ହାଇଦ୍ରାବାଦ: ଧର୍ମେନ୍ଦ୍ର ହିନ୍ଦୀ ସିନେମା ଜଗତର ଜଣେ ଭେଟେରାନ ଅଭିନେତା। ଦମଦାର ବଡି ଏବଂ ଲୁକ୍ ଯୋଗୁ ଧର୍ମେନ୍ଦ୍ର ଇଣ୍ଡଷ୍ଟ୍ରିର ଅଭିନେତ୍ରୀମାନଙ୍କ ମଧ୍ୟରେ ମଧ୍ୟ ଲୋକପ୍ରିୟ ହୋଇଥିଲେ । ଧର୍ମେନ୍ଦ୍ର 8 ଡିସେମ୍ବର 1935 ରେ ପଞ୍ଜାବରେ ଜନ୍ମଗ୍ରହଣ (Dharmendra Birthday) କରିଥିଲେ। ଧର୍ମେନ୍ଦ୍ରଙ୍କ ଚଳଚ୍ଚିତ୍ର ଯାତ୍ରା ଯେତିକି ଆକର୍ଷଣୀୟ, ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ସେତିକି ହୃଦୟସ୍ପର୍ଶୀ । ଆଜି ଆମେ ଆପଣଙ୍କୁ ଫିଲ୍ମ ଶୋଲେ ସୁଟିଂ ସମୟରେ ହେମା ଏବଂ ଧର୍ମେନ୍ଦ୍ରଙ୍କ ସହ ଜଡିତ ଏକ ମଜାଦାର କାହାଣୀ (Dharmendra Birthday Special) କହିବୁ ।
ବିବାହିତ ଧର୍ମେନ୍ଦ୍ର ପଡିଥିଲେ ହେମାଙ୍କ ପ୍ରେମରେ
ଧର୍ମେନ୍ଦ୍ର ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ବିବାହିତ ଥିଲେ। ତାଙ୍କର ପ୍ରଥମ ପତ୍ନୀଙ୍କ ନାମ ପ୍ରକାଶ କୌର । ତାଙ୍କର ଦୁଇ ସନ୍ତାନ ସନ୍ନି ଦେଓଲ୍ ଏବଂ ବବି ଦେଓଲ୍ ମଧ୍ୟ ଜନ୍ମ ହୋଇଥିଲେ । କିନ୍ତୁ ଯେତେବେଳେ ଧର୍ମେନ୍ଦ୍ର ଅଭିନେତ୍ରୀ ହେମା ମାଲିନିଙ୍କୁ ପ୍ରଥମ ଥର ଦେଖିଲେ, ତାଙ୍କ ସୌନ୍ଦର୍ଯ୍ୟରେ ସେ ପାଗଳ ହୋଇଯାଇଥିଲେ । ଏହି ସମୟରେ ଉଭୟ ମଧ୍ୟ ଏକାଠି କାମ କରିଥିଲେ । ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିବାରେ ଲାଗିଲା ଏବଂ ଘଟଣାର ଖବର ମଧ୍ୟ ସାମ୍ନାକୁ ଆସିବାକୁ ଲାଗିଲା । ଏହି ସମୟରେ, ଧର୍ମେନ୍ଦ୍ର ଏବଂ ହେମା ମାଳିନୀଙ୍କ ଏକ ବୋଲ୍ଡ ଫଟୋ ସାମ୍ନାକୁ ଆସିଥିଲା ଯାହା ହଇଚଇ ସୃଷ୍ଟି କରିଥିଲା ।
ତାଦର ଭିତରେ ହେମା-ଧର୍ମେନ୍ଦ୍ର
କାହାଣୀ ସେହି ଦିନର ଅଟେ, ଯେତେବେଳେ ହେମା ଏବଂ ଧର୍ମେନ୍ଦ୍ର ଫିଲ୍ମ ଶୋଲେ ସୁଟିଂ ପାଇଁ ଚେନ୍ନାଇ ଯାଇଥିଲେ । ଶୋଲେ ଫିଲ୍ମର ପୁରା ଟିମ୍ ମଧ୍ୟ ଏହି ପାଞ୍ଚ ତାରକା ହୋଟେଲରେ ରହିଥିଲେ । ଏହି ସମୟରେ ହଠାତ ଗାଏବ ହୋଇଯାଇଥିଲେ ଧର୍ମେନ୍ଦ୍ର ଏବଂ ହେମା । ଫିଲ୍ମର ନିର୍ଦ୍ଦେଶକ ସେମାନଙ୍କୁ ଖୋଜି ଖୋଜି ତାଙ୍କ ରୁମ୍ ନିକଟରେ ପହଞ୍ଚିଥିଲେ ଏବଂ କବାଟ ନବାଡେଇ ସେମାନଙ୍କ ରୁମ୍ ଭିତରକୁ ପଶିଯାଇଥିଲେ । ଏହାପରେ ଧର୍ମେନ୍ଦ୍ର ଏବଂ ହେମାଙ୍କୁ ଏକାଠି ଚାଦର ଭିତରେ ଦେଖି ଦେଇଥିଲେ ନିର୍ଦ୍ଦେଶକ । ସେ ଉଭୟଙ୍କ ସହ ଏକ ଫଟୋ ଉଠାଇଥିଲେ, ଯାହା ଲିକ୍ ହୋଇଯାଇଥିଲା ।
ଏହା ବି ପଢନ୍ତୁ: ଫିଲ୍ମର ପ୍ରମୋସନ ପାଇଁ ଅଭିନେତ୍ରୀଙ୍କ ପାଦକୁ କିସ୍ କଲେ ରାମ ଗୋପାଳ ବର୍ମା
ହେମାଙ୍କୁ ବାହା ହେବା ପାଇଁ କରିଥିଲେ ସବୁ ସୀମା ପାର୍
1979 ମସିହାରେ ଧର୍ମେନ୍ଦ୍ର ହେମା ମଲାନୀଙ୍କୁ ବିବାହ କରିଥିଲେ, କିନ୍ତୁ ସେ ତାଙ୍କର ପ୍ରଥମ ପତ୍ନୀ ପ୍ରକାଶ କୌରଙ୍କୁ ଛାଡପତ୍ର ଦେଇନଥିଲେ । ଧର୍ମେନ୍ଦ୍ର ନିଷ୍ପତ୍ତି ନେଇଥିଲେ ଯେ ସେ ପ୍ରଥମ ପତ୍ନୀଙ୍କୁ ଛାଡିବେ ନାହିଁ କିମ୍ବା ପିଲାମାନଙ୍କୁ ଛାଡିବେ ନାହିଁ । ଏହା ପରେ ଧର୍ମେନ୍ଦ୍ର ହେମାଙ୍କୁ ବିବାହ କରିବା ପାଇଁ ମୁସଲମାନ ଧର୍ମ ଆପଣାଇ ଥିଲେ । ଆଜି ଧର୍ମେନ୍ଦ୍ର ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ସହିତ ଖୁସିରେ ଜୀବନ ବିତାଉଛନ୍ତି ।