ETV Bharat / entertainment

ସମ୍ପତ୍ତି ଲୋଭରେ ଭେଟେରାନ ଅଭିନେତ୍ରୀ ବୀଣା କପୁରଙ୍କୁ ହତ୍ୟା, ଅଭିଯୁକ୍ତ ପୁଅ ଗିରଫ

author img

By

Published : Dec 10, 2022, 10:33 AM IST

ଟିଭି ଏବଂ ଚଳଚ୍ଚିତ୍ରରେ ଅଭିନୟ କରିଥିବା 70 ବର୍ଷୀୟା ଭେଟେରାନ ଅଭିନେତ୍ରୀ ବୀଣା କପୁର (Veena Kapoor)ଙ୍କୁ ହତ୍ୟା କରାଯାଇଛି । ଅଭିନେତ୍ରୀଙ୍କୁ ନିଜ ପୁଅ ହିଁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଭେଟେରାନ ଅଭିନେତ୍ରୀ ବୀଣା କପୁରଙ୍କୁ ହତ୍ୟା ! ଅଭିଯୁକ୍ତ ପୁଅକୁ ଗିରଫ କଲା ପୋଲିସ

ମୁମ୍ବାଇ: ଟେଲି ଜଗତରେ ଚାଞ୍ଚଲ୍ୟ । ଟିଭି ଏବଂ ଚଳଚ୍ଚିତ୍ରରେ ଅଭିନୟ କରିଥିବା 70 ବର୍ଷୀୟା ଭେଟେରାନ ଅଭିନେତ୍ରୀ ବୀଣା କପୁର (Veena Kapoor)ଙ୍କୁ ହତ୍ୟା । ପୁଅ ହିଁ ହତ୍ୟା କରିଥିବା ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଉଲ୍ଲେଖନୀୟ ଯେ, ଗତ ଏକ ଦିନ ଧରି ଜୁହୁରେ ଜଣେ ମହିଳାଙ୍କ ହତ୍ୟା ପରେ ଏକ ମୃତଦେହ ମିଳିବା ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିିଥିଲା, କିନ୍ତୁ ବର୍ତ୍ତମାନ ସୂଚନା ମିଳିଛି ଯେ ସେ ହେଉଛନ୍ତି ଅଭିନେତ୍ରୀ ବୀଣା କପୁର ।

ଲୋକପ୍ରିୟ ଫଟୋଗ୍ରାଫର ଭାଇରାଲ ଭାୟାନି ପାପାରାଜି ପେଜ୍‌ରୁ ଜଣେ ମହିଳାଙ୍କ ଫଟୋ ସହିତ ସୂଚନା ଦିଆଯାଇଛି ଯେ, ସମ୍ପତ୍ତି ପାଇଁ ଜଣେ ମହିଳାଙ୍କୁ ତାଙ୍କ ପୁଅ ଦ୍ବାରା ହତ୍ୟା କରାଯିବା ପରେ ମୃତଦେହକୁ ନଦୀରେ ଫିଙ୍ଗି ଦିଆଯାଇଥିଲା । ସମାନ ପୋଷ୍ଟକୁ ଅଭିନେତ୍ରୀ ନୀଲୁ କୋହଲି (Nilu Kohli) ପୁନଃପୋଷ୍ଟ କରିଛନ୍ତି ଏବଂ ଭେଟେରାନ ଅଭିନେତ୍ରୀଙ୍କ ପାଇଁ ଏକ ଲମ୍ବା ନୋଟ୍ ମଧ୍ୟ ସେୟାର କରିଛନ୍ତି । ଏହି ପୋଷ୍ଟରେ ଅନ୍ୟ ଅନେକ ସେଲିବ୍ରିଟି ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

ଅଭିନେତ୍ରୀ ନୀଲୁ କୋହଲି ପୋଷ୍ଟ କରି ନିଜର ଦୁଃଖ ପ୍ରକାଶ କରିଛନ୍ତି । ଏହି ପୋଷ୍ଟକୁ ସେୟାର କରି ନୀଲୁ କୋହଲି ଲେଖିଛନ୍ତି- "ମୋର ହୃଦୟ ଭାଙ୍ଗି ଯାଇଛି, ତୁମ ପାଇଁ ଏହା ଲେଖୁଛି, ମୁଁ କ’ଣ କହିବି, ଆଜି ମୁଁ ନିରବ, ଏତେ ବର୍ଷର ସଂଘର୍ଷ ପରେ, ମୁଁ ଆଶା କରେ ତୁମକୁ ଶେଷରେ ଶାନ୍ତି ମିଳୁ ।" ନୀଲୁ ଆହୁରି କହିଛନ୍ତି ଯେ, ସେ ପ୍ରାୟ 5 ବର୍ଷ ଧରି ଟିଭି ଶୋ 'ମେରୀ ଭାବୀ'ରେ ବୀଣା ଜୀଙ୍କ ସହ କାମ କରିଥିଲେ । ଏହି ସିରିଏଲ ପରେ ମଧ୍ୟ ଦୁହେଁ ଅନ୍ୟ ଏକ ସିରିଏଲରେ ଏକାଠି କାମ କରିଥିଲେ । କୋରୋନା ପରେ ତାଙ୍କର ବୀଣା ଜୀଙ୍କ ସହ ଏତେଟା ସମ୍ପର୍କ ନଥିଲା, କାରଣ ସେ ତାଙ୍କ ପ୍ରୋଜେକ୍ଟରେ ବ୍ୟସ୍ତ ଥିଲେ, ବର୍ତ୍ତମାନ ତାଙ୍କୁ ଏକଥା ବିଶ୍ୱାସ ହେଉ ନାହିଁ କି ବାଣୀ କପୁର ଆଉ ଏହି ଦୁନିଆରେ ନାହାଁନ୍ତି ।

ଅଭିନେତ୍ରୀଙ୍କ ଦୁଇଟି ପୁଅ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଆମେରିକାର ସଫ୍ଟୱେୟାର ଇଞ୍ଜିନିୟର ହୋଇଥିବାବେଳେ ଅନ୍ୟ ପୁଅର ନାମ ସଚିନ୍ । ଖବର ଅନୁଯାୟୀ ପୁଅ ସଚିନ ଅଭିନେତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ଏବଂ ପୋଲିସ ମଧ୍ୟ ଏହି ମାମଲାରେ ଚାକରକୁ ମଧ୍ୟ ଗିରଫ କରିଛି । ମୁମ୍ବାଇ ପୋଲିସର କହିବା ସୂଚନାନୁସାରେ, ଅଭିଯୁକ୍ତ ପୁଅ ମୁମ୍ବାଇର ପୋଶ ଜୁହୁ ଅଞ୍ଚଳରେ 12 କୋଟି ଟଙ୍କା ମୂଲ୍ୟର ଫ୍ଲାଟ ହାତେଇବା ପାଇଁ ତାଙ୍କ ମା’ଙ୍କୁ ହତ୍ୟା କରିଛି । ଏକ ବ୍ୟାଟ୍ ଦ୍ୱାରା ମାରିବା ପରେ ତାଙ୍କୁ ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ପୁଅ ତାଙ୍କ ବୀଣାଙ୍କ ମୃତଦେହକୁ ଏକ ରେଫ୍ରିଜରେଟର କାର୍ଟନରେ ପ୍ୟାକ୍ କରିଥିଲା, ଯାହାଫଳରେ କାହାରି ସନ୍ଦେହ ହେବ ନାହିଁ । ଏତେ ବଡ ବାକ୍ସକୁ ଏକୁଟିଆ ରଖିବା ପାଇଁ ଅଭିଯୁକ୍ତ ପୁଅ ଘରର ଚାକରର ସାହାଯ୍ୟ ନେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.