ମୁମ୍ବାଇ: ଫିଲ୍ମ ପ୍ରଡ୍ୟୁସର୍ କମଲ କିଶୋର ମିଶ୍ରାଙ୍କୁ ବାନ୍ଧିଲା ପୋଲିସ । ପ୍ରେମିକା ସହ ଧରାପଡ଼ିବା ପରେ ସ୍ତ୍ରୀ ଉପରେ କାର୍ ଚଢ଼ାଇ ଦେଇଥିଲେ ଏହି ଫିଲ୍ମ ପ୍ରଡ୍ୟୁସର୍ ବାବୁ ଜଣକ । କେବଳ କାର୍ ଚଢାଇନଥିଲେ ବରଂ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପ୍ରଡ୍ୟୁସରଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିଲା । ଗୁରୁବାର ଦିନ କମଲ କିଶୋର ମିଶ୍ରାଙ୍କୁ ହାଜତକୁ ନେଇ ପଚରାଉଚରା କରାଯିବା ପରେ ଗିରଫ କରାଯାଇଥିଲା । ତାଙ୍କୁ ଆଜି (ଶୁକ୍ରବାର) କୋର୍ଟରେ ହାଜର କରାଯିବ।
-
#WATCH | Case registered against film producer Kamal Kishore Mishra at Amboli PS u/s 279 & 338 of IPC for hitting his wife with a car.She claims after the incident she suffered head injuries.We're searching for accused. Further investigation underway:Amboli Police
— ANI (@ANI) October 26, 2022 " class="align-text-top noRightClick twitterSection" data="
(CCTV Visuals) pic.twitter.com/0JSleTqyry
">#WATCH | Case registered against film producer Kamal Kishore Mishra at Amboli PS u/s 279 & 338 of IPC for hitting his wife with a car.She claims after the incident she suffered head injuries.We're searching for accused. Further investigation underway:Amboli Police
— ANI (@ANI) October 26, 2022
(CCTV Visuals) pic.twitter.com/0JSleTqyry#WATCH | Case registered against film producer Kamal Kishore Mishra at Amboli PS u/s 279 & 338 of IPC for hitting his wife with a car.She claims after the incident she suffered head injuries.We're searching for accused. Further investigation underway:Amboli Police
— ANI (@ANI) October 26, 2022
(CCTV Visuals) pic.twitter.com/0JSleTqyry
ଗିରଫ ହେଲେ କମଲ କିଶୋର ମିଶ୍ରା
ମୁମ୍ବାଇର ଆମ୍ବୋଲି ପୋଲିସ ଷ୍ଟେସନରେ କମଲ କିଶୋର ମିଶ୍ରାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ନିର୍ମାତା 19 ଅକ୍ଟୋବରରେ ମୁମ୍ବାଇ ଅନ୍ଧେରୀ ସ୍ଥିତ ପଶ୍ଚିମ ଇଲାକାରେ ଥିବା ଆବାସିକ ଆପାର୍ଟମେଣ୍ଟର ପାର୍କିଂରେ ତାଙ୍କ ପତ୍ନୀଙ୍କ ଉପରେ କାର୍ ଚଢାଇଥିବା ଅଭିଯୋଗ ହୋଇଛି । ଫଳରେ ଗୁରୁତର ଅବସ୍ଥାରେ ପ୍ରଡ୍ୟୁସରଙ୍କ ସ୍ତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବି ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ପୋଲିସର ପଚରାଉଚରାରେ ପ୍ରଡ୍ୟୁସର ତାଙ୍କ ସ୍ପଷ୍ଟୀକରଣରେ ଯାହା କହିଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।
ପତ୍ନୀ ଆଣିଲେ ସ୍ବାମୀଙ୍କ ବିରୋଧରେ ଗୁରୁତର ଅଭିଯୋଗ
କମଲ କିଶୋର ମିଶ୍ରାଙ୍କ ପତ୍ନୀ କହିଛନ୍ତି କି, ଅକ୍ଟୋବର 19 ରେ ତାଙ୍କ ସ୍ୱାମୀଙ୍କ ଘରକୁ ଯାଇଥିଲେ । ତା’ପରେ ସେ ଦେଖିଲେ କମଲ କିଶୋର ମିଶ୍ରା କାରରେ ଅନ୍ୟ ଜଣେ ମହିଳାଙ୍କୁ ରୋମାନ୍ସ କରୁଛନ୍ତି । ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ସହ ରଙ୍ଗେ ହାତ ଧରିବା ପରେ ସେ ତାଙ୍କୁ କଥାବାର୍ତ୍ତା ପାଇଁ କାରରୁ ବାହାରକୁ ଆସିବାକୁ କହିଥିଲେ । ହେଲେ କମଲ କିଶୋର ମିଶ୍ରା ତାଙ୍କ କଥା ଶୁଣିଲେ ନଥିଲେ ଏବଂ ହଠାତ୍ ଜୋରରେ କାର ଷ୍ଟାର୍ଟ କରିବା ସହ ତାଙ୍କୁ ଧକ୍କା ଦେଇଥିଲେ । କେବଳ ଏତିକି ନୁହେଁ ତାଙ୍କ ଉପରେ କାର ଚଢାଇ ଦେଇଥିଲେ। ଫଳରେ ତାଙ୍କ ପତ୍ନୀଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ।
ନିର୍ମାତାଙ୍କ ପତ୍ନୀଙ୍କ ନାମ ୟସ୍ମିନ୍ ବୋଲି କୁହାଯାଉଛି । ଗଣମାଧ୍ୟମ ସହ ବାର୍ତ୍ତାଳାପରେ ପ୍ରଡ୍ୟୁସରଙ୍କ ପତ୍ନୀ ଦାବି କରିଛନ୍ତି ଯେ, କମଲ କିଶୋର ମିଶ୍ରା ନୂଆ ନୂଆ ଝିଅମାନଙ୍କୁ ତାଙ୍କ ପ୍ରେମର ଜାଲରେ ଫସାନ୍ତି । ସେମାନଙ୍କୁ ସପିଂ କରିବାକୁ ଦେଇଥାନ୍ତି । ତାଙ୍କର ବିଳାସପୂର୍ଣ୍ଣ ଜୀବନ ଏବଂ ଟଙ୍କାପଇସା ସମ୍ପର୍କରେ ସେମାନଙ୍କୁ କୁହନ୍ତି ଯାହା ଦ୍ବାରା ସେମାନେ ଆକର୍ଷିତ ହୋଇପାରିବେ । ପତ୍ନୀ ଦାବି କରିଛନ୍ତି ଯେ, କମଲ କିଶୋର ଅନେକ ଝିଅଙ୍କ ଜୀବନ ନଷ୍ଟ କରିଛନ୍ତି।
କମଲ କିଶୋର ମିଶ୍ରା କିଏ ?
କମଲ କିଶୋର ମିଶ୍ରା ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ମାତା । ସେ ୟୁପିର ବାସିନ୍ଦା । 2019 ରେ, ସେ ନିର୍ମାତା ଭାବରେ ନିଜର ଇନିଂସ ଆରମ୍ଭ କରିଥିଲେ । କମଲ କିଶୋର ମିଶ୍ରା ଭୁତିୟାପା, ଫ୍ଲାଟ ନମ୍ବର 420, ଶର୍ମା ଜୀ କି ଲଗ ଗଇ, ଦେହାତି ଡିସ୍କୋ, ଖଲି ବଲି ପରି ଅନେକ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ସେ ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି ।