ETV Bharat / entertainment

Sushma Anand passes away: ଆରପାରିରେ ଚଳଚ୍ଚିତ୍ର ନିର୍ମାତା ବିଜୟ ଆନନ୍ଦଙ୍କ ପତ୍ନୀ ସୁଷମା - ସୁଷମା ଆନନ୍ଦ

ଚଳଚ୍ଚିତ୍ର ନିର୍ମାତା ବିଜୟ ଆନନ୍ଦଙ୍କ ପତ୍ନୀ ସୁଷମା ଆନନ୍ଦଙ୍କର ଦେହାନ୍ତ ହୋଇଛି । ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ । ସୁଷମାଙ୍କର ଅନ୍ତିମ ସଂସ୍କାର ଆଜି (ଅଗଷ୍ଟ 28) ସକାଳ 11ଟାରେ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

ବିଜୟ ଆନନ୍ଦଙ୍କ ପତ୍ନୀ ସୁଷମାଙ୍କ ଦେହାନ୍ତ
ବିଜୟ ଆନନ୍ଦଙ୍କ ପତ୍ନୀ ସୁଷମାଙ୍କ ଦେହାନ୍ତ
author img

By ETV Bharat Odisha Team

Published : Aug 28, 2023, 9:53 AM IST

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ବିଜୟ ଆନନ୍ଦଙ୍କ ପତ୍ନୀ ସୁଷମା ଆନନ୍ଦଙ୍କର ରବିବାର ଦେହାନ୍ତ ହୋଇଛି । 70 ବର୍ଷୀୟା ସୁଷମା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ସୂଚନା ଅନୁଯାୟୀ, ଆଜି (ଅଗଷ୍ଟ 28) ସକାଳ 11 ଟାରେ ସୁଷମାଙ୍କର ଅନ୍ତିମ ସଂସ୍କାର କରାଯିବ ଏବଂ ଏହା ପୂର୍ବରୁ ତାଙ୍କ ପାର୍ଥୀବ ଶରୀରକୁ ଅନ୍ତିମ ଦର୍ଶନ ପାଇଁ ରଖାଯିବ । ତାଙ୍କ ଦେହାନ୍ତ ଖବର ଯୋଗୁଁ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି।

ସୁଷମା ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ ଏବଂ କୁହାଯାଉଛି ଯେ ତାଙ୍କ ମୃତ୍ୟୁର କାରଣ ହୃଦଘାତ । ତାଙ୍କ ମ୍ୟାନେଜରଙ୍କ କହିବାନୁସାରେ, ସୁଷମା ହଠାତ୍ ତଳେ ପଡ଼ିଯାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କ ପରିବାର ଡାକ୍ତରଙ୍କୁ ଡକାଯାଇଥିଲା, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ତାଙ୍କ ମୃତଦେହକୁ ଡାକ୍ତରଖାନା ନିଆଯାଇଥିଲା, ମୃତ୍ୟୁର କାରଣ ହୃଦ୍‌ଘାତ ବୋଲି କହିଥିଲେ ଡାକ୍ତର । ଆଜି (ଅଗଷ୍ଟ 28) ସୁଷମାଙ୍କର ଶେଷ ରୀତିନୀତି କରାଯିବ । ବିଜୟଙ୍କ ମୃତ୍ୟୁର 19 ବର୍ଷ ପରେ ସୁଷମା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବିଜୟ ଆନନ୍ଦ ଗୋଲ୍ଡି ଆନନ୍ଦ ନାମରେ ମଧ୍ୟ ଜଣାଶୁଣା । ସେ 'ଗାଇଡ୍', 'ତିସରୀ ମଞ୍ଜିଲ୍', 'ଜୁଏଲ୍ ଥିକ୍‌' ଭଳି ଚଳଚ୍ଚିତ୍ର ଦେଇଥିଲେ । 2004 ମସିହାରେ ବିଜୟଙ୍କର ଦେହାନ୍ତ ହୋଇଥିଲା । ପ୍ରସିଦ୍ଧ ଅଭିନେତା ଦେବ ଆନନ୍ଦଙ୍କ ଭାଇ ହେଉଛନ୍ତି ବିଜୟ ଆନନ୍ଦ ।

ଏହା ମଧ୍ୟ ପଢନ୍ତୁ: Jawan vs Salaar: ଶାହାରୁଖଙ୍କ ଉପରେ ଭାରି ପଡିବେ କି ବାହୁବଲୀ ? ସାମ୍ନାକୁ ଆସିଲା ନୂଆ ଟ୍ବିଷ୍ଟ

ବିଜୟ ଏବଂ ସୁଷମାଙ୍କ ବିବାହକୁ ନେଇ ଅନେକ ବିବାଦ ଦେଖାଦେଇଥିଲା । ଖବର ଅନୁଯାୟୀ ସୁଷମା ବିଜୟଙ୍କ ବଡ଼ ଭଉଣୀର ଝିଅ ଥିଲେ । ଏହି ବିବାହକୁ ନେଇ ପରିବାର ଲୋକ ଆପତ୍ତି କରିଥିଲେ । ବୟସରେ ମଧ୍ୟ ସୁଷମା ବିଜୟଙ୍କ ଠାରୁ ବହୁତ ସାନ ଥିଲେ । କୁହାଯାଏ ଯେ 1978 ମସିହାରେ ଫିଲ୍ମ 'ରାମ ବଳରାମ'ର ସୁଟିଂ ସମୟରେ ଉଭୟ ବିବାହ କରିଥିଲେ । ଏହି ବିବାହ ପରେ ନାନା କଥା ଶୁଣିବାକୁ ପଡିଥିଲା । କିନ୍ତୁ ସୁଷମା ଏବଂ ବିଜୟଙ୍କ ସମ୍ପର୍କ ବହୁତ ମଜବୁତ ଥିଲା । ଉଭୟଙ୍କର ଏକ ପୁଅ ବୈଭବ ଆନନ୍ଦ ଅଛନ୍ତି।

ଏହା ମଧ୍ୟ ପଢନ୍ତୁ: ବ୍ରେକଅପ୍ ଗୁଜବ: ବର୍ଷାରେ ଏକାଠି ନଜର ଆସିଲେ ଲଭ୍‌ ବାର୍ଡ ମଲାଇକା-ଅର୍ଜୁନ, ଭିଡିଓ ଭାଇରାଲ

ବିଜୟ ଆନନ୍ଦଙ୍କ ଭାଣିଜୀ ଥିଲେ ସୁଷମା

ସୁଷମା ଆନନ୍ଦ କେବଳ ଦେବ ଆନନ୍ଦଙ୍କ ଭାଉଜ ନଥିଲେ ବରଂ ତାଙ୍କର ପ୍ରକୃତ ଭାଣିଜୀ ମଧ୍ୟ ଥିଲେ। ଚଳଚ୍ଚିତ୍ର ନିର୍ମାତା ବିଜୟ ଆନନ୍ଦ ତାଙ୍କ ଭଉଣୀର ଝିଅକୁ ବିବାହ କରିଥିଲେ । ସୁଷମାଙ୍କ ବିବାହ ସମୟରେ ପୂରା ଆନନ୍ଦ ପରିବାର ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.