ETV Bharat / entertainment

ଦିବ୍ୟା ସ୍ପନ୍ଦନାଙ୍କ ନିଧନ ଖବର ଫେକ୍, ଆସନ୍ତାକାଲି ବେଙ୍ଗାଲୁରୁ ଫେରିବେ ଅଭିନେତ୍ରୀ - ଦିବ୍ୟା ସ୍ପନ୍ଦନା ମୃତ୍ୟୁ ଖବର

ହୃଦ୍‌ଘାତ କାରଣରୁ କନ୍ନଡ଼ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ଦିବ୍ୟା ସ୍ପନ୍ଦନା ଓରଫ ରାମିଆଙ୍କ ଦେହାନ୍ତ ଖବର ସାମ୍ନାକୁ ଆସିଥିଲା । କିନ୍ତୁ ବର୍ତ୍ତମାନ ଅଭିନେତ୍ରୀଙ୍କ ମୃତ୍ୟୁ ଖବରକୁ ଫେକ୍ ବୋଲି କୁହାଯାଉଛି । ଅଧିକ ପଢନ୍ତୁ

ଦିବ୍ୟା ସ୍ପନ୍ଦନାଙ୍କ ନିଧନ ଖବର ଫେକ୍, ଆସନ୍ତାକାଲି ବେଙ୍ଗାଲୁରୁ ଫେରିବେ ଅଭିନେତ୍ରୀ

author img

By ETV Bharat Odisha Team

Published : Sep 6, 2023, 7:30 PM IST

ହାଇଦ୍ରାବାଦ: କନ୍ନଡ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ଦିବ୍ୟା ସ୍ପନ୍ଦନାଙ୍କର ହୃଦଘାତରେ ପରଲୋକ ହୋଇଥିବା ନେଇ ସୋସିଆଲ ମିଡିଆରେ ଖବର ପ୍ରଚାରିତ ହୋଇଥିଲା । ଅଭିନେତ୍ରୀଙ୍କ ଦେହାନ୍ତ ଖବର ଶୁଣି ପ୍ରଶଂସକ, ପରିବାର ଏପରିକି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରମୈୟା, ଡେପୁଟି ସିଏମ ଶିବକୁମାର ଶୋକବ୍ୟକ୍ତ କରିଥିଲେ । ବର୍ତ୍ତମାନ ଖବର ଆସୁଛି ଯେ, ଏହି ଖବର ଗୁଜବ ତଥା ମିଥ୍ଯା ଅଟେ । ସୋସିଆଲ ମିଡିଆରେ ଏକ ପୋଷ୍ଟ ସାମ୍ନାକୁ ଆସିଛି । ଯେଉଁଥିରେ ଅଭିନେତ୍ରୀ ସମ୍ପୂର୍ଣ୍ଣ ସୁସ୍ଥ ଥିବା କୁହାଯାଉଛି । ଏଥିସହ କଂଗ୍ରେସ ପାର୍ଟି ମଧ୍ୟ ଏକ ପୋଷ୍ଟ ସେୟାର କରି ଦିବ୍ୟା ବଞ୍ଚିଥିବା ସ୍ଫଷ୍ଟ କରିଛି ।

ସୂଚନା ଅନୁସାରେ, ସାଉଥ କଂଗ୍ରେସ ପାର୍ଟି KTL ଟ୍ବିଟର ପେଜ୍‌ରେ ଦିବ୍ୟାଙ୍କ ଫଟୋ ସେୟାର କର ଲେଖିଛନ୍ତି, ଆମର ପୂର୍ବ ସୋସିଆଲ ମିଡିଆ ଚେୟାରପର୍ସନ ଦିବ୍ୟା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କ ନାଁରେ ଭାଇରାଲ ହେଉଥିବା ମୃତ୍ୟୁ ଖବର ମିଥ୍ୟା ଅଟେ । ସେହିପରି ଦିବ୍ୟା ସ୍ପନ୍ଦନାଙ୍କ ଦେହାନ୍ତ ଖବର ପାଇବା ପରେ ଜଣେ ସାମ୍ବାଦିକ ଟ୍ୱିଟ୍ କରି କହିଛନ୍ତି ଯେ ଅଭିନେତ୍ରୀ ଜୀବିତ ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ସାମ୍ବାଦିକା ତାଙ୍କ ଟ୍ୱିଟ୍‌ରେ ପୁଣି ଲେଖିଛନ୍ତି, 'ମୁଁ ଦିବ୍ୟା ସ୍ପନ୍ଦାନାଙ୍କ ସହ କଥା ହୋଇଛି । ସେ ଠିକ୍ ଅଛନ୍ତି। ସେ ଆସନ୍ତାକାଲି ବେଙ୍ଗାଲୋରକୁ ଫେରିବେ ।"

ଏହା ମଧ୍ୟ ପଢନ୍ତୁ: ପଠାନର ରେକର୍ଡ ଭାଙ୍ଗିପାରେ ଜବାନ, ଓପନିଂ ଡେ ପାଇଁ 1 ମିଲିୟନ ଟିକେଟ୍ ବିକ୍ରି

ଏଥିସହ ସାମ୍ବାଦିକା ଜଣକ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀଙ୍କ ସହ ତାଙ୍କର ସାକ୍ଷାତକାରର ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି । ଏହି ଫଟୋ ସହ ସେ କ୍ୟାପସନରେ ଲେଖିଛନ୍ତି, "ଜଣେ ଅତି ଦକ୍ଷ ମହିଳା ଦିବ୍ୟା ସ୍ପନ୍ଦନାଙ୍କୁ ଭେଟି ଜେନେଭାରେ ରାତ୍ରୀ ଭୋଜନ ଅଭିଜ୍ଞତା ବହୁତ ଭଲ ଥିଲା । ବେଙ୍ଗାଲୁରୁ ପ୍ରତି ଆମର ଭଲପାଇବା ସମେତ ଅନେକ ବିଷୟରେ ଆମେ ଆଲୋଚନା କରିଥିଲୁ ।"

  • I just spoke to @divyaspandana She’s well. En route to Prague tomorrow and the to Bangalore.

    — Chitra Subramaniam (@chitraSD) September 6, 2023 " class="align-text-top noRightClick twitterSection" data=" ">

ସୂଚନା ଥାଉ କି, ଅଗଷ୍ଟ 7 ରେ କନ୍ନଡ଼ ଅଭିନେତା ବିଜୟ ରାଘବେନ୍ଦ୍ରଙ୍କ ପତ୍ନୀ ସ୍ପନ୍ଦାନାଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ଏହାପରେ ଲୋକମାନେ ଭାବିଥିଲେ ଯେ ଦିବ୍ୟା ସ୍ପନ୍ଦାନାଙ୍କର ମୃତ୍ୟୁ ଘଟିଛି । ନାମ ସମାନ ହେତୁ ସୋସିଆଲ ମିଡିଆରେ ଦିବ୍ୟାଙ୍କ ମୃତ୍ୟୁ ଖବର ନେଇ ଗୁଜବ ପ୍ରସାରିତ ହୋଇଥିଲା ।

ନଭେମ୍ବର 29, 1982ରେ ଜନ୍ମ ହୋଇଥିବା ଦିବ୍ୟା ସ୍ପନ୍ଦନା ରାମିଆ ନାଁରେ ବେଶ ଜଣାଶୁଣା । ସେ ଜଣେ ଦକ୍ଷ ଭାରତୀୟ ଅଭିନେତ୍ରୀ ଏବଂ ଜଣେ ପ୍ରମୁଖ ରାଜନୈତିକ ବ୍ୟକ୍ତିତ୍ୱ । ସେ କର୍ଣ୍ଣାଟକରେ ମାଣ୍ଡ୍ୟା ଲୋକସଭାରେ ସାଂସଦ ଭାବେ କାର୍ଯ୍ୟ କରିଥିଲେ। 2012ରେ କଂଗ୍ରେସରେ ସାମିଲ ହୋଇଥିଲେ । କଂଗ୍ରେସର ସୋସିଆଲ ମିଡିଆ ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । 2018ରେ ଦଳ ପକ୍ଷରୁ ମିଳିଥିବା ପଦକୁ ଛାଡ଼ିବା ପରେ ବି ସେ ଏବେ କଂଗ୍ରେସରେ ରହିଛନ୍ତି । ଅନେକ ତାମିଲ ଚଳଚ୍ଚିତ୍ର କାମ କରି ତାଙ୍କର ଦୃଢ଼ ଅଭିନୟ ହେତୁ ଅନେକ ପୁରସ୍କାର ଜିତିଛନ୍ତି । ତାଙ୍କୁ ଦକ୍ଷିଣ ଚଳଚ୍ଚିତ୍ର ପୁରସ୍କାର, ଏକ ଉଦୟ ପୁରସ୍କାର ଏବଂ କର୍ଣ୍ଣାଟକ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.