ETV Bharat / entertainment

'ଡଙ୍କି' ଭାଙ୍ଗିପାରେ 'ଜବାନ' ରେକର୍ଡ ! ପ୍ରଥମ ଦିନରେ କରିପାରେ ଏତିକି କୋଟି ଆୟ

author img

By ETV Bharat Odisha Team

Published : Dec 21, 2023, 11:40 AM IST

Dunki Box Office Prediction: ଶାହାରୁଖ ଖାନ ଏବଂ ରାଜକୁମାର ହିରାନୀଙ୍କ 'ଡଙ୍କି' ବର୍ତ୍ତମାନ ଧମାକା କରୁଛି । ଫିଲ୍ମକୁ ନେଇ ଫ୍ୟାନ୍ସ ବ୍ଲକବ୍ଲାଷ୍ଟର କହୁଥିବା ବେଳେ ଏହା ପ୍ରଥମ ଦିନରେ ଶାହାରୁଖ ଖାନଙ୍କ ଫିଲ୍ମ 'ଜବାନ' ରେକର୍ଡ ଭାଙ୍ଗିପାରେ ବୋଲି କୁହାଯାଉଛି ।

'ଡଙ୍କି' ଭାଙ୍ଗିପାରେ 'ଜବାନ' ରେକର୍ଡ! ପ୍ରଥମ ଦିନରେ କରିପାରେ ଏତିକି କୋଟି ଆୟ

ହାଇଦ୍ରାବାଦ: ଚଳିତ ବର୍ଷ ଶାହରୁଖ ଖାନଙ୍କ ପାଇଁ ବେଶ ଖାସ ରହିଛି । କାରଣ ଏହି ବର୍ଷ କିଙ୍ଗ ଖାନଙ୍କ ଅଭିନୀତ ପଠାନ ଏବଂ ଜବାନ ରିଲିଜ ହୋଇଥିଲା । ଯାହା ବକ୍ସ ଅଫିସରେ ବମ୍ପର କଲେକ୍ସନ ସହ ବ୍ଲକବ୍ଲଷ୍ଟର ହୋଇଥିଲା । ବର୍ତ୍ତମାନ ସେ ତାଙ୍କର ଚଳିତ ବର୍ଷର ୩ୟ ଫିଲ୍ମ ତଥା ଶେଷ ଫିଲ୍ମ 'ଡଙ୍କି' ରିଲିଜ କରିଛନ୍ତି । ତେବେ ଫିଲ୍ମ ଦେଖି ଫ୍ୟାନ୍ସଙ୍କ ଶାହାରୁଖଙ୍କ ପୁଣି ଦିୱାନା ହୋଇଛନ୍ତି । ସୋସିଆଲ ମିଡିଆରେ ଫିଲ୍ମ ଉପରେ ରିଭ୍ୟୁ ସେୟାର କରି ଏହାକୁ ମାଷ୍ଟରପିସ ବୋଲି କହିଛନ୍ତି । ତେବେ ଫିଲ୍ମ ପ୍ରଥମ ଦିନରେ ପ୍ରାୟ ୪୦ରୁ ୫୦ କୋଟି ଟଙ୍କା ସହ ଓପନିଂ କରିବ ବୋଲି ଆଶା କରାଯାଉଛି ।

ସାକନିକଙ୍କ ରିପୋର୍ଟ ଅନୁସାରେ, ଭାରତର ପ୍ରାୟ ୪୦୦୦ ସ୍କ୍ରିନରେ ରିଲିଜ୍ ହେବାର ପ୍ରଥମ ଦିନରେ ୧୫ ହଜାରରୁ ଅଧିକ ଶୋ' ସହ ଡଙ୍କି ରିଲିଜ ହୋଇଛି । ଡିସେମ୍ବର 20 ସନ୍ଧ୍ୟା ୪ଟା ସୁଦ୍ଧା, ଡଙ୍କି ଗୁରୁବାରର ଉଦଘାଟନୀ ଦିନ ପାଇଁ ତିନିଟି ଜାତୀୟ ଚେନ୍ (PVR, INOX, ଏବଂ ସିନେପୋଲିସ୍) ରେ ୫,୫୮,୭୬୬ ଟିକେଟ୍ ବିକ୍ରି କରି ମୋଟ ୧୫.୪୧ କୋଟି ଆୟ କରିଛି । ସେପଟେ ଫିଲ୍ମକୁ ଦର୍ଶକ ପ୍ରଶଂସା କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହାକୁ ଦେଖି ଅନୁମାନ କରାଯାଇପାରେ ଯେ, ଫିଲ୍ମ ଆଜି ୪୦ରୁ ୫୦ କୋଟି ଆୟ କରିପାରେ । ପ୍ରଥମ ଦିନରେ ଶାହାରୁଖ ଖାନଙ୍କ ଫିଲ୍ମ ନିଜ ପୂର୍ବ ଫିଲ୍ମ ସହ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିପାରନ୍ତି ବୋଲି କୁହାଯାଉଛି ।

  • " class="align-text-top noRightClick twitterSection" data="">

ତେବେ ରାଜକୁମାର ହିରାନୀଙ୍କ ଏହା ହେଉଛି ୫ମ ଫିଲ୍ମ । 'ମୁନ୍ନାଭାଇ MBBS (2003)', 'ଲଗେ ରହୋ ମୁନ୍ନାଭାଇ (2006)', ପିକେ, ୩ ଇଡିଅଡ୍ସ ଏବଂ ସଞ୍ଜୁ ପରି ପାଞ୍ଚଟି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଆଉ ଏବେ ଡଙ୍କି ସହ ପରଦାକୁ ଫେରିଛନ୍ତି । ସମସ୍ତ ଫିଲ୍ମ ବେଶ ସଫଳତା ହାସଲ କରିଥିବା ବେଳେ ତାଙ୍କର ସର୍ବାଧିକ ଆୟ କରିଥିବା ଫିଲ୍ମ ହେଉଛି 'ସଞ୍ଜୁ'। ମୁନ୍ନାଭାଇ ୭୫ କୋଟି , ମୁନ୍ନାଭାଇ ଏମବିବିଏସ ୩୧ କୋଟି, ୩ ଇଡିଅଡ୍ସ ୨୦୨ କୋଟି, ପିକେ ୩୩୯.୫୦ କୋଟି ଏବଂ ସଞ୍ଜୁ ୩୪୧.୨୨ କୋଟି ଆୟ କରି ଦର୍ଶକଙ୍କ ମନ ଜିତିଥିଲା । ନିର୍ଦ୍ଦେଶକ ଏହି ଫିଲ୍ମରୁ ମଧ୍ୟ ସମାନ ସଫଳତା ଆଶା କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନ୍ୟୁଜିଲ୍ୟାଣ୍ଡରେ 'ଡଙ୍କି' କ୍ରେଜ୍‌, ପ୍ରଥମ ଦିନର ପ୍ରଥମ ଶୋ' ଦେଖି 'ମାଷ୍ଟରପିସ୍' ଟ୍ୟାଗ୍ ଦେଲେ ଫ୍ୟାନ୍ସ

ଅନ୍ୟପଟେ ଶାହରୁଖ ଖାନ ଏବଂ ରାଜକୁମାର ହିରାନୀଙ୍କ ଫିଲ୍ମ 'ଡଙ୍କି'କୁ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି) ପକ୍ଷରୁ ଏହା U/A ପ୍ରମାଣପତ୍ର ପାଇଛି । ଏଥିସହ ସ୍ପେଶାଲ ସ୍କ୍ରିନିଂରେ ସିବିଏଫ୍‌ସି ଫିଳ୍ମକୁ ନେଇ ଷ୍ଟାଡିଂ ଓବେସନ ମଧ୍ୟ ପାଇଛି । ଏହି ଫିଲ୍ମରେ କିଙ୍ଗ୍‌ ଖାନଙ୍କ ସମେତ ତାପସୀ ପନ୍ନୁ, ବିକି କୌଶଲ, ବୋମାନ ଇରାନୀ, ଅନିଲ ଗ୍ରୋଭର, ବିକ୍ରମ କୋଚର, ଏବଂ ଦିଆ ମିର୍ଜାଙ୍କୁ ଦେଖିବାକୁ ମିଳିଛି । ଏହି ଫିଲ୍ମ ସହ ଶାହାରୁଖ ରାଜକୁମାର ହିରାନୀ, ବିକି ଏବଂ ତାପସୀଙ୍କ ପ୍ରଥମ ଥର କାମ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.