ETV Bharat / entertainment

ଦୁବାଇରେ 'ଡଙ୍କି'ର ଜୋରଦାର ପ୍ରମୋସନ; ସିଗ୍ନେଚର ଷ୍ଟେପ୍‌ରେ ଫ୍ୟାନ୍ସଙ୍କ ମନ ଜିତିଲେ କିଙ୍ଗ୍‌ ଖାନ

author img

By ETV Bharat Odisha Team

Published : Dec 18, 2023, 10:43 AM IST

Dunki Promotion In Dubai : ଶାହାରୁଖ ଖାନ 'ଡଙ୍କି' ସହ ପୁଣି ଧମାକା କରିବାକୁ ପ୍ରସ୍ତୁତ । ଫିଲ୍ମ ରିଲିଜକୁ ଆଉ ମାତ୍ର ୨ ଦିନ ବାକି ଥିବା ବେଳେ କିଙ୍ଗ ଖାନ ଫିଲ୍ମର ଜୋରଦାର ପ୍ରମୋସନରେ ଲାଗିପଡିଛନ୍ତି । ଦୁବାଇରେ ପ୍ରମୋସନ ସମୟରେ ଶାହାରୁଖ ଖାନ ଫିଲ୍ମକୁ ନେଇ ଅନେକ ଖୁଲାସା କରିଛନ୍ତି । ଅଧିକ ପଢ଼ନ୍ତୁ

ଦୁବାଇରେ 'ଡଙ୍କି'ର ଜୋରଦାର ପ୍ରମୋସନ; ସିଗ୍ନେଚର ଷ୍ଟେପ କରି ଫ୍ୟାନ୍ସଙ୍କ ମନ ଜିତିଲେ କିଙ୍ଗ ଖାନ

ହାଇଦ୍ରାବାଦ: ଚଳିତ ବର୍ଷ ଶେଷରେ ଫିଲ୍ମ 'ଡଙ୍କି' ରିଲିଜ୍ ସହ ଶାହାରୁଖ ଖାନ ବକ୍ସ ଅଫିସରେ ହ୍ୟାଟ୍ରିକ୍ ସ୍କୋର କରିବାକୁ ଯାଉଛନ୍ତି । କିଙ୍ଗ ଖାନଙ୍କ ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରର ଆଡଭାନ୍ସ ବୁକିଂ ଦେଶ ତଥା ବିଶ୍ବରେ ଆରମ୍ଭ ହୋଇଛି ଏବଂ ଫିଲ୍ମ ରିଲିଜ୍ ପୂର୍ବରୁ କୋଟି କୋଟି ଟଙ୍କା ରୋଜଗାର କରିସାରଲାଣି । ଏସବୁ ମଧ୍ୟରେ ଶାହାରୁଖ ଖାନ ତାଙ୍କ ଦୁବାଇରେ ଫିଲ୍ମର ଜୋରଦାର ପ୍ରମୋସନ କରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଏହି ସମୟରେ ସେ ଏହି ଫିଲ୍ମ କେତେ ଖାସ ତାଙ୍କ ପାଇଁ ଏବଂ ଏହାର କାହାଣୀ କଣ ସେନେଇ ଖୁଲାସା କରିଛନ୍ତି । ସେ କହିଛନ୍ତି, ମୁଁ 'ଡଙ୍କି' ସହ ଏହି ବର୍ଷ ଶେଷ କରିବାକୁ ଚାହୁଁଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଶାହାରୁଖ ଖାନ କାର୍ଗୋ ଜ୍ୟାକେଟ ଏବଂ ବ୍ଲାକ ଟି-ସାର୍ଟରେ ନଜର ଆସିଥିଲେ । ମଞ୍ଚରେ ପହଞ୍ଚିବା ମାତ୍ରେ ସେ ଡଙ୍କିର ଗୀତ 'ହେ ମାହି'ରେ ଏବଂ ତାଙ୍କ ହିଟ୍ ଫିଲ୍ମ' ପଠାନ୍'ର 'ଝୁମେ ଜୋ ପଠାନ୍' ଓ 'ଛେୟାଁ ଛେୟାଁ' ଗୀତରେ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ସମୟରେ ସେ ନିଜ ସିଗ୍ନେଚର ପୋଜ ସହ ଦର୍ଶକଙ୍କ ମନ ଜିତିଥିଲେ । ଏହା ପରେ ଦର୍ଶକଙ୍କ ସହ କଥାବାର୍ତ୍ତା କରୁଥିବାବେଳେ କିଙ୍ଗ ଖାନ ତାଙ୍କ ଫିଲ୍ମ 'ଡଙ୍କି'ର କାହାଣୀ ମଧ୍ୟ ପ୍ରକାଶ କରିଥିଲେ ଏବଂ କହିଥିଲେ, ଘର ଯେଉଁଠି ମନ ବି ସେଇଠି ।

ସେ କହିଛନ୍ତି, "ମୁଁ ଜାଣେ ଆପଣମାନଙ୍କ ମଧ୍ୟରୁ ଅନେକ ନିଜ ଘର ଛାଡି ଦୁବାଇକୁ ଆପଣଙ୍କର ଦ୍ୱିତୀୟ ଘର କରିଛନ୍ତି । ଭାରତ, ବାଂଲାଦେଶ, ଅନ୍ୟ ଉପମହାଦେଶରୁ ଆପଣମାନଙ୍କ ମଧ୍ୟରୁ ଅନେକ ପାକିସ୍ତାନ ଏବଂ ଶ୍ରୀଲଙ୍କାରୁ ବି ଏଠାକୁ ଆସିଛନ୍ତି । ବର୍ତ୍ତମାନ ଆପଣ ସମସ୍ତେ ବହୁତ ଦୂରରେ ଅଛନ୍ତି । ଏବଂ ଆପଣ ଏକ ନୂଆ ଘର ନେଇଛନ୍ତି । ତଥାପି ସମସ୍ତଙ୍କୁ ନିଜ ଘର ପ୍ରତି ଭଲପାଇବା ଏବଂ ଘରକୁ ଯିବାକୁ ଲାଳସା ରହିଥାଏ । ଏହି ପୁରା ଫିଲ୍ମ ଘର ଉପରେ ଥିବା ଆସକ୍ତି ଭାବ ଉପରେ ଆଧାରିତ କାହାଣୀ ।

ଶାହାରୁଖ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଆଶା କରୁଛନ୍ତି ଯେ ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ନିଜ ଦେଶ ତଥା ପରିବାର ପ୍ରତି 'ଭଲପାଇବା ଭାବନାକୁ ଦର୍ଶାଇବ । ସେ ଆହୁରି ମଧ୍ୟ କହିଛନ୍ତି, 'ମୁଁ ଜାଣେ ନାହିଁ । ଏପରିକି ରାଜୁ ହିରାନୀ ସାହାବ କେବେ ଏଭଳି ଫିଲ୍ମ କରିନାହାଁନ୍ତି । ଯେତେବେଳେ ଆମେ ଫିଲ୍ମ ଶେଷ କରି ଏହାକୁ ପ୍ରଥମ ଥର ଦେଖିଲୁ, ସେତେବେଳେ ଆମେ ଅନୁଭବ କଲୁ ଯେ ରାଜୁ ହିରାନୀ ସାର୍ ଏକ ପ୍ରେମ କାହାଣୀ ସୃଷ୍ଟି କରିଛନ୍ତି ଯାହା ଶତାବ୍ଦୀ ଧରି ବ୍ୟାପିଛି । ଶାହାରୁଖ ନିଜ ପିତାମାତା, ପିଲାମାନଙ୍କୁ ଓ ପରିବାର ସହ ଫିଲ୍ମ ଦେଖିବାକୁ ନିବେଦନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବକ୍ସ ଅଫିସରେ ପ୍ରଭାସ-କିଙ୍ଗ ଖାନଙ୍କ ଟକ୍କର, କିଏ ମାରିବ ବାଜି?

ସୂଚନା ଥାଉ କି, ଗତ ସପ୍ତାହରେ 'ଡଙ୍କି' ସିବିଏଫ୍‌ସି ଦ୍ୱାରା କିଛି ପରିବର୍ତ୍ତନ ସହିତ 'U/A' ସାର୍ଟିଫିକେଟ ପାଇଛି । ଫିଲ୍ମର ସମୟ ୧୬୧ ମିନିଟ୍ ଅଟେ । ସୂଚନା ଅନୁଯାୟୀ, ସେନ୍ସର ବୋର୍ଡ ସ୍କ୍ରିନିଂରେ 'ଡଙ୍କି' ପାଇଁ ଏହି ସାର୍ଟିଫିକେଟ ଦେବା ସହ ଷ୍ଟାଡିଂ ଓବେସନ ମଧ୍ୟ ଦେଇଥିଲେ । ତେବେ 'ପଠାନ୍' ଏବଂ 'ଜବାନ'ରେ ବ୍ୟାକ୍-ଟୁ-ବ୍ୟାକ୍ ଆକ୍ସନ୍ ବ୍ଲକବଷ୍ଟର ପରେ ୨୦୨୩ର ଏହା ଶାହାରୁଖଙ୍କ ତୃତୀୟ ତଥା ଶେଷ ଫିଲ୍ମ । ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ତାପସୀ ପନ୍ନୁ, ବିକି କୌଶଲ, ବୋମାନ ଇରାନୀ, ବିକ୍ରମ କୋଚର ଏବଂ ଅନିଲ ଗ୍ରୋଭର ପ୍ରମୁଖ ନଜର ଆସିବେ । ଏହି ଫିଲ୍ମ ଡିସେମ୍ବର ୨୧ରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.