ETV Bharat / entertainment

ରେଡ କାର୍ପେଟରେ ରଣବୀରଙ୍କୁ ଅଣଦେଖା କଲେ ଦୀପିକା, ଏମିତି କହିଲେ ଫ୍ୟାନ୍ସ

author img

By

Published : Mar 25, 2023, 9:36 AM IST

ଭାରତୀୟ କ୍ରୀଡ଼ା ସମ୍ମାନ ୨୦୨୩ରେ ଏକାସଙ୍ଗେ ନଜର ଆସିଥିଲେ ବାଜିରାଓ-ମସ୍ତାନୀ । ତେବେ ସେହି ସମୟରେ ଦୁହିଁଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଚର୍ଚ୍ଚା ହେଉଛି ଯେ, ଦୁହିଁଙ୍କ ସମ୍ପର୍କରେ ଫାଟ ହୋଇଛି । ଅଧିକ ପଢନ୍ତୁ

Deepveer Video
Deepveer Video

ହାଇଦ୍ରାବାଦ: ବଲିଉଡର ହିଟ୍ ଯୋଡି ହେଉଛନ୍ତି ଦୀପିକା ପାଦୁକୋନ ଏବଂ ରଣବୀର ସିଂହ । ପ୍ରତ୍ୟେକ ଦିନ ବଲିଉଡରୁ କିଛି ରୋଚକ ଖବର ସାମ୍ନାକୁ ଆସୁଥିବା ବେଳେ ଏବେ ଏହି ଦୁଇ ଯୋଡିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୁହିଁଙ୍କର ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରୁ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଭଳି ମନେହେଉଛି । ଏକ କ୍ରୀଡା ସମ୍ମାନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଇଥିବା ବେଳେ ଦୀପିକାଙ୍କ ହାତ ଧରିବା ପାଇଁ ରଣବୀର ହାତ ବଢାଇଥିଲେ । ହେଲେ ଦୀପିକା ହାତ ନଧରି ଅଣଦେଖା କରିଥିଲେ । ସେହି ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ବେଳେ ଦୁହିଁଙ୍କ ସମ୍ପର୍କରେ ଫାଟ ହୋଇଥିବା ନେଇ ଚର୍ଚ୍ଚା ବଢିବାରେ ଲାଗିଛି ।

ଦୀପିକା ଏବଂ ଋଣବୀରଙ୍କ ଭିତରେ ହୋଇଛି କି ମତଭେଦ?: ଜଣାଶୁଣା ସେଲିବ୍ରିଟି ଫଟୋଗ୍ରାଫର ମାନହ ମଙ୍ଗଲାନୀ ଗୁରୁବାର ଦିନ ତାଙ୍କର ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓଟି ଜାତୀୟ କ୍ରୀଡା ସମ୍ମାନ ଆଓ୍ବାର୍ଡ ସମୟର । ଉକ୍ତ କାର୍ଯ୍ୟକ୍ରମରେ ଦୀପିକା-ରଣବୀର ଯୋଗଦେଇଥିବା ବେଳେ ସେହି ସମୟର ଏକ ଭିଡିଓକୁ ମାନବ ଇନଷ୍ଟଗ୍ରାମରେ ସେୟାର କରିଛନ୍ତି । ରଣବୀର ଏବଂ ଦୀପିକା ରେଡ କାର୍ପେଟରେ ନଜର ଆସିଛନ୍ତି । ଏହି ସମୟରେ ରଣବୀର ଯେତେବେଳେ ଦୀପିକାଙ୍କ ହାତ ଧରି ଆଗକୁ ଆସିବାକୁ ଚାହୁଁଛନ୍ତି ସେତେବେଳେ ଦୀପିକା ତାଙ୍କୁ ହାତ ନଦେଇ ଅଣଦେଖା କରୁଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏକ ଗୁଜବ ସୃଷ୍ଟି ହୋଇଛି । ବଲିଉଡ ମସ୍ତାନାଙ୍କ ସମ୍ପର୍କରେ ଫାଟ ହୋଇଛି ଏବଂ ଅଲଗା ହେବେ ବୋଲି ଚର୍ଚ୍ଚା ଜୋର ଧରିଛି । ଅନେକ ଇନଷ୍ଟାଗ୍ରାମ ୟୁଜର୍ସ ଏହାକୁ ସେୟାର କରିବା ସହ କମେଣ୍ଟ ମଧ୍ୟ ଦେଉଛନ୍ତି ।

ଏମିତି କମେଣ୍ଟ ଦେଇଛନ୍ତି ଫ୍ୟାନ୍ସ: ଦୀପିକା ଏବଂ ରଣବୀରଙ୍କ ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ୟୁଜର୍ସ କମେଣ୍ଟ କରି ଲେଖିଛନ୍ତି, "ଦୁହିଁଙ୍କୁ ଦେଖିଲେ ଲାଗୁଛି କି ସେମାନଙ୍କ ମଧ୍ୟରେ ମତାନ୍ତର ହୋଇଛି । ମେତେ ଲାଗୁଛି ଦୁହିଁଙ୍କ ମଧ୍ୟରେ ବଡ ଧରଣର ଝଗଡା ହୋଇଛି । " ଅନ୍ୟ ଏକ ୟୁଜର୍ସ ଲେଖିଛନ୍ତି, "ଦୀପିକା ରାଗିଛନ୍ତି, ତେଣୁ ସେ ହାତ ଧରିବା ପାଇଁ ମନା କରିଦେଲେ ।" ଏମିତି ଅନେକ କମେଣ୍ଟ ଦେଉଛନ୍ତି ୟୁଜର୍ସ । ପ୍ରକାଶଥାଉ କି, ଆଗାମୀ ଦିନରେ ରଣବୀର ରକି ଔର ରାନୀକି ପ୍ରେମ କାହାନୀ ଏବଂ ଦୀପିକା ଫାଇଟର ଫିଲ୍ମରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.