ETV Bharat / entertainment

Matthew Perry Passes Away: ‘ମୁଁ କଣ କହିବାକୁ ଚାହୁଁଛି ବୁଝିପାରୁଛ’ ମୃତ୍ୟୁ ପୂର୍ବରୁ ଏପରି ପୋଷ୍ଟ କରିଥିଲେ ମାଥ୍ୟୁ

author img

By ETV Bharat Odisha Team

Published : Oct 29, 2023, 3:21 PM IST

ଫ୍ରେଣ୍ଡସ୍ ତାରକା ମାଥ୍ୟୁ ପେରିଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ଚକିତ କରିଛି । ବର୍ତ୍ତମାନ ତାଙ୍କର ଶେଷ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

'ମୁଁ କ'ଣ କହିବାକୁ ଚାହୁଁଛି ବୁଝିପାରୁଛ?' ମୃତ୍ୟୁ ପୂର୍ବରୁ ଏପରି ପୋଷ୍ଟ କରିଥିଲେ ମାଥ୍ୟୁ

ହାଇଦ୍ରାବାଦ: ଆଉନାହାନ୍ତି ହିଟ୍ ଧାରାବାହିକ ଫ୍ରେଣ୍ଡସ୍ ଫେମ ଅଭିନେତା । ରିପୋର୍ଟରେ ତାଙ୍କ ମୃତ୍ୟୁର କାରଣ ହଠାତ୍ ବାଥଟବରେ ବୁଡ଼ି ମୃତ୍ୟୁବଣ କରିଥିବା ଦର୍ଶାଯାଇଛି । ତାଙ୍କ ବିୟୋଗ ସମସ୍ତଙ୍କୁ ମର୍ମାହତ କରିଥିବା ବେଳେ ତାଙ୍କର ଶେଷ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅଭିନେତା ଆକାଶରେ ରାତିର ଦୃଶ୍ୟକୁ ବେଶ ଉପଭୋଗ କରୁଥିବା ଦେଖିବାକୁ ମିଳିଛି ।

ଏହି ଦୁର୍ଭାଗ୍ୟଜନକ ଘଟଣାର ଠିକ୍ ଛଅ ଦିନ ପୂର୍ବରୁ ପେରି ତାଙ୍କ ଲସ୍ ଆଞ୍ଜେଲସ୍ ସ୍ଥିତ ବାସଭବନରୁ ଇନଷ୍ଟାଗ୍ରାମରେ ଦୁଇଟି ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ସେ ସୁଇମିଂ ପୁଲରେ ଗାଧୋଇବା ବେଳେ ରାତିର ଅନ୍ଧକାରକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଛି । ଫଟୋରେ, ସେ ହେଡଫୋନ୍ ପିନ୍ଧିଥିବାର ବି ନଜର ଆସିଛନ୍ତି । ମାଥ୍ୟୁ ପେରି ଏହି ପୋଷ୍ଟକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି, "ଓ ଉଷୁମ ପାଣିରେ ମଜା ନେବା ଆପଣଙ୍କୁ ଭଲ ଲାଗେ କି ? ମୁଁ ମ୍ୟାଟମ୍ୟାନ୍ ।

ଏହା ପରେ ସେ ରାତିର ଚନ୍ଦ୍ରର ଏକ ଭିଡିଓ ସେୟାର କରିଥିଲେ । ସେ ଲେଖିଛନ୍ତି, 'ମୁଁ କଣ କହିବାକୁ ଚେଷ୍ଟା କରୁଛି ତୁମେ ବୁଝିପାରୁଛ କି ? ମୁଁ ମ୍ୟାଟମ୍ୟାନ୍ । ତେବେ ତାଙ୍କ ବିୟୋଗ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସୋସିଆଲ ମିଡିଆରେ ଅନେକ ଫ୍ୟାନ୍ସ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି, ପ୍ରତ୍ୟେକ ହସ ଏବଂ ଆପଣ ଜଗତକୁ ଦେଇଥିବା ସମସ୍ତ ଖୁସି ପାଇଁ ଧନ୍ୟବାଦ । ମୁଁ ବିଶ୍ବାସ କରିପାରୁ ନାହିଁ ତୁମେ ଚାଲିଗଲ ।

ଏହା ମଧ୍ୟ ପଢନ୍ତୁ: ମେଡିକାଲ ବେଡରେ ବି ଗୁଣୁଗୁଣାଉ ଥିଲେ ସ୍ବରୂପ ନାୟକ

ମାଥ୍ୟୁ ଫ୍ରେଣ୍ଡସ ବ୍ୟତୀତ 'ବେଭର୍ଲି ହିଲ୍ସ 90210' ଏବଂ 'ଏ ନାଇଟ ଇନ ଦ ଲାଇଫ ଅଫ ଜିମି ରେର୍ଡନ' ରେ ମଧ୍ୟ ଅଭିନୟ କରିଥିଲେ । କିନ୍ତୁ ସେ 'ଫ୍ରେଣ୍ଡସ୍'ରୁ ବେଶ ଲୋକପ୍ରିୟତା ହାସଲ କରିଥିଲେ । ଏହି ସିରିଜ୍ 22 ସେପ୍ଟେମ୍ବର 1994ରେ ଆରମ୍ଭ ହୋଇ 6 ମଇ 2004 ରେ ଶେଷ ହୋଇଥିଲା । 236 ଟି ଏପିସୋଡ୍ ସହ 'ଫ୍ରେଣ୍ଡସ୍'ର ୧୦ଟି ସିଜନ ପ୍ରସାରଣ କରାଯାଇଥିଲା । ସେ ଫୁଲ୍ସ ରଶ୍ ଇନ୍, ଆଲୋମୋଷ୍ଟ ହିରୋଜ, ଦ ହୋଲ୍ ନାଇନ୍ ୟାର୍ଡ, 17 ଏଗେନ ଏବଂ ଦ ରନ୍ କ୍ଲର୍କ ଷ୍ଟୋରୀ ଭଳି ଅନେକ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.