ETV Bharat / entertainment

ନୟନତାରାଙ୍କ ଫିଲ୍ମ 'ଅନ୍ନପୁରାନୀ' ନାଁରେ ମାମଲା ରୁଜୁ

Fir Against Nayanthara Annapoorani: ବିବାଦରେ ନୟନତାରାଙ୍କ ଫିଲ୍ମ 'ଅନ୍ନପୁରାନୀ' । ଲୋକଙ୍କ ଧର୍ମିକ ଭାବନାକୁ କ୍ଷତି ପହଞ୍ଚାଇଥିବା ଏବଂ 'ଲଭ ଜିହାଦ'କୁ ପ୍ରତ୍ସୋହିତ କରୁଥିବା ଅଭିଯୋଗରେ ଏହି ଫିଳ୍ମ ନାଁରେ ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ,

ନୟନତାରାଙ୍କ ଫିଲ୍ମ 'ଅନ୍ନପୁରାନୀ' ନାଁରେ ମାମଲା ରୁଜୁ
ନୟନତାରାଙ୍କ ଫିଲ୍ମ 'ଅନ୍ନପୁରାନୀ' ନାଁରେ ମାମଲା ରୁଜୁ
author img

By ETV Bharat Odisha Team

Published : Jan 9, 2024, 8:55 PM IST

ହାଇଦ୍ରାବାଦ: ସାଉଥ ଫିଲ୍ମ ଜଗତର ଲୋକପ୍ରିୟ ଅଭିନେତ୍ରୀ ନୟନତାରାଙ୍କ ଫିଲ୍ମ 'ଅନ୍ନପୁରାନୀ' ନାଁରେ ମାମଲା ରୁଜୁ ହୋଇଛି । ଏହି ଫିଲ୍ମ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଏବଂ 'ଲଭ ଜିହାଦ'କୁ ପ୍ରତ୍ସୋହିତ କରୁଥିବା ଅଭିଯୋଗ ହୋଇଛି । ଅଭିଯୋଗ ନେଇ ମୁମ୍ବାଇ ପୋଲିସ ଫିଲ୍ମର ନିର୍ମାତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିବା ଜଣାପଡିଛି ।

  • I have filed complain against #AntiHinduZee and #AntiHinduNetflix

    At a time when the whole world is rejoicing in anticipation of the Pran Pratishtha of Bhagwan Shri Ram Mandir, this anti-Hindu film Annapoorani has been released on Netflix, produced by Zee Studios, Naad Sstudios… pic.twitter.com/zM0drX4LMR

    — Ramesh Solanki🇮🇳 (@Rajput_Ramesh) January 6, 2024 " class="align-text-top noRightClick twitterSection" data=" ">

ଶନିବାର ପୂର୍ବ ଶିବସେନା ନେତା ରମେଶ ସୋଲଙ୍କି ଏକ୍ସରେ ଏକ ପୋଷ୍ଟ ସେୟାର କରି ଫିଲ୍ମକୁ ହିନ୍ଦୁ ବିରୋଧୀ କହିବା ସହ ଫିଲ୍ମ ବିଷୟରେ ଖୁଲାସା କରିଛନ୍ତି । ସେ ଫିଲ୍ମ ନିର୍ମାତାଙ୍କ ଉପରେ ହିନ୍ଦୁ ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଇଥିବା ଏବଂ 'ଲଭ ଜିହାଦ'କୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ କରି ମାମଲା ରୁଜୁ କରିଥିବା କହିଛନ୍ତି । ସେ ନିର୍ମାତାଙ୍କ ଉପରେ ଭଗବାନ ଶ୍ରୀରାମଙ୍କ ଅପମାନ କରିଥିବା ଅଭିଯୋଗ କରିଛନ୍ତି । ସେ ମୁମ୍ବାଇ ପୋଲିସ ଏବଂ ମହାରାଷ୍ଟ୍ର ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଫିଲ୍ମର ନିର୍ମାତାଙ୍କ ବିରୁଦ୍ଧରେ ଦୃତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ସେପଟେ ହିନ୍ଦୁ ଆଇଟି ସେଲ ଦ୍ବାରା ମଧ୍ୟ ମୁମ୍ବାଇ ପୋଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଛି ।

ରମେଶ ଫିଲ୍ମର ଡାଇଲଗ ଏବଂ କିଛି ସିନକୁ ନେଇ ଆପତ୍ତି କରିଛନ୍ତି । ତେବେ ଅଭିଯୋଗରେ ଦର୍ଶାଯାଇଛି ଯେ, ବର୍ତ୍ତମାନ ସାରା ଦେଶ ପ୍ରଭୁ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସାହିତ ଥିବା ବେଳେ କିଛି ଲୋକ ହିନ୍ଦୁ ବିରୋଧୀ ଫିଲ୍ମ 'ଅନ୍ନପୁରାନୀ' ରିଲିଜ କରିଛନ୍ତି । ଯାହା ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି । ଫିଲ୍ମର ଏକ ଦୃଶ୍ୟରେ ଅଭିନେତା ଜୟ କହିଛନ୍ତି ଯେ, ଭଗବାନ ରାମ ମାଂସ ଖାଉଥିଲେ କହି ଅଭିନେତ୍ରୀଙ୍କୁ ମାଂସ ଖାଇବାକୁ ଉସୁକାଉଛନ୍ତି । ଏଥିସହ ଫିଲ୍ମରେ ଅଭିନେତ୍ରୀଙ୍କ ବାପା ବିଷ୍ଣୁ ପୂଜକ ଥିବା ବେଳେ ତାଙ୍କ ଝିଅ ମାଂସ ରାନ୍ଧିବା, ଜଣେ ମୁସଲିମ ବ୍ୟକ୍ତିକୁ ଭଲପାଇବା ଏବଂ ନମାଜ ପଢୁଥିବା ନଜର ଆସିଛନ୍ତି । ଯାହା ପରେ ଫିଲ୍ମକୁ ନେଇ ବିବାଦ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ: ଅଞ୍ଜନା ମିଶ୍ରଙ୍କ ବାୟୋପିକ୍‌ କରି ଅଡୁଆରେ ଅକ୍ଷୟ ପରିଜାଙ୍କ OTT ପ୍ଲାଟଫର୍ମ

ସୂଚନା ଥାଉ କି, ଡିସେମ୍ବର ୧, ୨୦୨୩ରେ ଫିଲ୍ମ 'ଅନ୍ନପୁରାନୀ' ରିଲିଜ ହୋଇଥିଲା । ଏହି ଫିଲ୍ମ ନୟନତାରାଙ୍କ ୭୫ତମ ଫିଲ୍ମ । ଏହି ଫିଲ୍ମର ନିର୍ଦ୍ଦେଶନା ନିର୍ଦ୍ଦେଶକ ନିଲେଶ କ୍ରିଷ୍ଣା ଦେଇଥିବା ବେଳେ ଏହି ଫିଲ୍ମଟି ଜଣେ ରୋଷେୟାଙ୍କ କାହାଣୀ ଉପରେ ଆଧାରିତ । ଏଥିରେ ମୁଖ୍ୟ ଅଭିନେତ୍ରୀ ଭାବେ ନୟନତାରା, ଜୟ, ସତ୍ୟରାଜ, କାର୍ତ୍ତିକ କୁମାର ଏବଂ ରେଣୁକା ଭଳି ତାରକା ଅଭିନୟ କରିଛନ୍ତି । ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ନୟନତାରା ଜଣେ ସୈଫ ହେବା ପାଇଁ ଲାଗି ସ୍ବପ୍ନ ଦେଖୁଛନ୍ତି । ହିନ୍ଦୁ ମନ୍ଦିର ପୂଜକଙ୍କ ଝିଅ ହୋଇଥିବାରୁ ମାଂସାହାରୀ ଖାଦ୍ୟ ରୋଷେଇ କରିବା ତାଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି ଏବଂ ସେ ଅନେକ ବାଧାବିଘ୍ନର ସମ୍ମୁଖୀନ ମଧ୍ୟ ହେଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.