ETV Bharat / entertainment

ପଞ୍ଜାବୀ ଗାୟକ ସିପି ଗିଲଙ୍କ ନାଁରେ ମାମଲା ରୁଜୁ - ସିପି ଗିଲ

ପଞ୍ଜାବୀ ଗାୟକ ସିପି ଗିଲଙ୍କ ନାଁରେ ଏତଲା । ଜଣେ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରିବା ନେଇ ଗାୟକଙ୍କ ନାଁରେ ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ

ପଞ୍ଜାବୀ ଗାୟକ ସିପି ଗିଲଙ୍କ ନାଁରେ ମାମଲା ରୁଜୁ

author img

By ETV Bharat Odisha Team

Published : Oct 18, 2023, 7:24 PM IST

ଚଣ୍ଡିଗଡ଼: ଅଡୁଆରେ ପଞ୍ଜାବୀ ଲୋକପ୍ରିୟ କଣ୍ଠଶିଳ୍ପୀ ସିପି ଗିଲ । ନିକଟରେ ରିଲିଜ ହୋଇଥିବା ନୂତନ ଗୀତ 'ଚୁପ୍ ପଞ୍ଜାବ ସିଆଁ'ର ସଫଳତାକୁ ଉପଭୋଗ କରୁଥିବା ବେଳେ ବର୍ତ୍ତମାନ ଗାୟକ ସିପି ଗିଲଙ୍କ ବିରୋଧରେ ଏତଲା ରୁଜୁ ହୋଇଛି । ସେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିବା ଅଭିଯୋଗରେ ମୋହାଲି ଥାନାରେ ଏକ ଏତଲା ଦାଖଲ ହୋଇଛି ।

ଅଭିଯୋଗ ଅନୁସାରେ, ପଞ୍ଜାବ ଗାୟକ ଏବଂ ତାଙ୍କ ସହଯୋଗୀମାନେ ହୋମଲ୍ୟାଣ୍ଡ ସୋସାଇଟି ନିକଟରେ କମଲଜିତ ସିଂ ଶେର୍ଗିଲ ନାମକ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଏହା ମଧ୍ୟ କୁହାଯାଉଛି ଯେ ଏହି ଘଟଣା ସିସିଟିଭିରେ କଏଦ ହୋଇଛି ଏବଂ ସେହି ବ୍ୟକ୍ତି ଦୌଡ଼ି ପଲାଇ ନିଜ ଜୀବନ ରକ୍ଷା କରିଛନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ, ଏହି ମାମଲାରେ ସନ୍ଦୀପ ସିଂ ଗିଲ ଓରଫ ସିପି ଗିଲଙ୍କ ସହ ହନି ସେଖୋଁ ଏବଂ ହନି ଖାନ ନାଁ ମଧ୍ୟ ସାମିଲ ହୋଇଛି । ଏହି ଘଟଣାରେ ପାଞ୍ଚରୁ ୬ ଜଣ ଅଜ୍ଞାତ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଆଇପିସିର ଧାରା 323, 341, 148 ଆଇପିସି ଧାରା ଅନୁଯାୟୀ ଏହି ମାମଲା ପଞ୍ଜିକୃତ ହୋଇଛି । ଏହି ଘଟଣା ଦୁଇ ଦିନ ପୁରୁଣା ଏବଂ ଏହା କୁହାଯାଉଛି ଯେ ଗାୟକ ସିପି ଗିଲ ଏବଂ ଏଫଆଇଆର ପଞ୍ଜୀକୃତ ବ୍ୟକ୍ତି ପରସ୍ପର ସହ ପରିଚିତ । ତେବେ ଘଟଣା ପଛର କାରଣ କଣ ତାହା ଜଣାପଡିନଥିବା ବେଳେ ପୋଲିସ ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ: ହନି ସିଂହଙ୍କୁ ହତ୍ୟା ଧମକ, କାନାଡାରୁ ମିଳିଛି ଧମକପୂର୍ଣ୍ଣ ଭଏସ୍ ନୋଟ୍

ପଞ୍ଜାବୀ ଚଳଚ୍ଚିତ୍ର ଏବଂ ଗୀତରେ ସମାନ ଭାବରେ ସଫଳ ହୋଇଥିବା ସିପି ଗିଲ ତାଙ୍କ ଚଳଚ୍ଚିତ୍ର ଯାତ୍ରାରେ 'ଟାଇଗର', 'ପୁଟ ଜଟନ ଦେ', 'ଜାଡି ସର୍ଦ୍ଦାର' ଇତ୍ୟାଦି ଅନେକ ସଫଳ ଚଳଚ୍ଚିତ୍ରର ଏକ ପ୍ରଭାବଶାଳୀ ଅଂଶ ଅଟନ୍ତି । ମୁଖ୍ୟତଃ ପଞ୍ଜାବର ମାଲୱା ଜିଲ୍ଲାର ମୋଗାର ଏହି ଗାୟକ ତାଙ୍କ ପିତାଙ୍କ କୃଷି ବୃତ୍ତିକୁ ବେଶ ଭଲ ପାଆନ୍ତି । ଏବଂ ସୋସିଆଲ ମିଡିଆରେ ସେ ପ୍ରାୟତଃ ଭିଡିଓ ଏବଂ ଫଟୋ ସେୟାର କରିଥାନ୍ତି । ସିପି ଗିଲଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ନିକଟରେ ଗାୟକଙ୍କ ପଞ୍ଜାବୀ ଗୀତ 'ଚୁପ ପଞ୍ଜାବ ସାୟାଁ' ମୁକ୍ତିଲାଭ କରିଛି, ଏହି ଗୀତକୁ ଲୋକମାନେ ପସନ୍ଦ କରୁଛନ୍ତି, ଏହି ଗୀତକୁ ଏପର୍ଯ୍ୟନ୍ତ 317 ହଜାର ଲୋକ ଦେଖିସାରିଲେଣି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.