇଁ ସୁପରଷ୍ଟାର ତୁରନ୍ତ ହଁ କରିଦେଇଥିଲେ ।
ନିର୍ମାତା ଆନନ୍ଦ ପଣ୍ଡିତଙ୍କ ଖୁଲାସା
ନିର୍ମାତା ଆନନ୍ଦ ପଣ୍ଡିତଙ୍କ କହିବାନୁସାରେ, ଅମିତାଭ ବଚ୍ଚନ ତାଙ୍କର ପ୍ରିୟ ବନ୍ଧୁ ଏବଂ ଯେତେବେଳେ ସେ ସୁପରଷ୍ଟାରଙ୍କୁ ତାଙ୍କ ପରିବାର-କେନ୍ଦ୍ରିକ ଚଳଚ୍ଚିତ୍ରରେ ଏକ କ୍ୟାମୋ ନିଭାଇବେ ବୋଲି ପଚାରିଲେ, ବିଗ୍ ବି ତାଙ୍କୁ ତୁରନ୍ତ ହଁ କହିଥିଲେ । ANI ରିପୋର୍ଟ ଅନୁଯାୟୀ ଆନନ୍ଦ ପଣ୍ଡିତ କହିଛନ୍ତି, "ଅମିତ ଜୀ ବିନା କୌଣସି ପ୍ରୋଜେକ୍ଟ କଳ୍ପନା କରିବା ମୋ ପକ୍ଷେ କଷ୍ଟକର, ଯିଏ କି ବର୍ଷ ବର୍ଷ ଧରି ମୋର ବନ୍ଧୁ ଏବଂ ମାର୍ଗଦର୍ଶକ ଥିଲେ । ସେହି ମୁହୂର୍ତ୍ତରେ ମୁଁ ତାଙ୍କୁ ପଚାରିଥିଲି ଯେ ସେ 'ଫଖ୍ତ' କ୍ୟାମୋ କରିବେ ? ସେ ସ୍କ୍ରିପ୍ଟ ଶୁଣିବାକୁ କିମ୍ବା ନିର୍ଦ୍ଦେଶକ କିଏ ତାହା ପଚାରିଲେ ନାହିଁ ।" ତେବେ ପ୍ରଥମ ଥର ଅମିତ ଜୀ ଏକ ଗୁଜୁରାଟୀ ଚଳଚ୍ଚିତ୍ରରେ ଗୁଜୁରାଟୀ ଚରିତ୍ରରେ ଅଭିନୟ କରୁଛନ୍ତି ।