ETV Bharat / entertainment

ରଣଭୀରଙ୍କଠୁ ଅଲଗା ହେବା ଚର୍ଚ୍ଚାକୁ ନେଇ ଏମିତି କହିଲେ ଦୀପିକା

author img

By

Published : Oct 13, 2022, 12:59 PM IST

କିଛି ସମୟ ପାଇଁ ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ଅଲଗା ହେବାର ଖବର ଖୁବ୍‌ ଭାଇରାଲ ହୋଇଥିଲା । ବର୍ତ୍ତମାନ ଦୀପିକା ସ୍ପଷ୍ଟ କରିଛନ୍ତି କି, ସେମାନଙ୍କ ମଧ୍ୟରେ ସବୁ ଠିକ୍ ଅଛି । ଅଧିକ ପଢନ୍ତୁ

ରଣଭୀରଙ୍କଠାରୁ ଅଲଗା ହେବାର ଖବରକୁ ବକବାସ୍‌ କହିଲେ ଦୀପିକା

ମୁମ୍ବାଇ: ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ବଲିଉଡର ପାୱାର ଦମ୍ପତିଙ୍କ ମଧ୍ୟରୁ ଅନ୍ୟତମ । ଏହି ଦମ୍ପତି ନିଜ ପ୍ରେମ ସହିତ ଲୋକଙ୍କୁ ଭଲ ପାଇବା ଶିଖାନ୍ତି । କିନ୍ତୁ କିଛି ସମୟ ପାଇଁ ସେମାନଙ୍କ ଅଲଗା ହେବାର ଖବର ଖୁବ୍‌ ଭାଇରାଲ ହୋଇଥିଲା । ଏହି ଖବର ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା । ବର୍ତ୍ତମାନ ଦୀପିକା-ରଣଭୀରଙ୍କ ପ୍ରଶଂସକମାନେ ଆଉ ନିରାଶ ହେବା ଆବଶ୍ୟକ ନାହିଁ । ଦୀପିକା-ରଣଭୀର କାଲି ଏକାଠି ଥିଲେ, ଆଜି ମଧ୍ୟ ଏକାଠି ଅଛନ୍ତି । ଏକ ସାକ୍ଷାତକାରରେ ଦୀପିକା ସ୍ପଷ୍ଟ କରିଛନ୍ତି ଯେ, ଦମ୍ପତିଙ୍କ ମଧ୍ୟରେ ସବୁ ଠିକ୍ ଅଛି ।

ଦୀପିକା-ରଣଭୀର ପ୍ରଶଂସକଙ୍କ ପାଇଁ ଖୁସି ଖବର

ଦୀପିକା ପାଦୁକୋନ ଏବଂ ରଣଭୀର ସିଂଙ୍କୁ ଏକାଠି ଦେଖିବାକୁ ଲୋକମାନେ ଆଗ୍ରହୀ । ରଣଭୀର ଦୀପିକାଙ୍କ ପ୍ରତି ଥିବା ଭଲପାଇବାକୁ ସର୍ବସାଧାରଣରେ ସ୍ୱୀକାର କରିଛନ୍ତି । ହେଲେ ସର୍ବସାଧାରଣରେ ଦୀପିକା ତାଙ୍କ ସମ୍ପର୍କ ବିଷୟରେ କମ୍ କଥା କୁହନ୍ତି । କିନ୍ତୁ ହଁ, ରଣଭୀରଙ୍କ ପ୍ରତି ଥିବା ତାଙ୍କର ଭଲପାଇବା ତାଙ୍କ ନୀରବତା ହିଁ ଦେଖାଯାଏ । ଏଥିସହ ଉଭୟଙ୍କ ଛାଡପତ୍ର ଖବର ଏକ ଟ୍ୱିଟ ମାଧ୍ୟମରେ ଭାଇରାଲ ହୋଇଥିଲା । କିନ୍ତୁ ଦମ୍ପତିଙ୍କ ମଧ୍ୟରୁ କେହି ଏହା ଉପରେ ପ୍ରତିକ୍ରିୟା ଦେଇନଥିଲେ । ଏଥିରେ ରଣଭୀର-ଦୀପିକାଙ୍କ ପ୍ରଶଂସକମାନେ ବିରକ୍ତ ହୋଇଥିଲେ । ବର୍ତ୍ତମାନ ଏକ ସାକ୍ଷାତକାରରେ ଦୀପିକା ରଣଭୀରଙ୍କ ବିଷୟରେ କଥାବାର୍ତ୍ତା କରିଛନ୍ତି ।

ଦୀପିକା ମେଘନ ମାର୍କେଲଙ୍କ ପୋଡକାଷ୍ଟରେ କହିଛନ୍ତି ଯେ, ସେ ଦୀର୍ଘ ଦିନ ହେବ କାମରେ ବ୍ୟସ୍ତ ଥିଲେ । ଏଥି ସହିତ ରଣଭୀର ସିଂ ମଧ୍ୟ କାର୍ଯ୍ୟ ସଂପର୍କରେ ଅନେକ ଦିନ ଘରୁ ଦୂରରେ ଅଛନ୍ତି । ଦୀପିକା କୁହନ୍ତି, ମୋ ସ୍ୱାମୀ ଏକ ସପ୍ତାହ ପାଇଁ ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିଲେ । ସେ ବର୍ତ୍ତମାନ ଘରକୁ ଆସିଛନ୍ତି । ସେ ମୋ ଚେହେରା ଦେଖି ଖୁସି ହୋଇଯିବେ ।

ଅଲଗା ହେବାର ଖବର ଉପରେ ଲାଗିଲା ପୂର୍ଣ୍ଣଛେଦ

ପୂର୍ବରୁ ଦୀପିକା ରଣଭୀର ସିଂଙ୍କ ଫଟୋ ଉପରେ କମେଣ୍ଟ ଦେଇଥିଲେ । ରଣଭୀର ପିଙ୍କ୍‌ ଲୁକରେ କିଛି ଫଟୋ ପୋଷ୍ଟ କରିଥିଲେ । ଏହି ଫଟୋରେ ରଣଭୀରଙ୍କୁ ଦେଖି ଦୀପିକା ରହିପାରିନଥିଲେ । ଫଟୋରେ କମେଣ୍ଟ ଦେଇ ଦୀପିକା ଲେଖିଛନ୍ତି, ଏଡିବଲ ଅର୍ଥ ଖାଇବା ଯୋଗ୍ୟ । ପ୍ରଥମ କମେଣ୍ଟ ଏବଂ ବର୍ତ୍ତମାନ ସାକ୍ଷାତକାରରେ ରଣଭୀରଙ୍କ ବିଷୟରେ ଉଲ୍ଲେଖ କରି ଦୀପିକା ସେମାନଙ୍କ ଛାଡପତ୍ର ଖବରକୁ ବକବାସ୍‌ ବୋଲି ପ୍ରମାଣିତ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.