ETV Bharat / entertainment

ଲାକ୍ଷାଦ୍ବୀପ ମାଳଦ୍ବୀପ ବିବାଦ ପ୍ରସଙ୍ଗ, ବିଗ ବି କହିଲେ ଆମ ଆତ୍ମନିର୍ଭରତାକୁ ପରୀକ୍ଷା କରନାହିଁ - ମାଳଦ୍ବୀପ ବିବାଦ

Amitabh Bachchan On Maldives Row: ଲାକ୍ଷାଦ୍ବୀପ ମାଳଦ୍ବୀପ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଗ ବି ଅମିତାଭ ବଚ୍ଚନ । କହିଲେ ଆମେ ଆତ୍ମନିର୍ଭର । ଭ୍ରମଣ ପାଇଁ ଭାରତ ସର୍ବୋତ୍କୃଷ୍ଟ ସ୍ଥାନ । ଅଧିକ ପଢନ୍ତୁ

ଲାକ୍ଷାଦ୍ବୀପ ମାଳଦ୍ବୀପ ବିବାଦ ପ୍ରସଙ୍ଗରେ ବିଗ ବିଙ୍କ ପ୍ରତିକ୍ରିୟା, କହିଲେ- 'ଆମେ ଆତ୍ମନିର୍ଭର'

author img

By ETV Bharat Odisha Team

Published : Jan 8, 2024, 3:36 PM IST

ହାଇଦ୍ରାବାଦ: ଜୋର ଧରିଛି ଲାକ୍ଷାଦ୍ବୀପ ମାଳଦ୍ବୀପ ବିବାଦ ପ୍ରସଙ୍ଗ । ମାଳଦ୍ବୀପର କିଛି ରାଜନେତା ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହା ପରେ ଏହାକୁ ତୀବ୍ର ବିରୋଧ କରିଛନ୍ତି ଅନେକ ଭାରତୀୟ । ଏପରିକି ବର୍ତ୍ତମାନ 'ମାଳଦ୍ବୀପ ବୟକଟ' ମଧ୍ୟ ଜୋରଦାର ଟ୍ରେଣ୍ଡ କରୁଛି । ଏହି ବିବାଦ ନେଇ ଅନେକ ସେଲିବ୍ରିଟି ବି ଏହାକୁ ବିରୋଧ କରି ଭାରତୀୟ ଟୁରିଜିମକୁ ଗୁରୁତ୍ବ ଦେବାକୁ ପ୍ରୋତ୍ସାହିତ କରିଛନ୍ତି । ବର୍ତ୍ତମାନ ଅମିତାଭ ବଚ୍ଚନ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛନ୍ତି । ବିଗ ବି ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏହି ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି । ଅଭିନେତା ଏହାକୁ ବିରୋଧ କରିବା ସହ ଭ୍ରମଣ ପାଇଁ ଭାରତ ସବୁଠାରୁ ଭଲ ସ୍ଥାନ ବୋଲି କହିଛନ୍ତି ।

  • Viru paji .. this is so relevant and in the right spirit of our land .. our own are the very best .. I have been to Lakshadweep and Andamans and they are such astonishingly beautiful locations .. stunning waters beaches and the underwater experience is simply unbelievable ..
    हम… https://t.co/NM400eJAbm

    — Amitabh Bachchan (@SrBachchan) January 8, 2024 " class="align-text-top noRightClick twitterSection" data=" ">

ଅମିତାଭ ବଚ୍ଚନ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହଭାଗଙ୍କ ପୋଷ୍ଟକୁ ରିପୋଷ୍ଟ କରି ନିଜର ମତ ଦେଇଛନ୍ତି । ବୀରେନ୍ଦ୍ର ପୋଷ୍ଟରେ ଭାରତର ବିଭିନ୍ନ ବେଳାଭୂମିର ଫଟୋ ସେୟାର କରି ମାଳଦ୍ବୀପକୁ ବିରୋଧ କରିଥିଲେ । ମାଳଦ୍ବୀପ ମନ୍ତ୍ରୀମାନଙ୍କ ଦ୍ବାରା ଆମ ଦେଶ ତଥା ପିଏମଙ୍କ ଉପରେ କଟାକ୍ଷ ଭାରତ ପାଇଁ ଶିକ୍ଷଣୀୟ ଅଟେ । ସେ କହିଛନ୍ତି ଯେ, ଭାରତ ସରକାର ଏହି ଘଟଣାରୁ ଶିକ୍ଷା ଗ୍ରହଣ କରି ପର୍ଯ୍ୟଟନ କ୍ଷେତ୍ରରେ ଟିକିଏ ଉନ୍ନତି ଆଣିବା ସହ ଭାରତର ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ ଏକ ବଡ଼ ଉତ୍ସ ଅଟେ ।

ଏହାକୁ ରିଟ୍ବିଟ କରି ବିଗ ବି ଲେଖିଛନ୍ତି, 'ବୀରୁ ପାଜି, ଏହା ସତ କଥା । ଆମର ନିଜସ୍ବ ଜିନିଷ ସବୁଠାରୁ ଭଲ । ମୁଁ ଲାକ୍ଷାଦ୍ବୀପ ଏବଂ ଆଣ୍ଡାମାନ ଯାଇଛି ଏବଂ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ବେଶ ଆକର୍ଷଣୀୟ । ସୁନ୍ଦର ବେଳାଭୂମି ଏବଂ ଅଣ୍ଡର ୱାର୍ଟର ଅଭିଜ୍ଞତାର ଅନୁଭବ ଅବିଶ୍ବସନୀୟ । ଆମେ ଭାରତୀୟ, ଆମେ ଆତ୍ମନିର୍ଭର ଅଟୁ । ଆମ ଆତ୍ମନିର୍ଭରତା ଉପରେ ଆକ୍ଷେପ କରନାହିଁ ।'

ଏହା ମଧ୍ୟ ପଢନ୍ତୁ: ଲାକ୍ଷାଦ୍ବୀପ-ମାଳଦ୍ବୀପ ବିବାଦ ପ୍ରସଙ୍ଗ; ତାତିଲେ ସେଲିବ୍ରିଟି, ଭାରତୀୟ ଟୁରିଜମକୁ ଦେଲେ ଗୁରୁତ୍ବ

  • Lost in the azure embrace, Lakshadweep islands have captured my heart. The rich culture, tranquil beaches, and the genuine warmth of its people create an enchanting allure. Join me in celebrating the inclusivity and unparalleled beauty of these islands - a treasure trove waiting…

    — Tiger Shroff (@iTIGERSHROFF) January 7, 2024 " class="align-text-top noRightClick twitterSection" data=" ">

ତେବେ ଏହି ପ୍ରସଙ୍ଗରେ କେବଳ ବିଗ ବି ନୁହେଁ ଅନେକ ବଲିଉଡ ତାରକା ଅକ୍ଷୟ କୁମାର, ସଲମାନ ଖାନ, ଶ୍ରଦ୍ଧା କପୁର, ଶିଳ୍ପା ସେଟ୍ଟୀ, ରଣଭୀର ସିଂ, ଜନ ଆବ୍ରାହମ ମାଳଦ୍ବୀପ ଟିପ୍ପଣୀକୁ ବିରୋଧ କରିବା ସହ ଭାରତୀୟ ଟୁରିଜମ ଉପରେ ଗୁରୁତ୍ବ ଦେଇ ଏହାର ଅନୁସନ୍ଧାନ କରିବାକୁ ଆହ୍ବାନ କରିଛନ୍ତି । ସୂଚନା ଥାଉ କି, ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଲାକ୍ଷାଦ୍ବୀପ ଗସ୍ତ କରି ଦେଶବାସୀଙ୍କୁ ସେଠାକୁ ବୁଲିବାକୁ ଅପିଲ କରିଥିଲେ । ଏହାପରେ ମାଳଦ୍ବୀପର ଜଣେ ମନ୍ତ୍ରୀ ମୋଦିଙ୍କ ଲାକ୍ଷାଦ୍ବୀପ ଯାତ୍ରାର ମଜାକ ଉଡାଇବା ସହ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଏବଂ ଅନେକ କିଛି ଲୋକ ଭାରତକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହା ପରେ ବିବାଦ ଦେଖିବାକୁ ମିଳିଛି । ଏହାକୁ ଭାରତରେ ଅନେକ ଲୋକ ବର୍ତ୍ତମାନ ବିରୋଧ କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.