ETV Bharat / entertainment

ବିଶ୍ବର ଶ୍ରେଷ୍ଠ ୧୦ ସୁନ୍ଦରୀ ମହିଳାଙ୍କ ମଧ୍ୟରେ ଏକମାତ୍ର ଭାରତୀୟ ଦୀପିକା ପାଦୁକୋନ୍‌

author img

By

Published : Oct 18, 2022, 12:14 PM IST

ନିକଟରେ ବିଜ୍ଞାନ ଅନୁଯାୟୀ ଦୁନିଆର ସବୁଠୁ ସୁନ୍ଦରୀ ମହିଳାଙ୍କ ତାଲିକା ପ୍ରକାଶ ପାଇଛି । ସେହି ଦୌଡରେ ସାମିଲ ଅଛନ୍ତି ବଲିଉଡର ଟାଲେଣ୍ଟେଡ ଅଭିନେତ୍ରୀ ଦୀପିକା ପାଦୁକୋନ । ଅଧିକ ପଢନ୍ତୁ

ବିଜ୍ଞାନ ଭିତ୍ତିକ ଶ୍ରେଷ୍ଠ ସୁନ୍ଦରୀ, ୧୦ ଜଣିଆ ତାଲିକାରେ ସ୍ଥାନ ପାଇଲେ ପଦ୍ମାବତୀ

ହାଇଦ୍ରାବାଦ: ନିଜ ସୌନ୍ଦର୍ଯ୍ୟରେ ସମସ୍ତଙ୍କୁ ଦିୱାନା କରିଥିବା ଦୀପିକା ପାଦୁକୋନଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି । ସୌନ୍ଦର୍ଯ୍ୟ ଦୃଷ୍ଟିରୁ ତାଙ୍କର କୌଣସି ଜବାବ୍‌ ନାହିଁ । ତାଙ୍କ ସୌନ୍ଦର୍ଯ୍ୟ ବିଷୟରେ ଆଲୋଚନା କେବଳ ଭାରତରେ ନୁହେଁ, ଦେଶ ତଥା ବିଦେଶରେ ମଧ୍ୟ ରହିଛି । ତେବେ ଏହି ସୌନ୍ଦର୍ଯ୍ୟ ନେଇ ଏକ ବୈଜ୍ଞାନିକ ଅନୁପାତ ରହିଛି ଯାହା ଅନୁଯାୟୀ ଜଣେ ବୈଜ୍ଞାନିକ ବିଶ୍ବର ସବୁଠାରୁ ସୁନ୍ଦରୀମାନଙ୍କର ଏକ ତାଲିକା ପ୍ରସ୍ତୁତ କରିଛନ୍ତି । ଏହି ଦଶଜଣିଆ ତାଲିକାରେ ଜଣେ ବଲିଉଡ୍‌ ଅଭିନେତ୍ରୀ ମଧ୍ୟ ସ୍ଥାନ ପାଇଛନ୍ତି । ସେ ଆଉ କେହି ନୁହଁନ୍ତି, ବଲିଉଡର ଟାଲେଣ୍ଟେଡ ଅଭିନେତ୍ରୀ ଦୀପିକା ପାଦୁକୋନ ।

ନିକଟରେ ‘ଗୋଲ୍‌ଡେନ୍ ରେସିଓ ଅଫ୍‌ ବିୟୁଟି’ ବା ‘ସୌନ୍ଦର୍ଯ୍ୟର ସ୍ବର୍ଣ୍ଣିମ ଅନୁପାତ ନାମକ’ ପ୍ରାଚୀନ ଗ୍ରିକ୍ କୌଶଳ ପ୍ରୟୋଗ କରି ୟୁନାଇଟେଡ୍‌ କିଙ୍ଗଡମ୍‌ର ପ୍ଲାଷ୍ଟିକ୍‌ ସର୍ଜନ୍ ଡାକ୍ତର ଜୁଲିଆ ଡି ସିଲ୍‌ଭା ଅଭିନେତ୍ରୀ ଜୋଡି କମର୍‌ଙ୍କୁ ବିଶ୍ବର ସୁନ୍ଦରତମ ମହିଳା ଘୋଷଣା କରିଛନ୍ତି। ଉଲ୍ଲେଖନୀୟ ଯେ, ଏକମାତ୍ର ଭାରତୀୟ ଭାବେ ଦୀପିକା ପାଦୁକୋନ ୯୧.୨୨ ପ୍ରତିଶତ ଅଙ୍କ ହାସଲ କରି ଏହି ତାଲିକାରେ ନବମ ସ୍ଥାନ ଅଧିକାର କରିଛନ୍ତି। ଜୋଡି ଏଥିରେ ସର୍ବାଧିକ ୯୮.୭ ପ୍ରତିଶତ ଅଙ୍କ ହାସଲ କରିଛନ୍ତି । ତାଙ୍କ ପଛକୁ ହଲିଉଡ୍‌ ଅଭିନେତ୍ରୀ ଜେଣ୍ଡାୟା ଓ ମଡେଲ୍ ବେଲା ହାଡିଡ୍ ଯଥାକ୍ରମେ ବିଶ୍ବର ଦ୍ବିତୀୟ ଓ ତୃତୀୟ ସର୍ବାଧିକ ସୁନ୍ଦରୀ ଆଖ୍ୟା ପାଇଛନ୍ତି । ସେମାନଙ୍କ ବ୍ୟତୀତ ଏହି ତାଲିକାରେ ବିୟୋନ୍ସ ଏବଂ କିମ୍ କାରଦାସିୟାନ୍ ମଧ୍ୟ ସ୍ଥାନ ପାଇଛନ୍ତି ।

କେଉଁ ଆଧାରରେ ନିର୍ଣ୍ଣୟ କରାଯାଇଥିଲା ସୌନ୍ଦର୍ଯ୍ୟ ?

ବ୍ରିଟେନର ପ୍ଲାଷ୍ଟିକ୍ ସର୍ଜନ ଡଃ ଜୁଲିଆ ଡି ସିଲଭା ନିକଟରେ ଦୁନିଆର ସବୁଠାରୁ ସୁନ୍ଦର ମହିଳାଙ୍କ ତାଲିକା ପ୍ରକାଶ କରିଛନ୍ତି । ଡକ୍ଟର ଜୁଲିଆ ଡି ସିଲଭା ବିଜ୍ଞାନ ଅନୁଯାୟୀ ଏହି ମହିଳାମାନଙ୍କର ତାଲିକା ପ୍ରକାଶ କରିଥିଲେ । ଯାହାକି ‘ଗୋଲଡେନ ରେସିଓ ଅପ୍ ବିୟୁଟି’ ନାମକ ଏକ ପ୍ରାଚୀନ ଗ୍ରୀକ୍ କୌଶଳରୁ ଅତ୍ୟାଧୁନିକ କମ୍ପ୍ୟୁଟରାଇଜଡ୍ ମ୍ୟାପିଂ କୌଶଳ ବ୍ୟବହାର କରି ବିଜ୍ଞାନ ଅନୁଯାୟୀ ଏହି ମହିଳାମାନଙ୍କର ତାଲିକା ପ୍ରକାଶ କରିଥିଲା । ତାଙ୍କ କହିବାନୁସାରେ, ଯୋଡି କୋମର ଦୁନିଆର ସବୁଠାରୁ ସୁନ୍ଦର ମହିଳା । ରିପୋର୍ଟ ଅନୁଯାୟୀ, ଯୋଡି କୋମରଙ୍କ ମୁହଁରେ ସର୍ବାଧିକ ଗୋଲଡେନ୍ ରେସିଓ ରହିଛି ।

ଅଭିନେତ୍ରୀ ଜୋଡି କମର୍‌
ଅଭିନେତ୍ରୀ ଜୋଡି କମର୍‌

ତାଲିକାରେ ଦୀପିକା

ଯୋଡିଙ୍କ ପରେ, ଜେଣ୍ଡାୟା ସର୍ବାଧିକ ଅନୁପାତ ୯୪.୩୭% ପାଇଛନ୍ତି । ଏଥିସହିତ ତୃତୀୟ ସ୍ଥାନରେ ବେଲା ହଦିଦ୍ ୯୪.୩୫%, ଚତୁର୍ଥ ସ୍ଥାନରେ ବିୟୋନ୍ସ ୯୨.୪୪%, ପଞ୍ଚମ ସ୍ଥାନରେ ଆରିନା ଗ୍ରାଣ୍ଡେ ୯୧.୮୧%, ଷଷ୍ଠ ସ୍ଥାନରେ ଟେଲର ସିଫ୍ଟ ୯୧.୬୪%, ସପ୍ତମ ସ୍ଥାନରେ ଜୋର୍ଡାନ ଡନ୍ ୯୧.୩୯%, ଅଷ୍ଟମ ସ୍ଥାନ କିନ୍ତୁ କିମ କାର୍ଦାଶିଆନ୍ ୯୧.୨୮%, ନବମ ସ୍ଥାନରେ ଦୀପିକା ପାଦୁକୋନ୍ ୯୧.୨୨% ଏବଂ ଦଶମ ସ୍ଥାନରେ ହୋୟନ୍ ଜଙ୍ଗ ୮୯.୬୩% ନାମିତ । ଦୁନିଆର ଶ୍ରେଷ୍ଠ ୧୦ ଜଣ ସୁନ୍ଦର ମହିଳାଙ୍କ ମଧ୍ୟରେ ସ୍ଥାନ ପାଇବା ପରେ ଦୀପିକାଙ୍କୁ ସୋସିଆଲ ମିଡିଆରେ ଅନେକ ଅଭିନନ୍ଦନ ବାର୍ତ୍ତା ମିଳିଛି । ତେବେ ଗାଣିତିକ ପ୍ରକ୍ରିୟାରେ ମୁଖମଣ୍ଡଳର ବିଭିନ୍ନ ଅଙ୍ଗର ଆକାର ଓ ସେମାନଙ୍କ ମଧ୍ୟରେ ଦୂରତାର ଅନୁପାତକୁ ନେଇ ଗଠନଗତ ଶ୍ରେଷ୍ଠତ୍ବର ମୂଲ୍ୟାଙ୍କନ କରାଯାଇଥିଲା ।

ଦୀପିକା ପାଦୁକୋନଙ୍କ ଚଳଚ୍ଚିତ୍ର

ପଦ୍ମାବତ ଅଭିନେତ୍ରୀଙ୍କ ଆଗାମୀ ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ ଦୀପିକା ପୁଣି ଥରେ ଶାହରୁଖ ଖାନଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ଦେଖିବାକୁ ମିଳିବ । ଦର୍ଶକମାନେ ଫିଲ୍ମ ମାଧ୍ୟମରେ ଶାହରୁଖ ଏବଂ ଦୀପିକାଙ୍କ ହିଟ୍ ଯୋଡିକୁ ପୁଣି ଥରେ ଦେଖିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.