ETV Bharat / entertainment

ଥିଏଟରରେ ଧୁମ୍ ମଚାଉଛି 'ହନୁମାନ', ଫ୍ୟାନ୍ସ ଲଗାଇଲେ 'ଜୟ ଶ୍ରୀରାମ' ନାରା

Jai Shree Ram For Hanuman: ତେଜା ସଜ୍ଜାଙ୍କ ଅଭିନୀତ ଚଳଚ୍ଚିତ୍ର 'ହନୁମାନ' ବକ୍ସ ଅଫିସରେ ଧମାଲ କରୁଛି। ଫିଲ୍ମ ଦେଖିବାକୁ ପ୍ରେକ୍ଷାଳୟରେ ଜମୁଛି ଦର୍ଶକଙ୍କ ଭିଡ଼। ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଫ୍ୟାନ୍ସ 'ଜୟ ଶ୍ରୀରାମ'ର ସ୍ଲୋଗାନ ଦେଉଥିବା ନଜର ଆସିଛନ୍ତି । ଅଧିକ ପଢନ୍ତୁ,

author img

By ETV Bharat Odisha Team

Published : Jan 13, 2024, 12:11 PM IST

Jai Shree Ram For Hanuman
Jai Shree Ram For Hanuman

ହାଇଦ୍ରାବାଦ: ରିଲିଜ ହୋଇଯାଇଛି ପ୍ରଶାନ୍ତ ବର୍ମାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ହନୁମାନ' । ଏହି ଚଳଚ୍ଚିତ୍ରରେ ଅଭିନେତା ତେଜା ସଜ୍ଜା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ପ୍ରେକ୍ଷାଳୟରେ ଫିଲ୍ମଟି ମୁକ୍ତି ଲାଭ କରିଥିବା ବେଳେ ଚାରିଆଡ଼େ ଏହାର ଧୁମ୍ ଦେଖିବାକୁ ମିଳିଛି । ଫିଲ୍ମ ଦେଖିବାକୁ ଫ୍ୟାନ୍ସଙ୍କ ଭିଡ଼ ଜମୁଛି। ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଫ୍ୟାନ୍ସ ଜୟ ଶ୍ରୀ ରାମ, ଜୟ ଶ୍ରୀ ରାମ ନାରା ଲଗାଇ ନାଚୁଥିବାର ଦେଖିବାକୁ ମିଳିଛି ।

ସାଉଥ ସୁପରଷ୍ଟାର ମହେଶ ବାବୁଙ୍କ ଅଭିନୀତ 'ଗୁଣ୍ଟୁର କାରମ'ସହ ମୁକ୍ତିଲାଭ ହୋଇଥିବା ଫିଲ୍ମ 'ହନୁମାନ' ରେ ଅଭିନେତା ତେଜା ସଜ୍ଜାଙ୍କୁ ହନୁମାନଙ୍କ ଭୂମିକାରେ ଦେଖିବାକୁ ମିଳିଛି । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଫିଲ୍ମ ହନୁମାନ ରିଲିଜ ହୋଇଥିବାରୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି। ଯାହା ବକ୍ସ ଅଫିସ ସହିତ ପ୍ରେକ୍ଷାଳୟରେ ସ୍ପଷ୍ଟ ନଜର ଆସିଛି । 'ହନୁମାନ' ନିର୍ଦ୍ଦେଶକ ପ୍ରଶାନ୍ତ ବର୍ମା ମେକର୍ସଙ୍କ ସହିତ ମିଶି ଦର୍ଶକଙ୍କ ପାଇଁ ଭାରତୀୟ ଶାସ୍ତ୍ର ଏବଂ ପୌରାଣିକ କଥା ମାଧ୍ୟମରେ ସିନେମାଟିକ୍ ଅଭିଜ୍ଞତାକୁ ପରିବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ - ଆସିଲା ତେଲୁଗୁ ଫିଲ୍ମ 'ହନୁମାନ' ଟ୍ରେଲର, ଇଣ୍ଡିଆନ ସୁପରହିରୋ ଅବତାରରେ ତେଜା ସଜ୍ଜା

ଏହା ମଧ୍ୟ ପଢନ୍ତୁ - ଗ୍ଲୋବାଲ ହେବା ପାଇଁ ଲୋକାଲ ହେବା ଆବଶ୍ୟକ: ପ୍ରଶାନ୍ତ ବର୍ମା

ପ୍ରକାଶ ଥାଉକି, ଆରକେଡି ଷ୍ଟୁଡିଓ ଦ୍ୱାରା ପ୍ରସ୍ତୁତ ଏବଂ ପ୍ରାଇମ ସୋ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ଫିଲ୍ମ 'ହନୁମାନ' ରେ ଜଣେ ସାଧାରଣ ବ୍ୟକ୍ତିଙ୍କ ଦ୍ବାରା ମହାଶକ୍ତି ପ୍ରାପ୍ତ କରିବାର ଅସାଧାରଣ ଯାତ୍ରାକୁ ପ୍ରକାଶ କରାଯାଇଛି। ଫିଲ୍ମରେ ଭଲ ଏବଂ ମନ୍ଦ ମଧ୍ୟରେ ଯୁଦ୍ଧକୁ ଚମତ୍କାର ଭାବେ ଦର୍ଶାଯାଇଛି । ତେବେ ତେଜା ସଜ୍ଜାଙ୍କ ବ୍ୟତୀତ ବିନୟ ରୟ, ଅମୃତା ଆୟର୍, ବରଲକ୍ଷ୍ମୀ ସରଥ କୁମାର, ରାଜ ଦୀପକ ଶେଟ୍ଟୀ, ଭେନେଲା କିଶୋର ଏବଂ ଅନ୍ୟାନ୍ୟ କଳାକାର ତେଲୁଗୁ ସୁପରହିଟ୍ ଫିଲ୍ମ ହନୁମାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ବର୍ମା । ଏହି ଚଳଚ୍ଚିତ୍ରଟି ଏହାର ପ୍ରଥମ କିସ୍ତି ଭାବରେ ଏକ ନୂତନ ସିନେମାଟିକ୍ ବ୍ରହ୍ମାଣ୍ଡରେ ପରିଣତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.