ହାଇଦ୍ରାବାଦ: ଠକ ସୁକେଶ ଚନ୍ଦ୍ରଶେଖର ସହ ଜଡିତ 200 କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ଜେରା ହୋଇଛି । ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟ) ତାଙ୍କ 8 ଘଣ୍ଟା ଧରି ପଚରାଉଚରା କରିଥିଲା । ଆଜି ନୋରା ଫତେହିଙ୍କୁ ପଚରାଉଚରା କରିବେ । ଗଣମାଧ୍ୟମ ରିପୋର୍ଟରେ ଏହା ଦାବି କରାଯାଇଛି ଯେ, କେବଳ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ କି ନୋରା ଫତେହି ନୁହଁନ୍ତି ବରଂ ସୁକେଶ ଚନ୍ଦ୍ରଶେଖରଙ୍କୁ ଭେଟିବା ପାଇଁ ଆଉ ଚାରି ଜଣ ଅଭିନେତ୍ରୀ ଜେଲରେ ପହଞ୍ଚିଥିଲେ । ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ ତାହେଲେ ନିକ୍କି ତମ୍ବୋଲି, ଚାହତ ଖାନ୍ନା, ସୋଫିଆ ସିଂହ ଏବଂ ଅରୁଶା ପାଟିଲ ଜେଲରେ ଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ଭେଟିଥିଲେ । ଜ୍ୟାକଲିନଙ୍କ ପରି ଏହି ଚାରି ଅଭିନେତ୍ରୀଙ୍କ ସହ ସୁକେଶଙ୍କ ସାକ୍ଷାତ ମଧ୍ୟ ପିଙ୍କି ଇରାନୀଙ୍କ ଦ୍ୱାରା କରାଯାଇଥିଲା ।
EDର ଚାର୍ଜସିଟ୍ରେ ହେଲା ଖୁଲାସା
ଇଡିର ଚାର୍ଜସିଟ୍ ଖୁଲାସା ହୋଇଛି କି, ସୁକେଶଙ୍କ ସହଯୋଗୀ ପିଙ୍କି ଇରାନୀ ଏହି ଚାରି ଜଣଙ୍କୁ ସୁକେଶଙ୍କ ଭିନ୍ନ ଭିନ୍ନ ନାମ କହିଥିଲେ । କେବଳ ଏତିକି ନୁହେଁ ପିଙ୍କି ଏହି ଅଭିନେତ୍ରୀଙ୍କୁ ଗୁଚି, ଏଲବି ବ୍ୟାଗ, ଭର୍ସେସ୍ ୱାଚ୍ ଭଳି ଅନେକ ମହଙ୍ଗା ଉପହାର ଏବଂ ଟଙ୍କା ମଧ୍ୟ ଦେଇଥିଲେ । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଅରୁଶା ପାଟିଲ ସୁକେଶ ଚନ୍ଦ୍ରଶେଖରଙ୍କୁ ଭେଟିବା କଥା ସ୍ବୀକାର କରିଛନ୍ତି । ହେଲେ ତିହାର ଜେଲରେ ସୁକେଶଙ୍କୁ ଭେଟିବା କଥାକୁ ସେ ଅସ୍ବୀକାର କରିଛନ୍ତି ।
ନିଜକୁ ଚଳଚ୍ଚିତ୍ର ନିର୍ମାତା କହି ଭେଟିଥିଲେ
ଏଥି ସହିତ 'ବିଗ୍ ବସ୍' ଫେମ୍ ନିକ୍କି ତମ୍ବୋଲି ତାଙ୍କ ବୟାନରେ ଖୁଲାସା କରିଛନ୍ତି ଯେ, ପିଙ୍କି ଇରାନୀ ତାଙ୍କୁ ସୁକେଶ ଚନ୍ଦ୍ରଶେଖରଙ୍କ ନାମକୁ 'ଶେଖର' ବୋଲି କହିଥିଲେ । ନିକିତା ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ, ପିଙ୍କି ଇରାନୀ ସୁକେଶଙ୍କୁ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଏବଂ ବନ୍ଧୁ ଭାବରେ ପରିଚିତ କରାଇଥିଲେ ।
ଏହା ବି ପଢନ୍ତୁ: 200 Crore Extortion Case: ଜ୍ୟାକଲିନଙ୍କୁ ୮ ଘଣ୍ଟା ଜେରା
ନିକ୍କିଙ୍କୁ ଦୁଇଥର ଭେଟିଥିଲେ
ଇଡି ଏହାର ଚାର୍ଜସିଟରେ ପ୍ରକାଶ କରିଛି ଯେ, ନିକ୍କି ତମ୍ବୋଲି ତିହାର ଜେଲରେ ଦୁଇଥର ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କୁ ଭେଟିଛନ୍ତି । ପ୍ରଥମ ସାକ୍ଷାତ ଏପ୍ରିଲ୍ 2018ରେ ହୋଇଥିଲା । ଏହି ସାକ୍ଷାତ କରାଇବା ପାଇଁ ସୁକେଶ ଚନ୍ଦ୍ରଶେଖର ପିଙ୍କି ଇରାନୀଙ୍କୁ 10 ଲକ୍ଷ ଟଙ୍କା ଦେଇଥିଲେ । ସେଥିମଧ୍ୟରୁ ପିଙ୍କି ଇରାନୀ ନିକ୍କି ତମ୍ବୋଲିଙ୍କୁ 1.5 ଲକ୍ଷ ଟଙ୍କା ନଗଦ ଟଙ୍କା ଦେଇଛନ୍ତି । ଦୁଇରୁ ତିନି ସପ୍ତାହ ପରେ ନିକ୍କି ଏବଂ ସୁକେଶ ପୁଣିଥରେ ଭେଟ ହୋଇଥିଲେ । ଏହି ସାକ୍ଷାତ ବେଳେ ନିକ୍କିଙ୍କୁ 2 ଲକ୍ଷ ଟଙ୍କା ନଗଦ ଟଙ୍କା ଏବଂ ଗୁଚି ବ୍ୟାଗ ଦିଆଯାଇଥିଲା ।