ETV Bharat / entertainment

Dono: ଆସିଲା ଟ୍ରେଲର, ଅନସ୍କ୍ରିନ୍‌ ରୋମାନ୍ସ କରିବେ ରାଜବୀର ଦେଓଲ ଏବଂ ପାଲୋମା ଡିଲନ

author img

By ETV Bharat Odisha Team

Published : Sep 4, 2023, 4:23 PM IST

ସନ୍ନି ଦେଓଲଙ୍କ ସାନ ପୁଅ ରାଜବୀର ଦେଓଲ ଏବଂ ପୁନମ ଡିଲନଙ୍କ ଝିଅ ପାଲୋମା ଡିଲନ ଦୋନୋ ଫିଲ୍ମ ସହ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ପୂର୍ବରୁ ଫିଲ୍ମର ଟିଜର ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ଟ୍ରେଲର ରିଲିଜ କରିଛନ୍ତି ନିର୍ମାତା । ଅଧିକ ପଢନ୍ତୁ

ଆସିଲା ଟ୍ରେଲର, ଅନସ୍କ୍ରିନ ରୋମାନ୍ସ କରିବେ ରାଜବୀର ଦେଓଲ ଏବଂ ପାଲୋମା ଡିଲନ

ହାଇଦ୍ରାବାଦ: ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ନୂଆ ଷ୍ଟାର କିଡ୍ସ। ଅଭିନେତା ସନ୍ନି ଦେଓଲଙ୍କ ସାନ ପୁଅ ରାଜବୀର ଦେଓଲ ବି-ଟାଉନରେ ଫିଲ୍ମ ଦୋନୋ ସହ ପ୍ରଥମ ଥର ବଡ଼ ପରଦାରେ ନଜର ଆସିବେ । ରାଜବୀରଙ୍କ ବିପକ୍ଷରେ ନଜର ଆସିବେ ପୁନମ ଡିଲନଙ୍କ ଝିଅ ପାଲୋମା ଡିଲନ । ଉଭୟ ଏହି ଫିଲ୍ମ ସହ ବଲିଉଡ୍‌ରେ ପାଦ ଦେବା ସହ ପ୍ରଥମ ଥର ପାଇଁ ଉଭୟଙ୍କ ଅନସ୍କ୍ରିନ୍‌ ରୋମାନ୍ସ ଦେଖିବାକୁ ମିଳିବ । ନିକଟରେ ଫିଲ୍ମର ପୋଷ୍ଟର, ଟିଜର ଏବଂ ଟାଇଟଲ୍‌ ଟ୍ରାକ୍‌ ରିଲିଜ ହୋଇଥିବା ବେଳେ ଆଜି ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି ନିର୍ମାତା ।

  • " class="align-text-top noRightClick twitterSection" data="">

2 ମିନିଟ୍ 52 ସେକେଣ୍ଡର ଏହି ଟ୍ରେଲର ଆରମ୍ଭରେ ଏକ ବିଚ୍‌ରେ ଉଭୟ ବସିଥିବାର ଦେଖିବାକୁ ମିଳିଛି । ବାସ୍ତବରେ ଉଭୟ ଏକ ୱେଡିଂରେ ପରସ୍ପରକୁ ଭେଟୁଥିବା ଦେଖିବାକୁ ମିଳିଛି। ଦେବ ଓରଫ ରାଜବୀର ନିଜ ସାଙ୍ଗ ଏଲିନାଙ୍କ ବାହାଘରରେ ଯୋଗ ଦେବାକୁ ଯାଇଥିବା ବେଳେ ସେଠାରେ ଏଲିନାଙ୍କ ବରର ସାଙ୍ଗ ମେଘନା ଓରଫ ପାଲୋମାଙ୍କୁ ଭେଟନ୍ତି। ଦୁଅ ଜଣ ଅଜଣା ହୋଇ ମଧ୍ୟ ସେଠାରେ ଉଭୟଙ୍କ ମଧ୍ୟରେ ଧୀରେ ଧୀରେ ପ୍ରେମସମ୍ପର୍କ ଗଢି ଉଠେ। ପରେ କାହାଣୀରେ ଟ୍ବିଷ୍ଟ ଆସେ। ଯାହା ଫିଲ୍ମ ଦେଖିଲେ ଜଣାପଡିବ।

ଏହି ଫିଲ୍ମକୁ ରାଜଶ୍ରୀ ପ୍ରଡକ୍ସନ୍ ଦ୍ୱାରା ନିର୍ମିତ କରାଯାଇଥିବା ବେଳେ ସୁରଜ ବଡଜାତ୍ୟାଙ୍କ ପୁଅ ଅବିନାଶ ବଡଜାତ୍ୟା ନିର୍ଦ୍ଦେଶନା ଦେଇଛନ୍ତି । ଅବିନାଶ ମଧ୍ୟ ଏହି ଫିଲ୍ମ ଜରିଆରେ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିବାକୁ ଯାଉଛନ୍ତି । ଚଳଚ୍ଚିତ୍ରର କାହାଣୀ କହିବାକୁ ଗଲେ, ଏକ ଆଧୁନିକ ପ୍ରେମ କାହାଣୀକୁ ଦର୍ଶାଯାଇଛି, ଯାହାର ଏକ ଝଲକ ଟ୍ରେଲରରେ ମଧ୍ୟ ଦେଖାଯାଇଛି । ତେବେ ଟ୍ରେଲରରେ ରାଜବୀର ଏବଂ ପଲୋମାଙ୍କ ଲଭକେମେଷ୍ଟ୍ରି ଦେଖିବାକୁ ମିଳିଛି। ତେବେ ଏହାକୁ ଫ୍ୟାନ୍ସ ବେଶ ଲାଇକ କରିବା ସହ ଏହି ନୂଆ ଯୋଡିଙ୍କ ଫିଲ୍ମ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହି ଫିଲ୍ମ ଅକ୍ଟୋବର 5 ରେ ସିନେମାହଲରେ ରିଲିଜ କରିବ ।

ଏହା ମଧ୍ୟ ପଢନ୍ତୁ:ରାଜବୀର-ପାଲୋମାଙ୍କ ଡେବ୍ୟୁ ଫିଲ୍ମର ଟାଇଟଲ ଟ୍ରାକ ଲଞ୍ଚ କଲେ ସଲମାନ ଖାନ

ସୂଚନା ଥାଉ କି, ସନ୍ନି ଦେଓଲଙ୍କ ବଡ ପୁଅ କରଣ ଦେଓଲ ପଲ ପଲ ଦିଲ୍‌ କେ ପାସ ସହ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ 2019ରେ ରିଲିଜ କରିଥିଲା। ଯାହା ଦର୍ଶକଙ୍କୁ ମଦ୍ୟ ବେଶ ପସନ୍ଦ ଆସିଥିଲା । ବର୍ତ୍ତମାନ ଅଭିନେତାଙ୍କ ସାନପୁଅ ରାଜବୀର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । 2023 ଜୁଲାଇ 24ରେ ଦୋନୋ ଫିଲ୍ମର ପୋଷ୍ଟର ରିଲିଜ କରି ସନ୍ନି ନିଜ ସାନ ପୁଅକୁ ବଲିଉଡରେ ଲଞ୍ଚ କରାଇଥିଲେ । ପରେ ଟିଜର ଆଉ ଏବେ ଫିଲ୍ମର ଟ୍ରେଲର ରିଲିଜ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.