ETV Bharat / entertainment

ଲାଇଗର୍ ପାଇଁ କେଉଁଠୁ ଆସିଲା ଟଙ୍କା ? ବ୍ଲାକ ମନିକୁ ନେଇ ଚାର୍ମି କୌର-ପୁରୀ ଜଗନ୍ନାଥଙ୍କୁ ଇଡିର ପଚରାଉଚରା - ଚାର୍ମି କୌର ପୁରୀ ଜଗନ୍ନାଥଙ୍କୁ ଇଡିର ପଚରାଉଚରା

ଲାଇଗର୍ ପାଇଁ କେଉଁଠୁ ଆସିଲା ଟଙ୍କା ? ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate)ର ଅଧିକାରୀମାନେ ଜଣାଶୁଣା ନିର୍ଦ୍ଦେଶକ ପୁରୀ ଜଗନ୍ନାଥ ଏବଂ ନିର୍ମାତା ଚାର୍ମି କୌରଙ୍କୁ 12 ଘଣ୍ଟା ଧରି ପଚରାଉଚରା କରିଛନ୍ତି । ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ଲାଇଗର ସହିତ ଜଡିତ ପୁଞ୍ଜି ବିନିଯୋଗ ସଂପର୍କରେ ଇଡି ଉଭୟଙ୍କୁ ଡକାଇଥିଲା । ଅଧିକ ପଢନ୍ତୁ

ବ୍ଲାକ ମନିକୁ ନେଇ ଚାର୍ମି କୌର-ପୁରୀ ଜଗନ୍ନାଥଙ୍କୁ ଇଡିର ପଚରାଉଚରା

author img

By

Published : Nov 18, 2022, 6:51 PM IST

ହାଇଦ୍ରାବାଦ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate)ର ଅଧିକାରୀମାନେ ଜଣାଶୁଣା ନିର୍ଦ୍ଦେଶକ ପୁରୀ ଜଗନ୍ନାଥ ଏବଂ ନିର୍ମାତା ଚାର୍ମି କୌରଙ୍କୁ ପଚରାଉଚରା କରିଛନ୍ତି । ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ 'ଲାଇଗର୍' (Liger)ସହିତ ଜଡିତ ପୁଞ୍ଜି ବିନିଯୋଗ ସଂପର୍କରେ ଇଡି ଉଭୟଙ୍କୁ ଡକାଇଥିଲା । ଏକ ରିପୋର୍ଟ ଅନୁଯାୟୀ, ଇଡି ବୈଦେଶିକ ବିନିମୟ ପରିଚାଳନା ଆଇନ (Foreign Exchange Management Act) ଅର୍ଥାତ୍ FEMA ଅନୁଯାୟୀ ନୋଟିସ୍ ଦେଇଥିଲା ଏବଂ ଉଭୟଙ୍କୁ 12 ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରିଥିଲା ।

ବିଜୟ ଦେବରାକୋଣ୍ଡା ଏବଂ ଅନନ୍ୟା ପାଣ୍ଡେ ଅଭିନୀତ 'ଲାଇଗର' ଏକ ବଡ ବଜେଟ୍ ଚଳଚ୍ଚିତ୍ର, ଯାହା ଆମେରିକାର ଲାସ୍ ଭେଗାସ୍‌ରେ ସୁଟିଂ କରାଯାଇଥିଲା । ତେବେ ଲାଇଗର ଟିମ୍‌ ଉପରେ ଯାଞ୍ଚ ସେତେବେଳେ ହୋଇଥିଲା, ଯେବେ ଜଣେ ରାଜନେତା, କଂଗ୍ରେସ ନେତା ବକ୍କା ଜଡସନ ଅଗଷ୍ଟରେ ଇଡିରେ ଅଭିଯୋଗ କରିଥିଲେ । ସେତେବେଳେ ଲାଇଗର ଟିମ୍‌ ଉପରେ ଏହି ତଦନ୍ତ ଆରମ୍ଭ ହୋଇଥିଲା, ଯେଉଁଥିରେ କୁହାଯାଇଥିଲା ଅନେକ ରାଜନେତା ଲାଇଗର ପାଇଁ ଟଙ୍କା ବିନିଯୋଗ କରିଥିଲେ । ସେ ଆହୁରି ମଧ୍ୟ ସୂଚାଇ ଦେଇଛନ୍ତି ଯେ, ଟଙ୍କା ଚଳାଇବା ଏବଂ କଳା ଟଙ୍କାକୁ ଧଳା ରଙ୍ଗରେ ପରିଣତ କରିବା ପାଇଁ ଅନେକ ଲୋକ ଏହି ଫିଲ୍ମରେ ବିନିଯୋଗ କରିଥିଲେ।

15 ଦିନ ପୂର୍ବରୁ ପଠାଯାଇଥିଲା ନୋଟିସ୍

ପ୍ରାୟ 15 ଦିନ ପୂର୍ବେ ଜଗନ୍ନାଥ ଏବଂ ଚାର୍ମିଙ୍କୁ ଇଡି ନୋଟିସ ଜାରି କରି ଗୁରୁବାର ଦିନ ହାଜର ହେବାକୁ କହିଥିଲେ । ଖବର ଅନୁଯାୟୀ, ଇଡି ଅଧିକାରୀମାନେ ଟଙ୍କା ଉପରେ ଉଭୟଙ୍କୁ ପଚରାଉଚରା କରିଥିଲେ । ଅଧିକାରୀମାନେ ଏହା ମଧ୍ୟ ସନ୍ଦେହ କରିଛନ୍ତି ଯେ, ଅନେକ ରାଜନେତା ଏବଂ କମ୍ପାନୀ ଲାଇଗର୍ ତିଆରି କରିବା ପାଇଁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିଲେ ।

ଏହା ବି ପଢନ୍ତୁ: Organ Donation By Celebs: ଏହି ସେଲିବ୍ରିଟି ଦେଇଛନ୍ତି ନିଜର ଅଙ୍ଗଦାନ କରିବାକୁ ପ୍ରତିଶୃତି

ଉଲ୍ଲେଖନୀୟ ଯେ, ପୁରୀ ଜଗନ୍ନାଥ ଏବଂ ଚାର୍ମି କୌରଙ୍କୁ ଇଡି ଦ୍ୱାରା ପଚରାଉଚରା କରିବା ଏହା ଦ୍ୱିତୀୟ ଥର । ଏହାପୂର୍ବରୁ 2021 ମସିହାରେ ଟଲିଉଡ ଡ୍ରଗ୍ ମାମଲା ଏବଂ ଟଙ୍କା ହେରଫେର ଅଭିଯୋଗରେ ଉଭୟଙ୍କୁ ପଚରାଉଚରା କରାଯାଇଥିଲା । ଏହି ଡ୍ରଗ୍ ମାମଲାରେ ଟଲିଉଡର ଅଭିନେତା ରବି ତେଜା, ତରୁଣ, ନବଦୀପ, ସୁବା ରାଜୁ, କ୍ୟାମେରାମ୍ୟାନ ଶ୍ୟାମ କେ ନାଇଡୁ, ନିର୍ଦ୍ଦେଶକ ଚିନ୍ନା, ଅଭିନେତ୍ରୀ ମୁମୈତ ଖାନ ଏବଂ ଅନ୍ୟମାନଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା ।

ଲାଇଗର୍ ଫ୍ଲପ୍ ଯୋଗୁଁ ବଢିଲା ବିବାଦ

ଲାଇଗରରେ ବିଜୟ ଦେବରାକୋଣ୍ଡା, ଅନନ୍ୟା ପାଣ୍ଡେ, ରାମ୍ୟା କୃଷ୍ଣନ୍ ଏବଂ ମାଇକ୍ ଟାଇସନ୍ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। 2022 ଅଗଷ୍ଟ 25, ରେ ପାଞ୍ଚଟି ଭାଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​​ଏବଂ ବକ୍ସ ଅଫିସରେ ଫ୍ଲପ୍‌ ପ୍ରମାଣିତ ହୋଇଥିଲା । ବକ୍ସ ଅଫିସରେ ଲାଇଗରର ବିଫଳତା ପରେ ଚଳଚ୍ଚିତ୍ର ନିର୍ମାତା କିଛି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.