ETV Bharat / entertainment

'ରାମାୟଣ ମନୋରଞ୍ଜନ ପାଇଁ ନୁହେଁ', ଆଦିପୁରୁଷ ଉପରେ ଏପରି ମତ ରଖିଲେ ଦୀପିକା ଚିଖଲିଆ

author img

By

Published : Jun 21, 2023, 5:51 PM IST

ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ 'ଆଦିପୁରୁଷ' ଅନେକ ବିବାଦରେ ଛନ୍ଦି ହୋଇଛି । ସଂଳାପ, VFX ପାଇଁ ଫିଲ୍ମ ନିର୍ମାତା ଏବଂ ଡାଇଲଗ ରାଇଟରଙ୍କୁ କଡ଼ା ସମାଲୋଚନା କରାଯାଉଛି । ଏହାରି ମଧ୍ୟରେ ଫିଲ୍ମକୁ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି ରମାନନ୍ଦ ସାଗରଙ୍କ 'ରାମାୟଣ'ର ସୀତା । ଅଧିକ ପଢନ୍ତୁ

'ରାମାୟଣ ମନୋରଞ୍ଜନ ପାଇଁ ନୁହେଁ', ଆଦିପୁରୁଷ ଉପରେ ଏପରି ମତ ରଖିଲେ  ଦୀପିକା ଚିଖଲିଆ
'ରାମାୟଣ ମନୋରଞ୍ଜନ ପାଇଁ ନୁହେଁ', ଆଦିପୁରୁଷ ଉପରେ ଏପରି ମତ ରଖିଲେ ଦୀପିକା ଚିଖଲିଆ

ମୁମ୍ବାଇ: ଓମ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ ଆଦିପୁରୁଷ ରିଲିଜ ହେବା ପରଠାରୁ ବିବାଦ ଲାଗି ରହିଛି । ଏଥିରେ ବ୍ୟବହୃତ ସଂଳାପ ଏବଂ VFX ଯୋଗୁଁ ଫିଲ୍ମ ଅନେକ ବିରୋଧ ଏବଂ ସମାଲୋଚନାର ସମ୍ମୁଖୀନ ହୋଇଛି। ଯେଉଁଥିପାଇଁ ଫିଲ୍ମର ନିର୍ମାତାମାନେ ଏହା ଉପରେ ସ୍ପଷ୍ଟୀକରଣ ଦେଉଥିବାବେଳେ କ୍ଷମା ପ୍ରାର୍ଥନା ବି କରିଛନ୍ତି । ଫିଲ୍ମର ସଂଳାପ ପରିବର୍ତ୍ତନ ମଧ୍ୟ କରିଛନ୍ତି । ବର୍ତ୍ତମାନ ଫିଲ୍ମକୁ ନେଇ 1988 ରାମାୟଣର ଅଭିନେତାମାନେ ପ୍ରତିକ୍ରିୟା ଦେଇଛନ୍ତି ।

ଫିଲ୍ମକୁ ଚାରିଆଡ଼େ ବିରୋଧ କରାଯାଇଥିବା ବେଳେ ଏବେ 1988ରେ ଟିଭିରେ ପ୍ରସାରିତ ରମାନନ୍ଦ ସାଗରଙ୍କ ସିରିଏଲ ରାମାୟଣରେ ସୀତା ଚରିତ୍ରରେ ଅଭିନୟ କରିଥିବା ଦୀପିକା ଚିଖଲିଆ ମଧ୍ୟ କଡା ସମାଲୋଚନା କରିଛନ୍ତି । ନିକଟରେ ରାମଙ୍କ ଚରିତ୍ରରେ ଅଭିନୟ କରିଥିବା କଳାକାର ଅରୁଣ ଗୋବିଲ ଫିଲ୍ମକୁ ନେଇ ନିଜ ମତ ରଖିଥିଲେ । ଏହାପରେ ଫିଲ୍ମରେ ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରୀ ମଧ୍ୟ ଚଳଚ୍ଚିତ୍ରର ସଂଳାପ ଏବଂ ଅନ୍ୟାନ୍ୟ ବିଷୟ ଉପରେ ନିଜର ମତ ପ୍ରକାଶ କରିଥିଲେ । ବର୍ତ୍ତମାନ ସୀତା ମା' ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ ଫିଲ୍ମକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ।

ଦୀପିକା ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଏବଂ ରାମାୟଣଙ୍କ ଦ୍ୱାରା ଅନୁପ୍ରାଣିତ ଫିଲ୍ମ ଆଦିପୁରୁଷ ଉପରେ ନିଜର ମତ ପ୍ରକାଶ କରିଛନ୍ତି । ଭିଡିଓ ସେୟାର କରି ସେ କହିଛନ୍ତି, "ମୁଁ ଆଦିପୁରୁଷଙ୍କ ବିରୋଧରେ ମତ ଦେବାକୁ ଚାହେଁ ନାହିଁ ଏବଂ ମୁଁ ଫିଲ୍ମ ମଧ୍ୟ ଦେଖି ନାହିଁ । କିନ୍ତୁ ମୁଁ କେବଳ କହିବାକୁ ଚାହେଁ ଯେ କିଛି ସମୟ ପରେ ରାମାୟଣକୁ ନେଇ ଯେତେବେଳେ ବି ସିରିଏଲ କିମ୍ବା ଫିଲ୍ମ ତିଆରି ହୁଏ, ପ୍ରତ୍ୟେକ ଥର କିଛି ନା କିଛି ବିବାଦ ଉପୁଜେ । ସେଥିପାଇଁ ମୁଁ ଅନୁଭବ କରୁଛି ଯେ ରାମାୟଣ କଥାବସ୍ତୁ ନେଇ ଫିଲ୍ମ କିମ୍ବା ସିରିଏଲ୍‌ ତିଆରି ହେବା ଉଚିତ୍ ନୁହେଁ । ରାମାୟଣ କେଉଁଠି ନା କେଉଁଠି ଆମର ଐତିହ୍ୟ, ଏବଂ ଏହା ଆମ ପାଇଁ ଉପାସନା ଅଟେ । ରାମାୟଣ ମନୋରଞ୍ଜନ ପାଇଁ ନୁହେଁ । ଏହାଦ୍ବାରା ଆମେ କିଛି ଶିଖିଥାଉ । ଏହା ଏକ ପୁସ୍ତକ ଯାହା ପିଢିପିଢି ପରେ ଚାଲିଆସିଛି ଏବଂ ଏହା ଆମର ସଂସ୍କାର ଅଟେ ।"

ରାମାୟଣର ରାମ ଅରୁଣ ଗୋବିଲ କହିଥିଲେ ଯେ, ଫିଲ୍ମ ଓ ଫିଲ୍ମକୁ ନେଇ ହେଉଥିବା ଆଲୋଚନା ଚିନ୍ତାର ବିଷୟ। ରାମାୟଣ ଆମ ପାଇଁ ବିଶ୍ବାସ ଏବଂ ଆସ୍ଥା ଅଟେ । ଏହା ସହିତ କୌଣସି ପ୍ରକାରର ତୃଟି ଗ୍ରହଣ କରାଯାଇପାରିବ ନାହିଁ । ରାମାୟଣରେ ଆଧୁନିକତା ଦେଖାଇବା ଭୁଲ, ଚଳଚ୍ଚିତ୍ରର ବିଶେଷ ପ୍ରଭାବ ରହିଛି । ଉପସ୍ଥାପନା ଭିନ୍ନ ରହିଛି, କିନ୍ତୁ ଚରିତ୍ରମାନଙ୍କୁ ସଠିକ୍ ଉପାୟରେ ଉପସ୍ଥାପନ କରିବା ଆବଶ୍ୟକ । ସେପଟେ ରାମାୟଣର ଲକ୍ଷ୍ମଣ ସୁନୀଲ ଲହରୀ କହିଥିଲେ, "କୁହାଯାଉଛି ଯେ, ଏହି 'ଆଦିପୁରୁଷ' ରାମାୟଣକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି, ଯଦି ଏହା ସତ୍ୟ ତେବେ ଏଭଳି ଭାଷାର ବ୍ୟବହାର ଲଜ୍ଜାଜନକ ବିଷୟ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.