ETV Bharat / entertainment

Fathers Day 2023: ଏମିତି 'ଫାଦର ଡେ' ପାଳନ କଲେ ଫିଲ୍ମ ସେଲିବ୍ରିଟି

author img

By

Published : Jun 18, 2023, 7:49 PM IST

ଆଜି ପିତୃ ଦିବସ । ଏହି ଅବସରରେ ସାରା ବିଶ୍ୱରେ ପିତୃ ଦିବସ ପାଳନ କରାଯାଉଛି । ଏଥିସହ ଫିଲ୍ମ ଇଣ୍ଡଷ୍ଟ୍ରିର ସେଲିବ୍ରିଟିମାନେ ଏହି ଦିବସ ପାଳନ କରିଛନ୍ତି । ସୋସିଆଲ ମିଡିଆରେ ପିତାଙ୍କ ସହ ଫଟୋ ସେୟାର କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢ଼ନ୍ତୁ

ବଲିଉଡରୁ ସାଉଥ ସେଲିବ୍ରିଟି ପାଳନ କଲେ ପିତୃ ଦିବସ

ମୁମ୍ବାଇ: ଆଜି ବିଶ୍ୱ ପିତୃ ଦିବସ । ଏହି ଅବସରରେ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଏହି ବିଶେଷ ଦିବସ ପାଳନ କରିଛନ୍ତି । କେତେକ ସେଲିବ୍ରିଟି ଦମ୍ପତି ଆଜିର ଦିନରେ ପିତାଙ୍କ ସହ ଅତୀତର ସ୍ମୃତି ମନେ ପକାଇ ଫଟୋ ସେୟାର କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅନେକ ଦମ୍ପତି ପ୍ରଥମ ଥର ପାଇଁ ପିତାମାତା ହୋଇଛନ୍ତି । ସେମାନେ ସେମାନଙ୍କର କିଛି ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି ।

ନିକଟରେ ବଲିଉଡ ଅଭିନେତ୍ରୀ ବିପାଶା ବସୁ ଏବଂ ତାଙ୍କ ସ୍ୱାମୀ କରନ ସିଂ ଗ୍ରୋଭର ପିତାମାତା ହୋଇଛନ୍ତି । ଆଜି ପିତୃ ଦିବସ ଅବସରରେ ବିପାଶା, କରଣ ତାଙ୍କ ଝିଅର ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ କରଣ ତାଙ୍କ ଝିଅର ଯତ୍ନ ନେଉଥିବା ଦେଖିବାକୁ ମିଳିଛି । ସେ ଏହି ଭିଡିଓ ସେୟାର କରି କ୍ୟାପ୍‌ସନରେ ଲେଖିଛନ୍ତି, "ଆମ ଝିଅ ଏହି ଦୁନିଆକୁ ଆସିବା ଦିନଠାରୁ ମୁଁ କରଣଙ୍କୁ ଭଲ ପିତା ଭାବରେ ଦେଖୁଛି । ଦେବୀ ଏତେ ଭଲ ପିତା ପାଇ ବହୁତ ଭାଗ୍ୟବାନ ।"

ବଲିଉଡ ଅଭିନେତ୍ରୀ ଜେନେଲିଆ ମଧ୍ୟ ରିତେଶ ଏବଂ ତାଙ୍କ ପିଲାମାନଙ୍କର ଏକ ଭିଡିଓ ସେୟାର କରିଛନ୍ତି । ଯାହା ସହିତ ସେ ଏକ ସ୍ପେଶାଲ ନୋଟ ଲେଖିଛନ୍ତି । ଏହା ସହିତ ଅଲୁ ଅର୍ଜୁନ ତାଙ୍କ ପିତାଙ୍କ ସହ ଏକ ବ୍ଲାକ ଆଣ୍ଡ ହ୍ବାଇଟ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ ଲେଖିଥିଲେ, ଦୁନିଆର ଶ୍ରେଷ୍ଠ ପିତାଙ୍କୁ ବିଶେଷ ଶୁଭେଚ୍ଛା । ସେପଟେ ଅଭିନେତା ତଥା ପ୍ରଡ୍ୟୁସର ଅରବାଜ ଖାନ ମଧ୍ୟ ତାଙ୍କ ପିତା ସଲିମ ଖାନଙ୍କ କିଛି ପୁରୁଣା ଦିନର ସ୍ମୃତିକୁ ମନେ ପକାଇ ତାଙ୍କ ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଛନ୍ତି ।

ସେହିପରି ରଣବୀର କପୁର ଏବଂ ଆଲିଆ ଭଟ୍ଟ ଝିଅ ରାହାଙ୍କ ସହ ପ୍ରଥମ ପିତୃ ଦିବସ ପାଳନ କରିଛନ୍ତି । ସେପଟେ ବଲିଉଡ ଅଭିନେତା ସାହିଦ କପୁର ଏବଂ ତାଙ୍କ ପତ୍ନୀ ମୀରା ରାଜପୁତ ମଧ୍ୟ ଦୁଇ ସନ୍ତାନଙ୍କ ସହ ଫଟୋ ସେୟାର କରିଛନ୍ତି । ସୈଫ୍‌ ଅଲି ଖାନ ମଧ୍ୟ ନିଜ 4 ପିଲାମାନଙ୍କ ସହ ଅଧିକ ସମୟ ଅତିବାହିତ କରିଥାଆନ୍ତି । ସୈଫ ଅଲି ଖାନ ଏବଂ ଅମୃତା ସିଂଙ୍କ 2 ସନ୍ତାନ ସାରା ଅଲି ଖାନ ଏବଂ ଇବ୍ରାହିମ ଅଲି ଖାନ ଏବଂ ତୈମୁର ଏବଂ ଜେହ ଅଲି ଖାନ ତାଙ୍କର ଦ୍ୱିତୀୟ ପତ୍ନୀ କରୀନା କପୁର ଖାନଙ୍କ 2 ସନ୍ତାନ । 4 ପିଲାଙ୍କ ସହ ସୈଫ ଅଧିକାଂଶ ସମୟ ବିତାଇଥାନ୍ତି । ଆଜିର ଦିନକୁ ବେଶ ସୁନ୍ଦର ଭାବେ ସେଲିବ୍ରେଟ କରିଛନ୍ତି ଏହି ସମସ୍ତ ବଲିଉଡ ଦମ୍ପତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.