ETV Bharat / entertainment

Dream Girl 2: ଦର୍ଶକଙ୍କ ମନ ଜିତୁଛି ଆୟୁଷ୍ମାନ ଖାନଙ୍କ ଫିଲ୍ମ, 50କୋଟିରୁ ଏତିକି ଦୂରରେ ଡ୍ରିମ୍‌ଗାର୍ଲ-୨

author img

By ETV Bharat Odisha Team

Published : Aug 28, 2023, 4:18 PM IST

ଆୟୁଷ୍ମାନ ଖୁରାନା ଏବଂ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଫିଲ୍ମ ଡ୍ରିମ୍‌ଗାର୍ଲ-2 ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି । ଏହି ଫିଲ୍ମ ରିଲିଜ ହେବାର 4 ଦିନ ମଧ୍ୟରେ 50କୋଟି ପାଖାପାଖି ଆୟ କଲାଣି । ଅଧିକ ପଢନ୍ତୁ

ଦର୍ଶକଙ୍କ ମନ ଜିତୁଛି ଆୟୁଷ୍ମାନ ଖାନଙ୍କ ଫିଲ୍ମ, 50କୋଟିରୁ ଏତିକି ଦୂରରେ ଫିଲ୍ମର ଆୟ

ହାଇଦ୍ରାବାଦ: ଆୟୁଷ୍ମାନ ଖୁରାନା ଏବଂ ଅନନ୍ୟା ପାଣ୍ଡେଙ୍କ ଡ୍ରିମ୍‌ଗାର୍ଲ-2 ଓପନିଂ ଦିନଠାରୁ ଦର୍ଶକଙ୍କ ମନ ଜିତୁଛି । ଗଦର-2 ଏବଂ ଓଏମଜି-2 ସହ ଫିଲ୍ମର କଡ଼ା ଟକ୍କର ସତ୍ତ୍ବେ ଡ୍ରିମ୍‌ଗାର୍ଲ-2 ଭଲ ପ୍ରଦର୍ଶନ କରୁଛି । ଫିଲ୍ମ ପ୍ରଥମ ସପ୍ତାହରେ 40କୋଟିରୁ ଅଧିକ ଆୟ କରିବାରେ ସଫଳ ହୋଇଛି । ଏହା ସହ ଫିଲ୍ମ ଭାରତରେ 4ଦିନ ମଧ୍ୟରେ 68% ସଫଳତା ସହ ଫିଲ୍ମ ହାସଲ କରିଛି ।

  • " class="align-text-top noRightClick twitterSection" data="">

ଡ୍ରିମଗାର୍ଲ-2 ସହ ଆୟୁଷ୍ମାନ ଖୁରାନା ପୁଣି ବକ୍ସ ଅଫିସରେ ଧମାକା କରିଛନ୍ତି । ଏହି ଫିଲ୍ମକୁ ଦର୍ଶକଙ୍କୁ ବେଶ ମନୋରଞ୍ଜନର ଖୋରାକ ଯୋଗାଇଛି । ଏହି ଫିଲ୍ମ 4ର୍ଥ ଦିନରେ ଫିଲ୍ମର ଆୟରେ ହ୍ରାସ ଘଟିଥିବା ସତ୍ତ୍ବେ ମୋଟ୍ 40କୋଟିରୁ ଅଧିକ ସଂଗ୍ରହ କରିଛି। ସାକନିକ୍‌ ରିପୋର୍ଟ ଅନୁୟାୟୀ, ଫିଲ୍ମ ପ୍ରଥମ ଦିନରେ 10.69 କୋଟି ଆୟ କରିଥିଲା । ଦ୍ବିତୀୟ ଦିନରେ ଫିଲ୍ମ 14.02 କୋଟି, 3ୟ ଦିନରେ 16କୋଟି ଆୟ କରିଥିବା ବେଳେ 4ର୍ଥ ଦିନରେ 5କୋଟି ଆୟ କରିଛି। ତେବେ ଫିଲ୍ମର ମୋଟ ଆୟ 45.71କୋଟିକୁ ବୃଦ୍ଧି ପାଇଛି । ଖୁବଶୀଘ୍ର ଏହି ଫିଲ୍ମ 50କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ।

'ଡ୍ରିମ୍ ଗାର୍ଲ-2' ଫିଲ୍ମ ବିଷୟରେ କହିବାକୁ ଗଲେ, ଏହା ସମଲିଙ୍ଗୀ ସମ୍ପର୍କର ଏକ ବିଷୟବସ୍ତୁ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରଟି ହେଉଛି ମଥୁରାରେ ରହୁଥିବା କରମଙ୍କ କାହାଣୀ, ଯିଏ ତାଙ୍କ ପିତାଙ୍କ ଋଣ ପରିଶୋଧ କରିବାକୁ ଚେଷ୍ଟା କରୁଛି । କରମ ପରୀଙ୍କୁ ଭଲ ପାଆନ୍ତି କିନ୍ତୁ ତାଙ୍କ ପିତା ସେମାନଙ୍କ ବିବାହରେ ରାଜି ନୁହଁନ୍ତି । କରମ ପୂଜା ରୂପରେ ଆସନ୍ତି । ଏହି ଚଳଚ୍ଚିତ୍ରର ପ୍ରକୃତ ମଜା ଆୟୁଷ୍ମାନ ଖୁରାନା କରମରୁ ପୂଜା ହେବା ପରେ ଆସିଥାଏ । ତେବେ ଆୟୁଷ୍ମାନଙ୍କ ପୂଜା ଲୁକ୍‌କୁ ଦର୍ଶକ ବେଶ ପସନ୍ଦ କରିବା ସହ ବେଶ ମନୋରଞ୍ଜିତ ହୋଇପାରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପ୍ରଥମ ଦିନରେ ଏତିକି ଆୟ କଲା ଆଯୁଷ୍ମାନ ଖୁରାନା ଏବଂ ନୁସରତ ଭରୁଚ୍ଚାଙ୍କ ଫିଲ୍ମ

'ଡ୍ରିମ୍‌ଗାର୍ଲ-2' 2019ରେ ରିଲିଜ ହୋଇଥିବା 'ଡ୍ରିମ୍‌ଗାର୍ଲ'ର ସିକ୍ବେଲ୍‌ ଅଟେ । ଚଳଚ୍ଚିତ୍ରର ପ୍ରଥମ ପାର୍ଟ ବକ୍ସ ଅଫିସରେ 200 କୋଟିରୁ ଅଧିକ ରୋଜଗାର କରିଥିଲା ​​। ଏହି ଚଳଚ୍ଚିତ୍ରରେ ଆୟୁଷ୍ମାନ ଖୁରାନାଙ୍କ ବିପକ୍ଷରେ ନୁସରତ ଭରୁଚ୍ଚାଙ୍କୁ ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ ନୁସରତଙ୍କ ବଦଳରେ ଅନନ୍ୟା ପାଣ୍ଡେଙ୍କୁ ଦେଖିବାକୁ ମିଳିଛି । ଏହି ଫିଲ୍ମ ସହ ଅନନ୍ୟା ଏବଂ ଆୟୁଷ୍ମାନ ପ୍ରଥମ ଥର ପାଇଁ ଏକାଠି ନଜର ଆସିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.