ETV Bharat / entertainment

Don 3ରେ ନଜର ଆସିବେନି ଶାହାରୁଖ ଖାନ! ଅଭିନେତାଙ୍କ ରିପ୍ଲେସ ଉପରେ ମୁହଁ ଖୋଲିଲେ ଫରହାନ ଅଖତର

author img

By

Published : Aug 9, 2023, 9:30 AM IST

ମଙ୍ଗଳବାର ସକାଳେ ଫରହାନ ଅଖତର ତାଙ୍କ ଆଗାମୀ ଫିଲ୍ମ ଡନ 3ର ଘୋଷଣା କରିଥିଲେ । ଏହି ଫିଲ୍ମରେ ଶାହାରୁଖ ନଜର ଆସିବେନି ବୋଲି ଚର୍ଚ୍ଚା ଜୋର ଧରିଥିଲା । ଯାହା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହାରି ମଧ୍ୟରେ ଫରହାନ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ

Don 3ରେ ନଜର ଆସିବେନି ଶାହାରୁଖ ଖାନ! ଅଭିନେତାଙ୍କ ରିପ୍ଲେସ ଉପରେ ମୁହଁ ଖୋଲିଲେ ଫରହାନ ଅଖତର
Don 3ରେ ନଜର ଆସିବେନି ଶାହାରୁଖ ଖାନ! ଅଭିନେତାଙ୍କ ରିପ୍ଲେସ ଉପରେ ମୁହଁ ଖୋଲିଲେ ଫରହାନ ଅଖତର

ହାଇଦ୍ରାବାଦ: ଫରହାନ ଅଖତରଙ୍କ ଫିଲ୍ମ 'ଡନ 3' ବର୍ତ୍ତମାନ ଶିରୋନାମାରେ ରହିଛି । ଫିଲ୍ମର ଘୋଷଣା ପର ଠାରୁ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ମଧ୍ୟରେ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି । ଫିଲ୍ମରେ ଶାହାରୁଖ ଖାନଙ୍କ ପରିବର୍ତ୍ତେ ରଣଭୀର ସିଂ ନଜର ଆସିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଯାହାକୁ ନେଇ ଶାହାରୁଖଙ୍କ ଫ୍ୟାନ୍ସ ରାଗିଯାଇଥିଲେ । ଫ୍ୟାନ୍ସ ଏନେଇ ଅନେକ ମନ୍ତବ୍ୟ ଦେଇଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ଫରହାନ ଶାହାରୁଖଙ୍କ ରିପ୍ଲେସ ଉପରେ ମୁହଁ ଖୋଲିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ।

ଫରହାନ ନିଜ ଇନଷ୍ଟାଗ୍ରାମ ଏବଂ ଟ୍ବିଟରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ଲେଖାଅଛି, 1978ରେ ସଲିମ ଜାଭେଦ ଡନ ନାମକ ଏକ ଭୂମିକା ପ୍ରସ୍ତୁତ କରିଥିଲେ । ଏହି ଭୂମିକାରେ ବିଗ ବି ଅମିତାଭ ବଚ୍ଚନ ଭଲ ଭାବେ ଅଭିନୟ କରିଥିଲେ । ଏହି ଫିଲ୍ମ ବେଶ ଲୋକପ୍ରିୟତା ହାସଲ କରିବା ସହ ହିଟ୍ ହୋଇଥିଲା । ପରେ 2006 ରେ ରିଲିଜ ହୋଇଥିବା ଡନ 2ରେ ବଲିଉଡ କିଙ୍ଗ ଖାନ ଶାହାରୁଖ ଖାନ ନିଜ ଷ୍ଟାଇଲିସ ଅନ୍ଦାଜରେ ଡନ ଭୂମିକାରେ ନଜର ଆସିଥିଲେ । ଡନର ଭଲ ଠାରୁ ଆରମ୍ଭ କରି ଖରାପ ଗୁଣ ଯାଏଁ ଶାହାରୁଖ ଏହି ଭୂମିକାରେ ନିଜ ଅନ୍ଦାଜରେ ବେଶ ଲୋକପ୍ରିୟତା ସାଉଁଟିଥିଲେ । ଭଲ ଲେଖକ ଏବଂ ନିର୍ଦ୍ଦେଶକ ଭାବେ ମୁଁ ଏହାକୁ ଗୋଟିଏ ଥର ନୁହଁ 2 ଥର ପ୍ରସ୍ତୁତ କରିଥିଲି । ଶାହାରୁଖଙ୍କ ସହ ମୋର 2ଟି ଫିଲ୍ମ ମୋ ପାଇଁ ସ୍ବତନ୍ତ୍ର ରହିଛି ।

ଫରହାନ ଆହୁରି ଲେଖିଛନ୍ତି, ଏବେ ଡନର ଧାରାକୁ ଆଗକୁ ନେବାର ସମୟ ଆସିଯାଇଛି । ଆସନ୍ତୁ ଆମର ଏହି ନୂଆ କାହାଣୀ ସହ ଯୋଡି ହୁଅନ୍ତୁ । ଏକ ନୂଆ ଭୂମିକା ଯାହାଙ୍କ ଅଭିଜ୍ଞତା ଏବଂ କାମର ମୁଁ ସବୁବେଳେ ପ୍ରଶଂସା କରିଆସୁଛି । ଆପଣମାନେ ଅମିତାଭ ଏବଂ ଶାହାରୁଖ ପ୍ରତି ଯେଉଁ ଭଲପାଇବା ଦେଖାଇଥିଲେ ଠିକ ସେମିତି ତାଙ୍କୁ ମଧ୍ୟ ଭଲପାଇବା ଦେବେ ବୋଲି ମୋର ଆଶା ଅଛି । 2025ରେ ଡନର ନୂଆ ଯୁଗ ଆରମ୍ଭ ହେବ । ଏହାର ଅର୍ଥ 2025ରେ ଦର୍ଶକଙ୍କ ପାଇଁ ଡନ 3 ରିଲିଜ ହେବ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ଶାହାରୁଖ ନୁହଁ ରଣଭୀର ସିଂ ହେବେ ଡନ! ଏହି ଦିନ ରିଲିଜ ହେବ ଫିଲ୍ମ ଟିଜର

ସୂଚନା ଥାଉ କି, ଡନ 3ର ଘୋଷଣା ପରେ ଶାହାରୁଖ ନ ନଜର ଆସିବା ନେଇ ଫ୍ୟାନ୍ସ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଫ୍ୟାନ୍ସ କହିଥିଲେ ଯେ, ଶାହାରୁଖଙ୍କ ବିନା ଡନ 3 କିଛି ନୁହ । ଏଭଳି ଟ୍ରୋଲ ପରେ ବର୍ତ୍ତମାନ ଫରହାନ ଶାହାରୁଖଙ୍କ ରିପ୍ଲେସ କରିବା କଥା ସ୍ବୀକାର କରିବା ସହ ସେ କାହିଁକି ଏଭଳି କରିଛନ୍ତି ସେନେଇ ପ୍ରତିକ୍ରିୟା ଦେଇଛନ୍ତି । ହେଲେ ଶାହାରୁଖଙ୍କ ବଦଳରେ ରଣଭୀର ସିଂ ନଜର ଆସିବା ଚର୍ଚ୍ଚା ଉପରେ କୌଣସି ସୂଚନା ଦେଇନାହାନ୍ତି ଫରହାନ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.