ETV Bharat / entertainment

Raghav Juyal: KKBKKJ ପାଇଁ ରାଘବଙ୍କୁ ମିଳିଛି ମୋଟା ଅଙ୍କ, ଜାଣିଲେ ଉଡିବ ହୋସ୍

author img

By

Published : May 5, 2023, 4:53 PM IST

ରିଆଲିଟି ଟିଭି ଶୋ' ହୋଷ୍ଟ ତଥା ଲୋକପ୍ରିୟ ଡ୍ୟାନ୍ସର ରାଘବ ଜୁୟାଲ ସଲମାନ ଖାନଙ୍କ ମଲ୍ଟି ଷ୍ଟାରର କିସି କା ଭାଇ କିସି କି ଜାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ତେବେ ଫିଲ୍ମ ପାଇଁ ସେ ମୋଟା ଅଙ୍କ ଚାର୍ଜ କରିଛନ୍ତି । ନିଜ ଭୂମିକା ପାଇଁ ରାଘବ 1.2 କୋଟି ଟଙ୍କା ନେଇଥିବା ଜଣାପଡିଛି । ଅଧିକ ପଢନ୍ତୁ

KKBKKJ ପାଇଁ ରାଘବଙ୍କୁ ମିଳିଛି 1.2 କୋଟି ଟଙ୍କା !

ମୁମ୍ବାଇ: ପ୍ରସିଦ୍ଧ ଡ୍ୟାନ୍ସ କୋରିଓଗ୍ରାଫର ତଥା ଅଭିନେତା ରାଘବ ଜୁୟାଲଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ । ରାଘବ ଜୁୟାଲ ତାଙ୍କର ଦମଦାର ଅଭିନୟ, କମେଡି ଏବଂ ଜବରଦସ୍ତ ଡ୍ୟାନ୍ସ ପାଇଁ ଘରେ ଘରେ ବେଶ ପରିଚିତ। ନିକଟରେ ରାଘବ ଜୁୟାଲ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ 'କିସି କା ଭାଇ କିସି କି ଜାନ' ଫିଲ୍ମରେ ନଜର ଆସିଛନ୍ତି । ଫିଲ୍ମରେ ନିଜ ଦମଦାର ଅଭିନୟ ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମରେ ଅଭିନୟ ପାଇଁ ରାଘବ କେତେ ଟଙ୍କା ଚାର୍ଜ କରିଛନ୍ତି ତାହାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଏହି ଫିଲ୍ମ ପାଇଁ ରାଘବ ପ୍ରାୟ 1.2 କୋଟି ଟଙ୍କା ନେଇଥିବା ଜଣାପଡିଛି ।

ସେ ଏହି ଫିଲ୍ମ ଜରିଆରେ ସଲମାନଙ୍କ ସହ ରାଘବ ପ୍ରଥମ ଥର ସ୍କ୍ରିନ୍‌ ସେୟାର କରିଛନ୍ତି । ସଲମାନ ଖାନଙ୍କ ଫିଲ୍ମ 'କିସି କା ଭାଇ କିସି କି ଜାନ' ବକ୍ସ ଅଫିସରେ 100 କୋଟି ବ୍ୟବସାୟ କରିଛି । ଫିଲ୍ମର ବକ୍ସ ଅଫିସରେ ଏଭଳି ବିଫଳତା ନେଇ ଚର୍ଚ୍ଚାରେ ରହିଥିବା ବେଳେ ଏବେ ଖବର ଆସିଛି ଯେ ଅଭିନେତା ରାଘବ ଜୁୟାଲ ଫିଲ୍ମ ପାଇଁ 1.2 କୋଟି ଟଙ୍କା ସଂଗ୍ରହ କରିଛନ୍ତି । ତେବେ ଏପର୍ଯ୍ୟନ୍ତ ଏହାକୁ ନେଇ କୌଣସି ଅଫିସିଆଲ ତଥ୍ୟ ହସ୍ତଗତ ହୋଇନାହିଁ । କିନ୍ତୁ ଏହି ଫିଲ୍ମରେ ରାଘବ ଜୁୟାଲଙ୍କ ଚରିତ୍ରକୁ ଯେଉଁଭଳି ଭାବେ ଗୁରୁତ୍ୱ ଦିଆଯାଇଛି, ଏଥିପାଇଁ ରାଘବ ଜୁୟାଲଙ୍କୁ ଏପରି ଫି' ମିଳିଥାଇପାରେ ବୋଲି ଆଲୋଚନା ହେଉଛି ।

ସୂଚନା ଥାଉ କି, ରାଘବ ଜୁୟାଲ ଫିଲ୍ମ 'କିସି କା ଭାଇ କିସି କି ଜାନ'ରେ ସଲମାନ ଖାନଙ୍କ ସାନଭାଇ ଇଶ୍କ ଭୂମିକାରେ ମଧ୍ୟ ଅଭିନୟ କରିଛନ୍ତି । ଅଭିନେତ୍ରୀ ଶେହନାଜ୍‌ ଗିଲ ସାକୁନଙ୍କ ଭୂମିକାରେ ରାଘବ ଜୁୟାଲଙ୍କ ଗର୍ଲଫ୍ରେଣ୍ଡ ଦର୍ଶାଯାଇଛି । ଫରହାଦ୍ ସମଜୀଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ୍ କମେଡି-ଡ୍ରାମା ଫିଲ୍ମରେ ପୂଜା ହେଗଡେ, ଡଗଗୁବତୀ ଭେଙ୍କଟେଶ, ଜଗପତି ବାବୁ, ଭୂମିକା ଚାୱଲା, ସିଦ୍ଧାର୍ଥ ନିଗମ, ଜେସି ଗିଲ, ଭୀନାଲି ଭଟ୍ନାଗର ଏବଂ ଡେବ୍ୟୁାଣ୍ଟ ଶେହନାଜ ଗିଲ ଏବଂ ପଲକ ତିୱାରୀ ମଧ୍ୟ ଅଭିନୟ କରିଛନ୍ତି । ଏହା ଏପ୍ରିଲ୍ 21ରେ ରିଲିଜ କରିଥିଲା । ତେବେ ବକ୍ସ ଅଫିସ୍‌ରେ ଏହା ଏତେ କମାଲ କରି ପାରିନାହିଁ ।

ଜଣେ ଡ୍ୟାନ୍ସର-କୋରିଓଗ୍ରାଫର୍ କିଙ୍ଗ୍ ଅଫ୍ ସ୍ଲୋ ମୋସନ ନାଁ ରେ ମଧ୍ୟ ବେଶ ପରିଚିତ ରାଘବ ଜୁୟାଲ । ରାଘବ ଖୁବଶୀଘ୍ର ଗୁନିତ୍ ମୋଙ୍ଗାଙ୍କ ପ୍ରଡକ୍ସନ୍ ହାଉସ୍ ଏବଂ ଏକ୍ସେଲ୍ ଏଣ୍ଟରଟେନମେଣ୍ଟ ଦ୍ବାରା ନିର୍ମିତ ଅଭିନେତା ସିଡ୍‌ ଚତୁର୍ବେଦୀଙ୍କ ସହ ୟୁଦ୍ରା ଫିଲ୍ମରେ ମଧ୍ୟ ନଜର ଆସିବେ ରାଘବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.