ETV Bharat / entertainment

ରକି ଔର ରାନୀ କି ପ୍ରେମ କାହାନୀର ଚତୁର୍ଥ ଗୀତ 'ଢିଣ୍ଡୋରା ବାଜେରେ' ରିଲିଜ - ରଣଭୀର ସିଂ

ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ 'ରକି ଔର ରାନୀ କି ପ୍ରେମ କାହାନୀ'ର ଚତୁର୍ଥ ଗୀତ ରିଲିଜ ହୋଇଛି । ପୂର୍ବରୁ 3ଟି ଗୀତ ରିଲିଜ ହୋଇଥିବା ବେଳେ ଏବେ 'ଢିଣ୍ଡୋରା ବାଜେରେ' ଗୀତ ରିଲିଜ ହୋଇଛି। ଅଧିକ ପଢନ୍ତୁ,

ରକି ଔର ରାନୀ କି ପ୍ରେମ କାହାନୀର ଚତୁର୍ଥ ଗୀତ 'ଧିଣ୍ଡୋରା ବାଜେରେ' ରିଲିଜ

author img

By

Published : Jul 24, 2023, 4:41 PM IST

ହାଇଦ୍ରାବାଦ: ଆଗାମୀ ଫିଲ୍ମ 'ରକି ଔର ରାନୀ କି ପ୍ରେମ କାହାନୀ'କୁ ଶିରୋନାମାରେ ରହିଛନ୍ତି ରଣଭୀର ସିଂ ଏବଂ ଆଲିଆ ଭଟ୍ଟ। ଉଭୟ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଥିବା ବେଳେ ଆଜି ଫିଲ୍ମର 4ର୍ଥ ଗୀତ 'ଢିଣ୍ଡୋରା ବାଜେରେ' ରିଲିଜ ହୋଇଛି । ପୂର୍ବରୁ ରିଲିଜ ହୋଇଥିବା ଫିଲ୍ମର 3ଟି ଗୀତ ବେଶ ଲୋକପ୍ରିୟତା ହାସଲ କରିଥିବା ବେଳେ ଏହି ଗୀତ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିବ ବୋଲି ଆଶା ।

  • " class="align-text-top noRightClick twitterSection" data="">

କୋଲକାତାରେ ଫିଲ୍ମର ପ୍ରମୋସନ ସମୟରେ ରଣଭୀର ଏବଂ ଆଲିଆ 'ଢିଣ୍ଡୋରା ବାଜେ ରେ' ଗୀତ ଲଞ୍ଚ୍‌ କରିଛନ୍ତି। ଏହି ଗୀତରେ ରଣଭୀର ସିଂ ଏବଂ ଆଲିଆ ଭଟ୍ଟ ଦୁର୍ଗା ପୂଜାରେ ଦମ୍‌ଦାର୍‌ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ଅନ୍ୟପକ୍ଷରେ, ଏହି ଗୀତରେ ରଣଭୀର ଏବଂ ଆଲିଆଙ୍କୁ 'ରକି' ଏବଂ 'ରାନୀ' ନିଜ ପରିବାର ଆଗରେ ନିଜ ପ୍ରେମକୁ ଦର୍ଶାଉଥିବାର ନଜର ଆସିଛନ୍ତି । କରଣ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ 'ରକି ଔର ରାନୀ କି ପ୍ରେମ କାହାନୀ'ର ଏହି ଚତୁର୍ଥ ଗୀତକୁ ପ୍ରସିଦ୍ଧ ସଂଗୀତଜ୍ଞ ପ୍ରୀତମ ରଚନା କରିଛନ୍ତି । ଏଥିସହ ଗୀତକୁ ଢିଣ୍ଡୋରା ବାଜେରେ ଦର୍ଶନ ରାୱଲ ଏବଂ ଭୁମି ତ୍ରିବେଦୀ ଗାଇଥିବା ବେଳେ ଗୀତର ଲିରିକ୍ସକୁ ପ୍ରସିଦ୍ଧ ଗୀତିକାର ଅମିତାଭ ଭଟ୍ଟାଚାର୍ଯ୍ୟ ଲେଖିଛନ୍ତି ।

'ରକି ଔର ରାନୀ କି ପ୍ରେମ କାହାନୀ' ପୂର୍ବରୁ 3ଟି ଗୀତ ରିଲିଜ ହୋଇଛି। ତୁମ କ୍ୟା ମିଲେ, ୱାଟ ଝୁମକା ଏବଂ ବେ କମଲିଆ ଗୀତ ବେଶ ଲୋକପ୍ରିୟତା ହାସଲ କରିଥିବା ବେଳେ ଏବେ 4ର୍ଥ ଗୀତ 'ଧିଣ୍ଡୋରା ବାଜେରେ' ରିଲିଜ ହୋଇଛି। ଏହାକୁ ବି ଲୋକେ ବେଶ ପସନ୍ଦ କରିବେ ବୋଲି କୁହାଯାଉଛି । ତେବେ ଫିଲ୍ମ ଜୁଲାଇ 28ରେ ଦେଶ ତଥା ବିଶ୍ବର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରରେ ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ସହ ଧର୍ମେନ୍ଦ୍ର, ଜୟା ବଚ୍ଚନ, ଶବାନା ଆଜମୀ ଭଳି ଭେଟେରାନ ତାରକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

ଏହା ମଧ୍ୟ ପଢନ୍ତୁ: 'ରକି ଔର ରାନୀ କି ପ୍ରେମ କାହାନୀ'ର ପ୍ରଥମ ଗୀତ ରିଲିଜ

ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, 'ରକି ଔର ରାନୀ କି ପ୍ରେମ କାହାନୀ'ରେ ଆଲିଆ ଅର୍ଥାତ ରାନୀ ଏବଂ ରଣବୀର ଅର୍ଥାତ ରକିଙ୍କ ଲଭଷ୍ଟୋରୀ ଦେଖିବାକୁ ମିଳିଛି । ଏହି ଚଳଚ୍ଚିତ୍ରରେ ରଣବୀର ସିଂ ଜାଟ୍‌ ପଞ୍ଜାବୀ ପରିବାର ଏବଂ ଆଲିଆଙ୍କ ଚରିତ୍ର ଜଣେ ବଙ୍ଗାଳୀ ପରିବାରର ରହିଛନ୍ତି । ଭିନ୍ନ ପରିବାରର ଏକ କ୍ୟୁଟ୍‌ ଲଭଷ୍ଟୋରୀକୁ ନେଇ ଫିଲ୍ମ ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ଫିଲ୍ମକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.