ETV Bharat / entertainment

ହ୍ରିତିକ-ଦୀପିକାଙ୍କ ରୋମାନ୍ସ ଦେଖି ଫ୍ୟାନ୍ସ ଫିଦା, ଏମିତି କହିଲେ ନେଟିଜେନ୍ସ

author img

By ETV Bharat Odisha Team

Published : Dec 8, 2023, 3:31 PM IST

Fighter teaser X reactions: ଆଜି 'ଫାଇଟର'ର ଟିଜର ରିଲିଜ ହୋଇଛି । ଏଥିରେ ଦୀପିକା ପାଦୁକୋନ୍ ଏବଂ ହ୍ରିତିକ୍ ରୋଶନଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଯାହାକୁ ଦେଖି ଫ୍ୟାନ୍ସ ଫିଦା ହେବା ସହ କମେଣ୍ଟ ବର୍ଷା କରୁଛନ୍ତି । ଅଧିକ ପଢନ୍ତୁ,

ହ୍ରିତିକ-ଦୀପିକାଙ୍କ ରୋମାନ୍ସ ଦେଖି ଫିଦା ହେଲେ ଫ୍ୟାନ୍ସ, ଏମିତି କହିଲେ ନେଟିଜେନ୍ସ

ହାଇଦ୍ରାବାଦ: ଶାହାରୁଖ ଖାନଙ୍କ ଅଭିନୀତ 'ପଠାନ' ସଫଳତା ପରେ ଚଳଚ୍ଚିତ୍ର ନିର୍ମାତା ସିଦ୍ଧାର୍ଥ ଆନନ୍ଦ ତାଙ୍କର ପରବର୍ତ୍ତୀ ଆକ୍ସନ୍-ଥ୍ରୀଲର ଫିଲ୍ମ 'ଫାଇଟର୍' ସହ ପୁଣି ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି । ଆଜି ନିର୍ମାତା ଫିଲ୍ମର ଟିଜର ରିଲିଜ କରିଛନ୍ତି । ଏଥିରେ ଆକ୍ସନ ସହ ଦୀପିକା ପାଦୁକୋନ୍ ଏବଂ ହ୍ରିତିକ୍ ରୋଶନଙ୍କ ଜବରଦସ୍ତ କେମେଷ୍ଟ୍ରି ମଧ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହେଉଛି । ଅନେକ ଏହାକୁ ପସନ୍ଦ କରିଥିବା ବେଳେ ଅନେକ ଏହାକୁ ହଲିଉଡ ଫିଲ୍ମ 'ଟପ୍ ଗନ୍'ର 'କପି' ବୋଲି ଦାବି କରିଛନ୍ତି ।

ହ୍ରିତିକ ରୋଶନ, ଦୀପିକା ପାଦୁକୋନ ଏବଂ ଅନୀଲ କପୁର ଏହି ଫିଲ୍ମରେ ନଜର ଆସିଛନ୍ତି । ୧ ମିନିଟ ୧୩ ସେକେଣ୍ଡର ଏହି ଟିଜରରେ ସମସ୍ତ ତାରକାଙ୍କ ଲୁକ ସହ ଆକ୍ସନ ଦେଖିବାକୁ ମିଳିଛି । ଦୀପିକା ପାଦୁକୋନ୍ ଏବଂ ହ୍ରିତିକ୍ ରୋଶନଙ୍କ ରୋମାନ୍ସ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏକ୍ସରେ ଉଭୟ ତାରକାଙ୍କ ଫିଲ୍ମର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଫଟୋ ଉପରେ ପ୍ରତିକ୍ରିୟା ଦେଉଛନ୍ତି ୟୁଜର୍ସ ।

ଜଣେ ୟୁଜର ଲେଖିଛନ୍ତି, ହ୍ରିତିକ ଦୀପିକାଙ୍କ କେମେଷ୍ଟ୍ରି ବହୁତ ଭଲ । ବ୍ୟାଙ୍ଗ ଅନ୍। ଆଉ ଜଣେ ଲେଖିଛନ୍ତି, ଦୀପିକା ଏବଂ ହ୍ରିତିକଙ୍କ କେମେଷ୍ଟ୍ରି ବଡ ପରଦାରେ ଦେଖିବାକୁ ଅପେକ୍ଷା କରିପାରିବି ନାହିଁ । ଅନ୍ୟ ଜଣେ ଲେଖିଛନ୍ତି, ବଲିଉଡ ଇତିହାସର ସବୁଠାରୁ ହଟ ଯୋଡି ଆସିଛନ୍ତି । ଆଉ ଜଣେ ଲେଖିଛନ୍ତି, ଟିଜର ବହୁତ ରୋମାଞ୍ଚକର ରହିଛି । ହ୍ରିତିକ୍ ଏବଂ ଦୀପିକାଙ୍କ ଯୋଡିଙ୍କ ଶ୍ରେଷ୍ଠ କେମେଷ୍ଟ୍ରି । ଜଣେ ୟୁଜର ଲେଖିଛନ୍ତି, ଭିଏଫଏକ୍ସ ନେଇ ଡର ଥିଲା । ହେଲେ ଟିଜରରେ ଏହାକୁ ବଢାଇ ଦିଆଯାଇଛି । ବାକି ହ୍ରିତିକ ଦୀପିକା, ଅନୀଲ କପୁର ଏବଂ ସିଦ୍ଧାର୍ଥ ଆନନ୍ଦ ସମ୍ଭାଳି ନେବେ । ଆଉ ଜଣେ ଲେଖିଛନ୍ତି, ଆକ୍ସନ, ଡ୍ରାମା, ଥ୍ରୀଲର, ରୋମାନ୍ସ । ଫାଇଟରରେ ସବୁ ଅଛି । ଟ୍ରେଲରକୁ ଅପେକ୍ଷା କରିପାରିବି ନାହିଁ।

#FighterTeaser It's looking good
VFX ka darr tha But teaser se toh vfx badhiya lag rha hai Baaki #Hrithik #Deepika #AnilKapoor aur #SiddharthAnand toh sambhal hi lenge....👍 pic.twitter.com/1j8prYxzHm

— That CineBoy (@thatcineboy) December 8, 2023 ">

ତେବେ ଏହି ସମୟରେ କିଛି ୟୁଜର୍ସ ଏହି ଚଳଚ୍ଚିତ୍ରକୁ ସମାଲୋଚନା କରି ଏହାକୁ ହଲିଉଡ ଚଳଚ୍ଚିତ୍ର ଟପ୍‌ ଗନ୍‌ର 'ଫ୍ଲପ୍ କପି' ବୋଲି ଦାବି କରିଛନ୍ତି । ଜଣେ ଲେଖିଛନ୍ତି, ମୁଁ ନିଶ୍ଚିତ ଯେ 100% ଫାଇଟର୍ ଟିଜର ଟପ୍ ଗନର କପି । ଅନ୍ୟ ଜଣେ ପ୍ରଶ୍ନ କରିଛନ୍ତି, ଫାଇଟର୍ ଟିଜର ଟପ୍ ଗନ୍ ଲାଇଟ୍ ସଂସ୍କରଣ କି ? ଆଉ କେତେ ହ୍ରିତିକ ଏବଂ ଦୀପିକାଙ୍କ ରୋମାଣ୍ଟିକ ସିନ ଦେଖି ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି, ଫାଇଟର୍ ଦେଶଭକ୍ତ ଚଳଚ୍ଚିତ୍ରରେ ଏହି ନଗ୍ନତାର କୌଣସି ଆବଶ୍ୟକତା ନାହିଁ ।

  • " class="align-text-top noRightClick twitterSection" data="">

ଏହା ମଧ୍ୟ ପଢନ୍ତୁ: ରିଲିଜ ହେଲା 'ଫାଇଟର' ଟିଜର, ହ୍ରିତିକ-ଦୀପିକାଙ୍କ ଆକ୍ସନ ଦେଖି ଉଡିଯିବ ହୋସ୍

'ଫାଇଟର' ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ । 250 କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ 25 ଜାନୁୟାରୀ 2024ରେ ଗଣତନ୍ତ୍ର ଦିବସ ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି । ସୂଚନା ଥାଉ କି, ଚଳିତ ବର୍ଷ ଜାନୁୟାରୀ 25ରେ ସିଦ୍ଧାର୍ଥ ଆନନ୍ଦ ତାଙ୍କ ଚଳଚ୍ଚିତ୍ର ପଠାନ ମୁକ୍ତିଲାଭ କରିଥିଲେ ଯାହା ବକ୍ସ ଅଫିସରେ ଆଲୋଡ଼ନ ସୃଷ୍ଟି କରିଥିଲା । ତେବେ ଏହି ଫିଲ୍ମ ମଧ୍ୟ ସମାନ ତାରିଖରେ ରିଲିଜ ହେଉଥିବା ନେଇ ବକ୍ସ ଅଫିସରେ ଧମାକା କରିବ ବୋଲି ଆଶା କରାଯାଉଛି । ଏହି ଫିଲ୍ମରେ ଦୀପିକା ପାଦୁକୋନ, ହ୍ରିତିକ ରୋଶନ ଏବଂ ଅନୀଲ କପୁର ନଜର ଆସିବେ । ତେବେ ଦୀପିକାଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବେ ହ୍ରିତିକ ।

ହାଇଦ୍ରାବାଦ: ଶାହାରୁଖ ଖାନଙ୍କ ଅଭିନୀତ 'ପଠାନ' ସଫଳତା ପରେ ଚଳଚ୍ଚିତ୍ର ନିର୍ମାତା ସିଦ୍ଧାର୍ଥ ଆନନ୍ଦ ତାଙ୍କର ପରବର୍ତ୍ତୀ ଆକ୍ସନ୍-ଥ୍ରୀଲର ଫିଲ୍ମ 'ଫାଇଟର୍' ସହ ପୁଣି ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି । ଆଜି ନିର୍ମାତା ଫିଲ୍ମର ଟିଜର ରିଲିଜ କରିଛନ୍ତି । ଏଥିରେ ଆକ୍ସନ ସହ ଦୀପିକା ପାଦୁକୋନ୍ ଏବଂ ହ୍ରିତିକ୍ ରୋଶନଙ୍କ ଜବରଦସ୍ତ କେମେଷ୍ଟ୍ରି ମଧ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହେଉଛି । ଅନେକ ଏହାକୁ ପସନ୍ଦ କରିଥିବା ବେଳେ ଅନେକ ଏହାକୁ ହଲିଉଡ ଫିଲ୍ମ 'ଟପ୍ ଗନ୍'ର 'କପି' ବୋଲି ଦାବି କରିଛନ୍ତି ।

ହ୍ରିତିକ ରୋଶନ, ଦୀପିକା ପାଦୁକୋନ ଏବଂ ଅନୀଲ କପୁର ଏହି ଫିଲ୍ମରେ ନଜର ଆସିଛନ୍ତି । ୧ ମିନିଟ ୧୩ ସେକେଣ୍ଡର ଏହି ଟିଜରରେ ସମସ୍ତ ତାରକାଙ୍କ ଲୁକ ସହ ଆକ୍ସନ ଦେଖିବାକୁ ମିଳିଛି । ଦୀପିକା ପାଦୁକୋନ୍ ଏବଂ ହ୍ରିତିକ୍ ରୋଶନଙ୍କ ରୋମାନ୍ସ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏକ୍ସରେ ଉଭୟ ତାରକାଙ୍କ ଫିଲ୍ମର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଫଟୋ ଉପରେ ପ୍ରତିକ୍ରିୟା ଦେଉଛନ୍ତି ୟୁଜର୍ସ ।

ଜଣେ ୟୁଜର ଲେଖିଛନ୍ତି, ହ୍ରିତିକ ଦୀପିକାଙ୍କ କେମେଷ୍ଟ୍ରି ବହୁତ ଭଲ । ବ୍ୟାଙ୍ଗ ଅନ୍। ଆଉ ଜଣେ ଲେଖିଛନ୍ତି, ଦୀପିକା ଏବଂ ହ୍ରିତିକଙ୍କ କେମେଷ୍ଟ୍ରି ବଡ ପରଦାରେ ଦେଖିବାକୁ ଅପେକ୍ଷା କରିପାରିବି ନାହିଁ । ଅନ୍ୟ ଜଣେ ଲେଖିଛନ୍ତି, ବଲିଉଡ ଇତିହାସର ସବୁଠାରୁ ହଟ ଯୋଡି ଆସିଛନ୍ତି । ଆଉ ଜଣେ ଲେଖିଛନ୍ତି, ଟିଜର ବହୁତ ରୋମାଞ୍ଚକର ରହିଛି । ହ୍ରିତିକ୍ ଏବଂ ଦୀପିକାଙ୍କ ଯୋଡିଙ୍କ ଶ୍ରେଷ୍ଠ କେମେଷ୍ଟ୍ରି । ଜଣେ ୟୁଜର ଲେଖିଛନ୍ତି, ଭିଏଫଏକ୍ସ ନେଇ ଡର ଥିଲା । ହେଲେ ଟିଜରରେ ଏହାକୁ ବଢାଇ ଦିଆଯାଇଛି । ବାକି ହ୍ରିତିକ ଦୀପିକା, ଅନୀଲ କପୁର ଏବଂ ସିଦ୍ଧାର୍ଥ ଆନନ୍ଦ ସମ୍ଭାଳି ନେବେ । ଆଉ ଜଣେ ଲେଖିଛନ୍ତି, ଆକ୍ସନ, ଡ୍ରାମା, ଥ୍ରୀଲର, ରୋମାନ୍ସ । ଫାଇଟରରେ ସବୁ ଅଛି । ଟ୍ରେଲରକୁ ଅପେକ୍ଷା କରିପାରିବି ନାହିଁ।

ତେବେ ଏହି ସମୟରେ କିଛି ୟୁଜର୍ସ ଏହି ଚଳଚ୍ଚିତ୍ରକୁ ସମାଲୋଚନା କରି ଏହାକୁ ହଲିଉଡ ଚଳଚ୍ଚିତ୍ର ଟପ୍‌ ଗନ୍‌ର 'ଫ୍ଲପ୍ କପି' ବୋଲି ଦାବି କରିଛନ୍ତି । ଜଣେ ଲେଖିଛନ୍ତି, ମୁଁ ନିଶ୍ଚିତ ଯେ 100% ଫାଇଟର୍ ଟିଜର ଟପ୍ ଗନର କପି । ଅନ୍ୟ ଜଣେ ପ୍ରଶ୍ନ କରିଛନ୍ତି, ଫାଇଟର୍ ଟିଜର ଟପ୍ ଗନ୍ ଲାଇଟ୍ ସଂସ୍କରଣ କି ? ଆଉ କେତେ ହ୍ରିତିକ ଏବଂ ଦୀପିକାଙ୍କ ରୋମାଣ୍ଟିକ ସିନ ଦେଖି ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି, ଫାଇଟର୍ ଦେଶଭକ୍ତ ଚଳଚ୍ଚିତ୍ରରେ ଏହି ନଗ୍ନତାର କୌଣସି ଆବଶ୍ୟକତା ନାହିଁ ।

  • " class="align-text-top noRightClick twitterSection" data="">

ଏହା ମଧ୍ୟ ପଢନ୍ତୁ: ରିଲିଜ ହେଲା 'ଫାଇଟର' ଟିଜର, ହ୍ରିତିକ-ଦୀପିକାଙ୍କ ଆକ୍ସନ ଦେଖି ଉଡିଯିବ ହୋସ୍

'ଫାଇଟର' ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ । 250 କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ 25 ଜାନୁୟାରୀ 2024ରେ ଗଣତନ୍ତ୍ର ଦିବସ ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି । ସୂଚନା ଥାଉ କି, ଚଳିତ ବର୍ଷ ଜାନୁୟାରୀ 25ରେ ସିଦ୍ଧାର୍ଥ ଆନନ୍ଦ ତାଙ୍କ ଚଳଚ୍ଚିତ୍ର ପଠାନ ମୁକ୍ତିଲାଭ କରିଥିଲେ ଯାହା ବକ୍ସ ଅଫିସରେ ଆଲୋଡ଼ନ ସୃଷ୍ଟି କରିଥିଲା । ତେବେ ଏହି ଫିଲ୍ମ ମଧ୍ୟ ସମାନ ତାରିଖରେ ରିଲିଜ ହେଉଥିବା ନେଇ ବକ୍ସ ଅଫିସରେ ଧମାକା କରିବ ବୋଲି ଆଶା କରାଯାଉଛି । ଏହି ଫିଲ୍ମରେ ଦୀପିକା ପାଦୁକୋନ, ହ୍ରିତିକ ରୋଶନ ଏବଂ ଅନୀଲ କପୁର ନଜର ଆସିବେ । ତେବେ ଦୀପିକାଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବେ ହ୍ରିତିକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.